କାୟାକଳ୍ପ ପ୍ରତିଯୋଗିତାରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାଜ୍ୟରେ ପ୍ରଥମ

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ରାଜ୍ଯସ୍ତରୀୟ କାୟାକଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ବିଜେତା ଘୋଷିତ ହୋଇଥିବା ସୂଚନା ମିଳିଛି।

G Udayagiri CHC

G Udayagiri CHC Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ରାଜ୍ଯସ୍ତରୀୟ କାୟାକଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ବିଜେତା ଘୋଷିତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗତ ଜାନୁଆରିରେ ରାଜ୍ଯସ୍ତରୀୟ କାୟାକଳ୍ପ ଟିମ୍ ଘୁମୁସର ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଉକ୍ତ କାୟାକଳ୍ପ ଟିମ୍ ଦ୍ଵାରା ଡାକ୍ତରଖାନା ପରିସର ଭିତର ଓ ବାହାର ତଥା ଡାକ୍ତରଖାନା ଭିତରେ ଥିବା ଓପିଡି, ପ୍ରସୂତି କକ୍ଷ, ରୋଗୀ ଶଯ୍ୟା କକ୍ଷ, ରକ୍ତ ପରୀକ୍ଷାଗାର, ସୌଚାଳୟ, ସେବିକା କକ୍ଷ, ଡାକ୍ତର କକ୍ଷ,ନିରାମୟ ଔଷଧ ବିଭାଗ, ନିଷିଦ୍ଧାଞ୍ଚଳ ବୁଲି ଦେଖିବା ସହ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ଦୈନନ୍ଦିନ ରୋଗୀ ସେବା କାର୍ଯ୍ୟ ସମ୍ବନ୍ଧିତ ବିଭିନ୍ନ ପ୍ରଶ୍ନ ପଚାରି ବୁଝିବା ସହ ଡାକ୍ତରଖାନାରେ ଥିବା ସମସ୍ତ ଉପକରଣ ଓ ପରିବେଶ ବିଷୟରେ ସମୀକ୍ଷା କରିଥିଲେ।

ଡାକ୍ତରଖାନା ବାହାର ଓ ଭିତର ପରିବେଶର ସ୍ଵଚ୍ଛତା ଓ ରୋଗୀମାନଙ୍କୁ ଉପଲବ୍ଧ କରାଯାଉଥିବା ସେବା ଓ ସ୍ଵଚ୍ଛ ପରିବେଶ ଦେଖିଥିଲେ।ଉକ୍ତ କାୟାକଳ୍ପ ପ୍ରତିଯୋଗିତାରେ ରାଜ୍ୟର ସହରାଞ୍ଚଳରେ ଥିବା ସମୁଦାୟ ୨୯୯ ଡାକ୍ତରଖାନା ପରିଦର୍ଶନ ହୋଇଥିଲା ସେଥିମଧ୍ୟରୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରଥମ ସ୍ଥାନ ଅଧିକାର କରିଛି। ମେଡିକାଲ ଅଫିସର ରତିକାନ୍ତ ସାହୁ ଏହି ସଫଳତା ପାଇଁ ସହଯୋଗୀ ଡାକ୍ତର ଓ ସମସ୍ତ କର୍ମଚାରୀ ଙ୍କୁ ଶ୍ରେୟ ଦେବା ସହ ଧନ୍ୟବାଦ ଜଣାଇଛନ୍ତି।

Kandhamal | Health

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe