କାୟାକଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଖରାପ

ଜି ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସରଙ୍କ ସହ ୩ ଜଣ ଡାକ୍ତର କାର୍ଯ୍ୟରତ ଥିବା ବେଳେ ଗ୍ରେସିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର ମେଡ଼ିକାଲ ଅଫିସର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି।

G Udayagiri CHC

ଘୁ.ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏକ ମାତ୍ର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଆଜି ବହୁ ସମସ୍ୟା ଦେଇ ଗତି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କୌଣସି ବିଭାଗରେ ବିଶେଷଜ୍ଞ ଡାକ୍ତର ନଥିବା ବେଳେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମିଶେଇ ସମୁଦାୟ ୮ ଜଣ ନୂତନ ଏମ୍‌ବିବିଏସ୍‌ ପାସ ଡାକ୍ତର ରୋଗୀ ସେବାରେ ନିୟୋଜିତ ଥିଲେ। କିନ୍ତୁ ଦୀର୍ଘ ଦେଢ଼ ବର୍ଷ ହେବ ଓପିଏସସିରେ ପୋଷ୍ଟିଙ୍ଗ୍ ପାଇ  ୬ ଜଣ କାର୍ଯ୍ୟରତ ଡାକ୍ତର ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଗଲେ। ଏବେ ଭଗବାନଙ୍କ ଭରସାରେ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି।

ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସରଙ୍କ ସହ ୩ ଜଣ ଡାକ୍ତର କାର୍ଯ୍ୟରତ ଥିବା ବେଳେ ଗ୍ରେସିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର ମେଡ଼ିକାଲ ଅଫିସର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। କିଛି ଦିନ ହେଲା ଅତ୍ଯଧିକ ଗ୍ରୀଷ୍ମପ୍ରବାହ କାରଣରୁ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି ଯାହା ଫଳରେ ଡାକ୍ତରଖାନାରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବା ଯୋଗୁଁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବହୁ ସମୟ ପର୍ଯ୍ୟନ୍ତ ଲମ୍ବା ଲାଇନରେ ଠିଆ ହୋଇ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି। ରୋଗୀ ନିଜ ରୋଗ ଦେଖେଇବା ପାଇଁ ଦୀର୍ଘ ସମୟ ଲାଇନ ବାନ୍ଧି ଠିଆ ହୋଇ ରହିବା ରୋଗ ଠାରୁ ଏହି କଷ୍ଟ ବଳି ପଡୁଛି।

ରୋଗୀଙ୍କ କହିବା ଅନୁସାରେ ରୋଗ କଷ୍ଟ ଠାରୁ ବଳି ଯାଉଛି ଡାକ୍ତରଙ୍କ ସହ ସାକ୍ଷାତ କରିବା କଷ୍ଟ, ଯାହା ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଡାକ୍ତର ଅଭାବ କାରଣରୁ ହେଉଥିବା ଅସୁବିଧା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିବା ସହ ଯଥା ଶୀଘ୍ର ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ଡାକ୍ତରଙ୍କୁ ନିଯୁକ୍ତି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

ଏ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ବହୁ ଥର ୫ଟି ସଚିବଙ୍କୁ ଲିଖିତ ନିବେଦନ କରାଯାଇଥିଲେ ମଧ୍ଯ କୌଣସି ସୁଫଳ ମିଳିପାରିନାହିଁ। ତା ସହ ବିଭିନ୍ନ ଖବରକାଗଜରେ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା ନେଇ ଖବର ପ୍ରସାରଣ କରାଯାଇଥିଲା କିନ୍ତୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ନୀରବ ରହିବା ଦୁଃଖ ଓ ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ଦୁଇ ଜଣ ଡାକ୍ତର କର୍ତ୍ତବ୍ୟ କରୁଥିବା ବେଳେ ଦିନରେ ଜଣେ ରାତିରେ ଜଣେ ଜରୁରୀ କାଳୀନ ସେବା ପାଇଁ ଜଣେ।

ମଙ୍ଗଳବାର ଡାକ୍ତର ଛୁଟିରେ ଥିବା ଯୋଗୁଁ ଗ୍ରେସିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର ଆସି ରୋଗୀ ଦେଖୁଥିବା ବେଳେ ରୋଗୀଙ୍କ ଲମ୍ବା ଧାଡ଼ି ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନ୍ୟ ପଟେ ବର୍ତମାନ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଇଣ୍ଡୋରରେ ରୋଗୀ ଭରି ହୋଇ ରହିଛନ୍ତି। ଦୀର୍ଘ ବର୍ଷ ହେଲା ଅଞ୍ଚଳବାସୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମସ୍ୟାକୁ ନେଇ ବହୁବାର ଲିଖିତ ଅଭିଯୋଗ କରିବା ସହ ଆନ୍ଦୋଳନ କରିଥିଲେ ମଧ୍ୟ କାହାର ନିଦ ଭାଙ୍ଗୁନି। ନା ନେତାଙ୍କର ନାଁ ବିଭାଗୀୟ ଅଧିକାରୀଙ୍କ।

G Udayagiri CHC
G Udayagiri CHC Photograph: (Sambad )

ସାଧାରଣ ଲୋକଙ୍କ ମୌଳିକ ଅଧିକାର ସ୍ୱାସ୍ଥ୍ୟ ସେବା ଯୋଗେଇବାରେ ସରକାର ବିଫଳ ହୋଇଥିବା ବେଳେ ଡାକ୍ତରଖାନାର ସାଜସଜ୍ଜା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ ଲକ୍ଷାଧିକ ଟଙ୍କା ବ୍ୟୟ କରାଯିବା ସହ ମାଳମାଳ ରାଜ୍ୟ ଏବଂ କେନ୍ଦ୍ରୀୟ ଟିମ ବୁଲିବାକୁ ଆସୁଛନ୍ତି ହେଲେ କାହାର ବି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଭାବ ବିଷୟରେ ଚିନ୍ତା କରିବାର ନାହିଁ। କାଗଜ କଲମ ଚାଷ ଜୋର ହେଉଛି ସେଇ ତୁଳନାରେ ରୋଗୀ ସେବା କିଛି ନୁହେଁ।

ଚଳିତ ବର୍ଷ  କାୟାକଳ୍ପ ପ୍ରତିଯୋଗିତାରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ସ୍ଥାନୀୟ  ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅବସ୍ଥା ଦେଖିଲେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ସ୍ଵାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ସବୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜଳ ଜଳ ଦେଖା ଯାଉଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ କେବଳ ଚାକଚକ୍ୟ ହେଲେ ଲୋକଙ୍କର କି ଲାଭ।ଯଦି ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧା ନମିଳିଲା।ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟାର ସଠିକ ସମୟରେ ଜନସାଧାରଣଙ୍କ ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଅଞ୍ଚଳ ବାସି ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe