ଏନ୍‌ଏସି କାର୍ଯ୍ୟାଳୟରେ ତାଲା ପକାଇଲେ ଅସନ୍ତୁଷ୍ଟ କାଉନସିଲର; ଟେଣ୍ଡର ବାତିଲ

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଏନ୍‌ଏସିରେ ବିବାଦ ପିଛା ଛାଡ଼ୁ ନାହିଁ। ଦୀର୍ଘ ମାସ ହେଲା ବିବାଦ ଭିତରେ ଏନ୍‌ଏସି ଚାଲିଥିବା ବେଳେ ବିକାଶ ଏକ ପ୍ରକାର ଠପ ହୋଇଯାଇଥିଲା।

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଏନ୍‌ଏସିରେ ବିବାଦ ପିଛା ଛାଡ଼ୁ ନାହିଁ। ଦୀର୍ଘ ମାସ ହେଲା ବିବାଦ ଭିତରେ ଏନ୍‌ଏସି ଚାଲିଥିବା ବେଳେ ବିକାଶ ଏକ ପ୍ରକାର ଠପ ହୋଇଯାଇଥିଲା।

ଘୁ.ଉଦୟଗିରି: ସ୍ଥାନୀୟ ଏନ୍‌ଏସିରେ ବିବାଦ ପିଛା ଛାଡ଼ୁ ନାହିଁ। ଦୀର୍ଘ ମାସ ହେଲା ବିବାଦ ଭିତରେ ଏନ୍‌ଏସି ଚାଲିଥିବା ବେଳେ ବିକାଶ ଏକ ପ୍ରକାର ଠପ ହୋଇଯାଇଥିଲା। ଗତ ଜାନୁଆରିରେ ନୂତନ ନିର୍ବାହୀ ଅଧିକାରୀ କାର୍ଯ୍ୟରେ ଯୋଗ ଦେବା ପରେ ସହରର ବିକାଶ ତ୍ୱରାନ୍ୱିତ ହେବା ନେଇ ସହରବାସୀ ଆଶା ବାନ୍ଧିଥିବା ବେଳେ ପୁଣି ବିବାଦ ଆରମ୍ଭ ହୋଇଯାଇଛି। ଆଜି ଏନଏସି କାର୍ଯ୍ୟାଳୟରେ ପେପର ଟେଣ୍ଡର ପ୍ରକ୍ରିୟାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କାଉନସିଲରଙ୍କ ମଧ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହୋଇଥିବା ଦେଖି ବାକୁ ମିଳିଛିI

ପରିଷଦର ୧୮ଟି କାର୍ଯ୍ୟ ନିମନ୍ତେ ଚଳିତ ମାସ ୭ତାରିଖ ଦିନ ଅଫିସ ଟେଣ୍ଡର ନଂ୮୮୨ରେ  ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଟେଣ୍ଡର ବାହାରି ଥିଲା I ସେଥି ମଧ୍ୟରୁ କିଛି ନିର୍ଦ୍ଧିଷ୍ଟ ୱାର୍ଡ ଯେଭଳିକି ୱାର୍ଡ-୧, ୱାର୍ଡ ନମ୍ବର-୪ ୱାର୍ଡ ନମ୍ବର-୬ ଏବଂ ୱାର୍ଡ ନମ୍ବର-୧୨କୁ ବାଦ ଦେଇ ଅନ୍ୟ ୱାର୍ଡ ଗୁଡ଼ିକର ଉନ୍ନୟନମୂଳକ କାର୍ଯ୍ୟର ଟେଣ୍ଡର ପ୍ରକାଶ ପାଇଥିଲା। ୧୦ତାରିଖ ଠାରୁ ୧୯ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟେଣ୍ଡର ପକେଇବା ସମୟ ଧାର୍ଯ୍ୟ ଥିଲା ଆଜି ଟେଣ୍ଡର ଖୋଲିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଆଜି ହଠାତ ଏନ୍‌ଏସିରେ ହଟ୍ଟଗୋଳ ଏବଂ ତାଲା ପକେଇବା ଦୃଶ୍ୟ ଦେଖିବାକୁ ମିଳିଥିଲା।

publive-image

ପରିଷଦର ୧୮ଟି କାର୍ଯ୍ୟ ନିମନ୍ତେ ଚଳିତ ମାସ ୭ତାରିଖ ଦିନ ଅଫିସ ଟେଣ୍ଡର ନଂ୮୮୨ରେ  ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଟେଣ୍ଡର ବାହାରି ଥିଲା I ସେଥି ମଧ୍ୟରୁ କିଛି ନିର୍ଦ୍ଧିଷ୍ଟ ୱାର୍ଡ ଯେଭଳିକି ୱାର୍ଡ-୧, ୱାର୍ଡ ନମ୍ବର-୪ ୱାର୍ଡ ନମ୍ବର-୬ ଏବଂ ୱାର୍ଡ ନମ୍ବର-୧୨କୁ ବାଦ ଦେଇ ଅନ୍ୟ ୱାର୍ଡ ଗୁଡ଼ିକର ଉନ୍ନୟନମୂଳକ କାର୍ଯ୍ୟର ଟେଣ୍ଡର ପ୍ରକାଶ ପାଇଥିଲା।

ଟେଣ୍ଡର ପ୍ରକ୍ରିୟା ବିଷୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରବଙ୍କୁ ବୁଝିବାରୁ ସେ କହିଲେ ଯେଉଁ ୱାର୍ଡର କାମ ବାହାରିଛି ସେଗୁଡ଼ିକ ନିର୍ଦ୍ଧିଷ୍ଟ ୱାର୍ଡର କାଉନସିଲମାନେ ପ୍ରସ୍ତାବ ଦେବା ପରେ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଲା କାଉନସିଲରଙ୍କ ସହ ଯୋଗାଯୋଗ କରି କେଉଁ କାର୍ଯ୍ୟ କେଉଁଠି ହେବ ତାର ଏଷ୍ଟିମେଟ କରି ଆଣି ପ୍ରଦାନ କରିବା ପରେ ଟେଣ୍ଡର ବାହାରିଥିଲା। ହେଲେ ହଠାତ ଟେଣ୍ଡର ଶେଷ ଦିନରେ ୮ଗୋଟି ୱାର୍ଡର କାଉନସିଲର ଗୋଟିଏ ଗୋଟିଏ ଚିଠି ମୋତେ ପ୍ରଦାନ କରିଥିଲେ ଯେଉଁଥିରେ ଲେଖିଥିଲେ ବର୍ତ୍ତମାନ ଆମ ୱାର୍ଡରେ ଯେଉଁ କାର୍ଯ୍ୟ ନିମନ୍ତେ ଟେଣ୍ଡର ପ୍ରକାଶ ପାଇଛି ତାହା ବର୍ତମାନ ଅନାବଶ୍ୟକ ଏଣୁ ଏହି ଟେଣ୍ଡର କୁ ବାତିଲ କରାଯାଇ ପର୍ଯ୍ୟାପ୍ତ ଫଣ୍ଡ ଆସିଲେ ପୁନର୍ବାର ଟେଣ୍ଡର କରାଯାଉ ବୋଲି ଚିଠି ଦ୍ୱାରା ଲିଖିତ ଭାବେ ଉକ୍ତ ୱାର୍ଡ କାଉନସିଲରମାନେ ଜଣେଇଛନ୍ତିI ଶେଷରେ ଟେଣ୍ଡର କମିଟିର ନିଷ୍ପତ୍ତି ପ୍ରକାରେ ଖୋଲିବାକୁ ଥିବା ଟେଣ୍ଡର ବାତିଲ ହୋଇଥିବା ନେଇ ଅଫିସ ନୋଟିସ୍‌ ବୋର୍ଡରେ ଚିଠି ମରାଯାଇଥିବା ଦେଖିବାକୁ ମିଳିଛି।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe