ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବନ୍ଦ ପାଳନ

Advertisment

ବହୁଜନ ମୁକ୍ତି ମୋର୍ଚ୍ଚା ସଂଗଠନର ଆହ୍ବାନ କ୍ରମେ ଘୁ.ଉଦୟଗିରି ଅଞ୍ଚଳରେ ମଙ୍ଗଳବାର ସକାଳ ୬ ଘଣ୍ଟିକା ଠାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ବନ୍ଦ ପାଳନ ହୋଇଥିଲା।

ବହୁଜନ ମୁକ୍ତି ମୋର୍ଚ୍ଚା ସଂଗଠନର ଆହ୍ବାନ କ୍ରମେ ଘୁ.ଉଦୟଗିରି ଅଞ୍ଚଳରେ ମଙ୍ଗଳବାର ସକାଳ ୬ ଘଣ୍ଟିକା ଠାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ବନ୍ଦ ପାଳନ ହୋଇଥିଲା।

1002282891

ଘୁ.ଉଦୟଗିରି: ବହୁଜନ ମୁକ୍ତି ମୋର୍ଚ୍ଚା ସଂଗଠନର ଆହ୍ବାନ କ୍ରମେ ଘୁ.ଉଦୟଗିରି ଅଞ୍ଚଳରେ ମଙ୍ଗଳବାର ସକାଳ ୬ ଘଣ୍ଟିକା ଠାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ବନ୍ଦ ପାଳନ ହୋଇଥିଲା। ସଂଗଠନର ସୂଚନା ଅନୁସାରେ ବନ୍ଦ ଡାକରାର ମୁଖ୍ୟ ଦାବି ଗୁଡ଼ିକ ହେଲା ଭାରତର ଗଣତନ୍ତ୍ର, ସମ୍ବିଧାନ ଓ ମୂଳନିବାସୀ ବହୁଜନ ସମାଜର ମୌଳିକ ସାମ୍ବିଧାନିକ ଅଧିକାରର ସୁରକ୍ଷା, ନିର୍ବାଚନ ପ୍ରକ୍ରିୟାରେ ଇଭିଏମ ମେସିନ୍ ହଟାଇ ବେଲେଟ ପେପର ରବ୍ୟବହାର, ଓବିସି ଓ ସମସ୍ତ ଜାତିର ଜାତି ଭିତ୍ତିକ ଜନଗଣନା କରିବା, ସଂସଦରେ ଆରଏସଏସ ଏବଂ ବିଜେପି ଦ୍ଵାରା ମୂଳନିବାସୀ ବହୁଜନ ମହାପୁରୁଷଙ୍କ ପ୍ରତି କରାଯାଇଥିବା ଅବମାନନା ବିରୁଦ୍ଧରେ, ବୌଦ୍ଧଗୟା ସ୍ଥିତ ମହାବୋଧ ମହାବିହାରର ମୁକ୍ତି ପାଇଁ, ୱାକଫ ସଂଶୋଧନ ବିଲ୍ ଅସାମ୍ବିଧାନିକ ବୋଲି ବିଲକୁ ପ୍ରତ୍ୟାହାର କରିବା, ମୂଳନିବାସୀ ଖ୍ରୀଷ୍ଟିୟାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦରେ ଏହି ବନ୍ଦ ଡାକରା ହୋଇଥିଲା।

ଏହି ବନ୍ଦ ଡାକରାରେ ହନକ ଦିଗାଲ, ଫିରୋଜ ଦିଗାଲ,ରଜତ କୁମାର ନାୟକ, ଜାକି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ତା ସହ ବିଭିନ୍ନ ସାମାଜିକ ସଂଗଠନ ଗୁଡ଼ିକ ତଥା ଭାରତ ମୁକ୍ତି ମୋର୍ଚ୍ଚା, ବହୁଜନ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ମିଳିତ ଭାରତ ବନ୍ଦ ଡାକରାରେ ସହଯୋଗ କରିଥିବା ବେଳେ ଘୁ.ଉଦୟଗିରି କଂଗ୍ରେସ ଦଳ ସମର୍ଥନ କରିଥିବା ସୂଚନା ମିଳିଛି। ବନ୍ଦ ଡାକରା ଯୋଗୁଁ ଘୁ.ଉଦୟଗିରି ସହରର ସମସ୍ତ ଦୋକାନ ବଜାର, ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ କିଛି ସମୟ ପାଇଁ ଯାତାୟତରେ ବାଧା ସୃଷ୍ଟି ହୋଇ ଥିଲା।

ପୂର୍ବଦିନ ଡାକ ବାଜି ମାଧ୍ୟମରେ ଏହି ବନ୍ଦ ବିଷୟରେ ଲୋକଙ୍କୁ ସୂଚନା ଦିଆଯାଇଥିଲା । ସ୍ଥାନୀୟ ଆଇଆଇସି ବିଜୟ କୁମାର ସ୍ଵାଇଁ ଙ୍କ ନେତୃତ୍ଵରେ ଏସଆଇ ରୂପକ ଦଳେଇ, ମହିଳା ଏସଆଇ ରଞ୍ଜିତା ବେହେରା ,ବୁଲୁ ବେହେରା ସମେତ ଆଇଆରବି ଯବାନ ମୁତୟନ ହୋଇ ସୁରକ୍ଷା ପ୍ରତି ତିକ୍ଷ୍ଣ ଦୃଷ୍ଟି ରଖିଥିଲେ। ଜି.ଉଦୟଗିରି ସହର ଏକ ଶାନ୍ତି ପ୍ରିୟ ସହର ଯାହାକି ସମସ୍ତେ ଏହାକୁ ସହଯୋଗ କରି କିଛି ସମୟ ପାଇଁ ଦୋକାନ ବଜାର ବନ୍ଦ କରିଥିଲେ କିନ୍ତୁ ଦିନ ୨ଟା ପରେ ସମସ୍ତ ଦୋକାନ ବଜାର ଖୋଲା ହୋଇଥିଲା।

G. Udayagiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe