ଗଜାନନ ବେଶରେ ଦର୍ଶନ ଦେଲେ ଜଗା

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ନବରଙ୍ଗପୁର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ସକାଳ ୯ ଘଣ୍ଟିକା ସମୟରେ ଅଧିବାସ ପୁଜା, ୧୦୮ କଳସ ପୁଜା, ମଙ୍ଗଳାରୋପଣ ପୁଜା ହେବା ପରେ ମହାପ୍ରଭୁଙ୍କ ପହଣ୍ଡି ହୋଇ ମହାପ୍ରଭୁଙ୍କୁ ସ୍ନାନ ମଣ୍ଡପ ନିଆଗଲା।

debosnan purnima

debosnan purnima Photograph: (sambad.in)

ନବରଙ୍ଗପୁର: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ନବରଙ୍ଗପୁର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ସକାଳ ୯ ଘଣ୍ଟିକା ସମୟରେ ଅଧିବାସ ପୁଜା, ୧୦୮ କଳସ ପୁଜା, ମଙ୍ଗଳାରୋପଣ ପୁଜା ହେବା ପରେ ମହାପ୍ରଭୁଙ୍କ ପହଣ୍ଡି ହୋଇ ମହାପ୍ରଭୁଙ୍କୁ ସ୍ନାନ ମଣ୍ଡପ ନିଆଗଲା।

ସ୍ନାନ ମଣ୍ଡପରେ ଉପଚାର ପୁଜା ହେବା ପରେ ତା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ କରାଗଲା ପରେ ପୁଜା ଆଳତୀ କରାଗଲା ଓ ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କ ଗଜାନନ ବେଶରେ ଦର୍ଶନ ଦେଇଥିଲେ। ଏହି ଦର୍ଶନ ରାତି ୧୦ ଘଣ୍ଟି କା ପର୍ଯ୍ୟନ୍ତ ସମସ୍ତେ କରିବେ ଓ ତା ପରେ ମହାପ୍ରଭୁଙ୍କୁ ଅଣସର ଘରେ ନିଆଯିବ।

ସମସ୍ତ କାର୍ଯ୍ୟକ୍ରମ ରାଜପୁରୋହିତ ନରସିଂହ ତ୍ରିପାଠୀଙ୍କ ତତ୍ବାବଧାନରେ ପୁଜକ ଶେଷଦେବ ବ୍ରହ୍ମା, ପ୍ରମୋଦ ତ୍ରିପାଠୀ, ତ୍ରୟୋନାଥ ତ୍ରିପାଠୀ, ସୁମିତ ହଡ଼ପ, ସୁମିତ ପାଳ, ଅଶୋକ ତ୍ରିପାଠୀ, ଜିତେନ୍ଦ୍ର ଦାଶ, ଶ୍ରୀ ଜଗନ୍ନାଥ ନିଯୋଗ ସଭାପତି ନରେଶ ତ୍ରିପାଠୀ, ସମ୍ପାଦକ କୁନା ପାତ୍ର ସମସ୍ତେ ରହି ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟରେ ରହି ସହଯୋଗ କରିଥିଲେ।  

 Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe