ଇସ୍କନର ଅଦିନିଆ ରଥଯାତ୍ରା: ଚିଠି ଲେଖିଲେ ଗଜପତି

Advertisment

ଆମେରିକୀୟ ସହର ହ୍ୟୁଷ୍ଟନରେ ଇସ୍କନ ତରଫରୁ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିଠି ଲେଖି। ସେ ଅଦିନରେ ରଥଯାତ୍ରା ଆୟୋଜନକୁ ବିରୋଧ କରି ହ୍ୟୁଷ୍ଟନରେ ଥିବା ଇସ୍କନ ମନ୍ଦିର ଓ ମାୟାପୁରୀ ମୁଖ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି।

ଆମେରିକୀୟ ସହର ହ୍ୟୁଷ୍ଟନରେ ଇସ୍କନ ତରଫରୁ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିଠି ଲେଖି। ସେ ଅଦିନରେ ରଥଯାତ୍ରା ଆୟୋଜନକୁ ବିରୋଧ କରି ହ୍ୟୁଷ୍ଟନରେ ଥିବା ଇସ୍କନ ମନ୍ଦିର ଓ ମାୟାପୁରୀ ମୁଖ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି।

Gajapati

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପ୍ରତିବର୍ଷ ଆଷାଢ଼ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଅନୁଷ୍ଠିତ ହୋଇଛି। ପୁରୀର ପରଂପରାକୁ ନେଇ ଓଡ଼ିଶାର ଗାଁଗହଳି ଠାରୁ ଆରମ୍ଭ କରି ରାଜ୍ୟବ୍ୟାପି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।‌ ସେହିପରି ଦେଶର ଅନ୍ୟ ସ୍ଥାନରେ ମଧ୍ୟ ପୁରୀ ରଥଯାତ୍ରାକୁ ଅନୁସରଣ କରାଯାଇଥାଏ। କିନ୍ତୁ ବିଦେଶରେ ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ସେ ସଂପୃକ୍ତ ଅନୁଷ୍ଠାନକୁ ଚିଠି ଲେଖିଛନ୍ତି 

ଆମେରିକୀୟ ସହର ହ୍ୟୁଷ୍ଟନରେ ଇସ୍କନ ତରଫରୁ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିଠି ଲେଖି। ସେ ଅଦିନରେ ରଥଯାତ୍ରା ଆୟୋଜନକୁ ବିରୋଧ କରି ହ୍ୟୁଷ୍ଟନରେ ଥିବା ଇସ୍କନ ମନ୍ଦିର ଓ ମାୟାପୁରୀ ମୁଖ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ପରମ୍ପରାକୁ ଭଙ୍ଗ କରି ଏଭଳି ଅଦିନରେ ରଥଯାତ୍ରା ପାଳନ କରାଯାଉଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି। 

ହ୍ୟୁଷ୍ଟନରେ ଇସ୍କନ ତରଫରୁ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିଠି ଲେଖିଛନ୍ତି। ସେ ଅଦିନରେ ରଥଯାତ୍ରା ଆୟୋଜନକୁ ବିରୋଧ କରିଛନ୍ତି।

ମହାପ୍ରଭୁଙ୍କ ରଥଯାତ୍ରା ପରମ୍ପରା ଓ ବିଧି ଅନୁଯାୟୀ ପାଳନ କରାଯାଏ। ତେଣୁ ହ୍ୟୁଷ୍ଟନ ସହରରେ ନଭେମ୍ବର ୩ ଓ ନଭେମ୍ବର ୯ରେ ହେବାକୁ ଥିବା ସ୍ନାନଯାତ୍ରା ଓ ରଥଯାତ୍ରା ବନ୍ଦ କରିବାକୁ କହିଛନ୍ତି ଗଜପତି। ସେହିଭଳି ନାଇଜେରିଆରେ ୨୩ ନଭେମ୍ବରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଚିଠି ଲେଖିଛନ୍ତି ଗଜପତି। ବିଧି ଓ ପରମ୍ପରା ଅନୁଯାୟୀ, ରଥଯାତ୍ରା ପାଳନ କରିବାକୁ ବାରମ୍ବାର ଇସ୍କନ ସହ ଆଲୋଚନା ସରିଛି। ଏହାସତ୍ତ୍ବେ ମଧ୍ୟ ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ଅଦିନିଆ ରଥଯାତ୍ରା ପାଳନ ନିଷ୍ପତ୍ତିକୁ ଜଗନ୍ନାଥପ୍ରେମୀ ନାପସନ୍ଦ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe