ଚାଳିଛି ବେଧଡକ୍ ଖୁଡୁଖୁଡ଼ି; ରୋକିବ କିଏ?

ଜିଲ୍ଲାରେ ଏବେ ସବୁ ବ୍ଲକରେ ଚାଳିଛି ବାଲିଯାତ୍ରା ଓ ଠାକୁରାଣୀ ଯାତ୍ରା। ପରମ୍ପରା ଅନୁଯାୟୀ ଚାଳୁଥିବା ଏହି ଜାନିଯାତ୍ରାରେ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି କିଛି ଅସାଧୁ ପୁଲିସ ବାବୁଙ୍କ ସହ ସଲାସୁତରା କରି ଏହି ଯାତ୍ରା ଗୁଡିକରେ ବେଆଇନ କୁକୁଡା ଲଢେଇ ସହ ଖୁଡୁଖୁଡ଼ି ଖେଳ ଖୋଲାମେଲାରେ ଚଳାଇଛନ୍ତି।

Gambling

Gambling Photograph: (sambad.in )

ନବରଙ୍ଗପୁର: ଜିଲ୍ଲାରେ ଏବେ ସବୁ ବ୍ଲକରେ ଚାଳିଛି ବାଲିଯାତ୍ରା ଓ ଠାକୁରାଣୀ ଯାତ୍ରା। ପରମ୍ପରା ଅନୁଯାୟୀ ଚାଳୁଥିବା ଏହି ଜାନିଯାତ୍ରାରେ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି କିଛି ଅସାଧୁ ପୁଲିସ ବାବୁଙ୍କ ସହ ସଲାସୁତରା କରି ଏହି ଯାତ୍ରା ଗୁଡିକରେ ବେଆଇନ କୁକୁଡା ଲଢେଇ ସହ ଖୁଡୁଖୁଡ଼ି ଖେଳ ଖୋଲାମେଲାରେ ଚଳାଇଛନ୍ତି। ଜିଲ୍ଲାର ରାଇଘର, ଉମରକୋଟ, ଡାବୁଗାଁ, ଝରିଗାଁ, ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକର ବିଭିନ୍ନ ଥାନା ଅଂଚଳରେ ହୋଇଥିବା ଯାତ୍ରା ଗୁଡ଼ିକରେ ଏଭଳି ଜୁଆ ଚାଳିଥିବା ଅଭିଯୋଗ ହୋଇଛି। ଉପରୋକ୍ତ ଏହି ବ୍ଲକ ଗୁଡିକରେ ଅଧିକା ଜୁଆ ଖେଳ ଚାଳିଥିବା ବେଳେ ଅନ୍ୟ ବ୍ଲକର କିଛି ଥାନା ଅଂଚଳରେ ବି ଚାଳିଥିବା ଆଇନଜୀବୀମାନେ ଅଭିଯୋଗ କରିଛନ୍ତି। 

ଏପରିକି ଯାତ୍ରା ଗୁଡିକରେ ପୁଲିସର ଜ୍ଞାତ ସାରରେ ଖୁଡୁଖୁଡ଼ି ଜୁଆ ଖେଳ ଚାଲିଥିବା ଦେଖିବାକୁ ମିଳିଛି। ପୁଲିସ କର୍ମଚାରୀ ଏହି ଖୁଡୁଖୁଡ଼ି ଖେଳର ମାଲିକଙ୍କୁ ଡକାଇ ରାତିକୁ କେତେ ଟଙ୍କା ଦେବ ବୋଲି ପଚାରୁଛନ୍ତି। ଯେଉଁ ମାଲିକ ଅଧିକ ଟଙ୍କା ଦେବ ସେହିଁ ଯାତ୍ରା ମଧ୍ୟରେ ଏହି ଖେଳ କରିବା ପାଇଁ ଅନୁମତି ମିଳିବ ବୋଲି ପୁଲିସ ବାବୁ ମାନେ କହିଥିବା ଏହି ଖେଳ କରାଉଥିବା କିଛି ମାଲିକମାନେ କହିଛନ୍ତି।

ଯାତ୍ରା ପରିଚାଳନା କରୁଥିବା କମିଟିକୁ ବି କିଛି ଚାନ୍ଦା ସହ ବଟି ବି ଦିଆଯାଉଛି ବୋଲି କହିଛନ୍ତି ଜଣେ ଖୁଡୁଖୁଡ଼ି ମାଲିକ।  ଯିଏ ଏହି ଜୁଆ ଆଡ୍ଡା ଓ ଖେଳକୁ ରୋକିବା କଥା ସେ ଯଦି ନିଜେ ଏହାକୁ ପ୍ରତ୍ସାହିତ କରିବ ତେବେ ଏହାକୁ ରୋକିବ କିଏ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ଏପରିକି କିଛି ସ୍ଥାନରେ ଜିତ୍ ହାର ପରେ ଗଣ୍ଡଗୋଳ ହେବା ସହ ମାରପିଟ୍ ବି ହେଉଥିବା ନଜିର ରହିଛି।

ଜାନିଯାତ୍ରାରେ ଅଳ୍ପ କିଛି ଟଙ୍କା ପାଇଁ ଏଭଳି ଜୁଆକୁ ପ୍ରତ୍ସାହିତ  କରିବା କେତେ ଦୁର ଯୁକ୍ତିଯୁକ୍ତ। ସମ୍ପ୍ରତି ରବି ଧାନ, ମକା, କାଜୁ ଆଦି ବିକ୍ରୀ କରିଥିବା ଚାଷୀ ମାନେ ସେ ଟଙ୍କା ଆଣି ଜୁଆ ଖେଳୁଥିବା ମହିଳା ମାନେ ବି ଅଭିଯୋଗ କରିଛନ୍ତି। ତୁରନ୍ତ ପୁଲିସ ଉଚ୍ଚକର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ଏହି ଜୁଆକୁ ପ୍ରତ୍ସାହିତ କରୁଥିବା ପୁଲିସ ବାବୁଙ୍କ ଉପରେ ପଦକ୍ଷେପ ନେବା ସହ ଖେଳ ବନ୍ଦ କରିବାକୁ ଆଇନଜୀବୀ ମାନେ ଦାବି କରିଛନ୍ତି। 

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe