ପୂର୍ଣ୍ଣେଶ୍ବର ମନ୍ଦିରରେ ଗଣେଶଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୩ ନଂ ୱାର୍ଡର ଶ୍ରୀ ପୂର୍ଣ୍ଣେଶ୍ବର ମନ୍ଦିରଠାରେ ମନ୍ଦିରର ପୁନଃ ବିନ୍ୟାସ ଓ ଶ୍ରୀ ଗଣେଶଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମନ୍ଦିର ପରିଚାଳନା କମିଟି ଏବଂ ସ୍ଥାନୀୟ ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ ତତ୍ତାବଧାନରେ ମହାସମାରୋହରେ ଗତ ୨୧ ତାରିଖଠାରୁ ଆରମ୍ଭ ହୋଇ ୨୩ ତାରିଖରେ ସମାପନ ହୋଇଯାଇଛି।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୩ ନଂ ୱାର୍ଡର ଶ୍ରୀ ପୂର୍ଣ୍ଣେଶ୍ବର ମନ୍ଦିରଠାରେ ମନ୍ଦିରର ପୁନଃ ବିନ୍ୟାସ ଓ ଶ୍ରୀ ଗଣେଶଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମନ୍ଦିର ପରିଚାଳନା କମିଟି ଏବଂ ସ୍ଥାନୀୟ ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ ତତ୍ତାବଧାନରେ ମହାସମାରୋହରେ ଗତ ୨୧ ତାରିଖଠାରୁ ଆରମ୍ଭ ହୋଇ ୨୩ ତାରିଖରେ ସମାପନ ହୋଇଯାଇଛି।

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୩ ନଂ ୱାର୍ଡର ଶ୍ରୀ ପୂର୍ଣ୍ଣେଶ୍ବର ମନ୍ଦିରଠାରେ ମନ୍ଦିରର ପୁନଃ ବିନ୍ୟାସ ଓ ଶ୍ରୀ ଗଣେଶଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମନ୍ଦିର ପରିଚାଳନା କମିଟି ଏବଂ ସ୍ଥାନୀୟ ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ ତତ୍ତାବଧାନରେ ମହାସମାରୋହରେ ଗତ ୨୧ ତାରିଖଠାରୁ ଆରମ୍ଭ ହୋଇ ୨୩ ତାରିଖରେ ସମାପନ ହୋଇଯାଇଛି।
publive-image

ସୋମବାର କଳସଯାତ୍ରା ଓ ସୂର୍ଯ୍ୟପୂଜା, ଘଟ ମଣ୍ଡଳ ପୂଜା, ଅଗ୍ନିସ୍ଥାପନ ଓ  ଗୀତାଯଜ୍ଞ ଏବଂ ଅପରାହ୍ନ ୧ଟା ୩୦ରେ ପ୍ରସାଦ ସେବନ, ୨୨ ତାରିଖ ମଙ୍ଗଳବାର ପ୍ରାତଃ ବେଦ ପାଠ, ଶପ୍ତଶତୀ ଚଣ୍ଡୀଯଜ୍ଞ, ଅନ୍ଯାନ୍ଯ ପୂଜା ହୋମ, ସନ୍ଧ୍ୟାରେ ଭଜନ ସମାରୋହ ଓ ବୁଧବାର ପ୍ରାତଃ ବେଦ ପାଠ, ସୂର୍ଯ୍ୟପୂଜା, ଗୋପୂଜା, ଘଟମଣ୍ଡଳ ପୂଜନ, ଶ୍ରୀଶ୍ରୀ ଗଜାନନଙ୍କ ପ୍ରାଣପ୍ରତିଷ୍ଠା, ରୁଦ୍ରାଭିଷେକ ଓ ପୂର୍ଣ୍ଣାହୁତି ହୋଇଥିଲାl

ସୂଚନାଯୋଗ୍ୟ, ପୂର୍ବର ପୂର୍ଣ୍ଣେଶ୍ବର ମନ୍ଦିର ଏବେ ନବବିନ୍ୟାସ ହୋଇ ପାର୍କ, ସୁନ୍ଦର ଘେର ସାଙ୍ଗକୁ ମନ୍ଦିରର ନବକଳେବର ପରିଦୃଶ୍ୟମାନ ହୋଇଥିଲା। ଏଥିରେ ସୁଦୂର ଭଦ୍ରକରୁ ପଣ୍ଡିତଗଣ ଯଥା ଅଜୟ କୁମାର ଦାଶ, ସୋମନାଥ ଶାସ୍ତ୍ରୀ, ଅଭୟ କୁମାର ପଣ୍ଡା ତଥା ସ୍ଥାନୀୟ ପଣ୍ଡିତଗଣ ପ୍ରସନ୍ନ କୁମାର ଷଡଙ୍ଗୀ, ଜନରଂଜନ ଦାଶ,ଟିକୁ ହୋତା, ରବିନାରାୟଣ ହୋତା ପ୍ରମୁଖ ଯୋଗ ଦେଇ ବେଦମନ୍ତ୍ରରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିବା ବେଳେ କର୍ତ୍ତାକର୍ତ୍ତୀ ଭାବେ କଟି ପଣ୍ଡା, କବିତା ପଣ୍ଡା, ଅଶୋକ ମହାନ୍ତି(ବାପି), ଅର୍ଚ୍ଚନା ମହାନ୍ତି ମଞ୍ଚାସୀନ ହୋଇ ପୂଜାକର୍ମକାଣ୍ଡ ସମ୍ପାଦିତ ହୋଇଥିଲା। ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ସ୍ଥାନୀୟ ଅଧିବାସୀଗଣ ସହଯୋଗ କରିଥିଲେ। ଉକ୍ତ ଭକ୍ତିରସାମୃତ ବାତାବରଣରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ଶିବ ବାବା ଓ ଶ୍ରୀ ଗଣେଶଙ୍କ କୁପାଲାଭ କରିଥିଲେ। 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe