Gang Rape Biramaharajpur: ବୀରମହାରାଜପୁରରେ ଚାଞ୍ଚଲ୍ୟ: ଘରୋଇ କମ୍ପାନିରୁ କାର୍ଯ୍ୟ ସାରି ଘରକୁ ଫେରୁଥିବାବେଳେ ଗଣ ଦୁଷ୍କର୍ମର ଶିକାର ହେଲେ ଯୁବତୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଳକ ହିକୁଡିଠାରେ ଜଣେ ଯୁବତୀଙ୍କୁ Gang Rape କରାଯାଇଥିବାର ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Untitled-7

Gang Rape at Biramaharajpur Photograph: (sambad.in)

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଳକ ହିକୁଡିଠାରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବାର ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ବୀରମହାରାଜପୁର ଥାନାରେ ଶନିବାର ସକାଳେ ପୀଡ଼ିତା ଲିଖିତ ଅଭିଯୋଗ କରିଛନ୍ତି।

ସୂଚନାରୁ ପ୍ରକାଶ, ଗତକାଲି ହିକୁଡି ଗ୍ରାମର ଜଣେ ଯୁବତୀ (୨୦) ଏକ ଘରୋଇ କମ୍ପାନିରୁ କାର୍ଯ୍ୟ ସାରି ଘରକୁ ଫେରୁଥିଲେ। ସନ୍ଧ୍ୟା ୫.୩୫ରେ ଘରକୁ ଫେରୁଥିବା ବେଳେ ହିକୁଡି ଆଇଟି ଆଇ କଲେଜ୍ ପାଖରେ ଥିବା ବନ୍ଧ ପାଖରେ ତିନି ଜଣ ମୁଖାପିନ୍ଧା ଯୁବକ ତାଙ୍କୁ ଅଟକାଇ ଏକ ତରଳ ପଦାର୍ଥ ସ୍ପ୍ରେ କରିଥିଲେ। ଏହାପରେ ପୀଡ଼ିତା ଚେତା ହରାଇଥିଲେ। ଏହାପରେ ଯୁବକମାନେ ପୀଡ଼ିତାଙ୍କୁ ଏକ ବିଲକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ଚେତା ଆସିବା ପରେ ଘରକୁ ଯାଇ ସବୁକଥା କହିଥିବା ବେଳେ ପରିବାର ଲୋକ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପ୍ରଥମେ ଧର୍ମଶାଳା ଫାଣ୍ଡି ଅଧିକାରୀ ବସନ୍ତ କୁମାର ରଥ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ଉଚ୍ଚ ପୁଲିସ୍ ଅଧିକାରୀଙ୍କୁ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: Fir Bjd Pranab Prakash Das: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ନାଆଁରେ କୋମନା ଥାନାରେ ମାମଲା, ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ ଅଭିଯୋଗ

ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାଏକ, ଉପଖଣ୍ଡ ପୁଲିସ ଅଧିକାରୀ ହେମନ୍ତ କୁମାର ରାଓ, ବୀରମହାରାଜପୁର ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ଶୁକ୍ରବାର ରାତି ସାରା ତନାଘନା କରିଥିଲେ। ଶନିବାର ସକାଳେ ପୀଡ଼ିତା ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ବୀରମହାରାଜପୁର ଥାନା କେସ୍ ନମ୍ବର ୨୨୯/୨୫ରେ ଏକ ମାମଲା ରୁଜ୍ଜୁ କରି ଇନସ୍ପେକ୍ଟର ଅବିନାଶ ପ୍ରଧାନ ଅଧିକ ତଦନ୍ତ ଚଳାଇଛନ୍ତି। 

ଆହୁରି ପଢ଼ନ୍ତୁ:Speech Union Minister Ashwini Vaishnav: ଓଡ଼ିଶାକୁ ଉନ୍ନତ ମାନର ଶିଳ୍ପ ଆସିବା ସ୍ବପ୍ନ ଏବେ ସଫଳ ହେଉଛି: କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ଦୁଇ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍

ଏହି ଘଟଣାରେ ବୀରମହାରାଜପୁର ପୁଲିସ୍ ଦୁଇଜଣ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି। ସୋନପୁର- ସମ୍ବଲପୁର ମୁଖ୍ୟ ରାସ୍ତା ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe