ପୋଖରୀ ତୁଠରେ ଯୁବତୀଙ୍କୁ ଦୁଷ୍କର୍ମ-ହତ୍ୟା ଉଦ୍ୟମ; ବନ୍ଧାହେଲେ ୪ ଅଭିଯୁକ୍ତ ଯୁବକ

Advertisment

ଜଗତସିଂହପୁର, ମାଲକାନଗିରି, ପୁରୀ ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଦୁଷ୍କର୍ମ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ‌ବେଳେ ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ପୁଣି ସମାନ ପ୍ରକାରର ଉଦ୍ୟମ କରାଯାଇଛି।

ଜଗତସିଂହପୁର, ମାଲକାନଗିରି, ପୁରୀ ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଦୁଷ୍କର୍ମ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ‌ବେଳେ ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ପୁଣି ସମାନ ପ୍ରକାରର ଉଦ୍ୟମ କରାଯାଇଛି।

bls

ନୀଳଗିରି: ଜଗତସିଂହପୁର, ମାଲକାନଗିରି, ପୁରୀ ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଦୁଷ୍କର୍ମ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ‌ବେଳେ ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ପୁଣି ସମାନ ପ୍ରକାରର ଉଦ୍ୟମ କରାଯାଇଛି। ବରହମପୁର ଥାନା ଅଞ୍ଚଳରେ ଜଣେ ୨୦ ବର୍ଷ ବର୍ଷୀୟ ଯୁବତୀଙ୍କୁ ପୋଖରୀ ତୁଠରେ ଟଣାଓଟରା ସହ ଗଣଦୁଷ୍କର୍ମ ଉଦ୍ୟମ ହୋଇଛି। ଏହି ଅଭିଯୋଗରେ ପୁଲିସ ଚାରି ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ ବରହମପୁର ଥାନା ଅଞ୍ଚଳରେ ଜଣେ ଯୁବତୀ ଗତକାଲି ଗାଧୋଇବାକୁ ଗାଁ ପୋଖରୀକୁ ଯାଇଥିଲେ। ଏହି ସମୟରେ ପୂର୍ବରୁ ଅନୁସରଣ କରୁଥିବା ଚାରି ଜଣ ଯୁବକ ପୋଖରୀ ତୁଠରେ ପହଞ୍ଚି ଥିଲେ। ବଳପୂର୍ବକ ଯୁବତୀଙ୍କୁ ନିବସ୍ତ୍ର କରିବା ସହିତ ଟଣାଓଟରା କରୁଥିଲେ। ଦୁଷ୍କର୍ମ କରିବା ପାଇଁ ପୂରା ବଳ ଲଗାଇଥିଲେ। ଚାରି ଜଣ ଯୁବକ ଏତିକିରେ ଅଟକି ନଥିଲେ। ସେମାନେ ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ପାଣିରେ ବୁଡାଇ ମାରିବା ଓ ମୁଣ୍ଡରେ ପଥର ଛେଚି ମାରିବା ପାଇଁ ଉଦ୍ୟମ କରିଥିଲେ। ଘଟଣା ସଂପର୍କରେ ପୁଲିସକୁ ଅବଗତ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଯୁବକଙ୍କ ଧମକ ଯୋଗୁଁ ପରିବାର ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଜଣେ ଯୁବତୀ ଗତକାଲି ଗାଧୋଇବାକୁ ଗାଁ ପୋଖରୀକୁ ଯାଇଥିଲେ। ଏହି ସମୟରେ ପୂର୍ବରୁ ଅନୁସରଣ କରୁଥିବା ଚାରି ଜଣ ଯୁବକ ପୋଖରୀ ତୁଠରେ ପହଞ୍ଚି ଥିଲେ। ବଳପୂର୍ବକ ଯୁବତୀଙ୍କୁ ନିବସ୍ତ୍ର କରିବା ସହିତ ଟଣାଓଟରା କରୁଥିଲେ। ଦୁଷ୍କର୍ମ କରିବା ପାଇଁ ପୂରା ବଳ ଲଗାଇଥିଲେ।

ତେବେ କୌଶଳକ୍ରମେ ଯୁବତୀ ଜଣକ ସେଠାରୁ ଖସି ଆସି ଘରେ ସବୁ କଥା ଜଣାଇଥିଲେ। ପରେ ତାଙ୍କୁ ବରହମପୁପର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚାରି ଯୁବକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।  

rape | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe