ମାଲକାନଗିରି/କାଲିମେଳା: ମାଲକାନଗିରି ପୁଲିସ ତରଫରୁ ଚଢ଼ାଉ କରାଯାଇ ୧୨୫୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ପୁଲିସ ଭେଜଙ୍ଗୱାଡା ଅଂଚଳରେ ଚଢ଼ାଉ କରିଥିଲେ। ସର୍ଚ୍ଚ ଅପେରସନ ବେଳେ ଜଙ୍ଗଲରୁ ୧୨୫୦ କିଲୋ ଗଞ୍ଜେଇ ବିକ୍ରି ପାଇଁ ଲୁଚାଇ ରଖାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।
ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବ
ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଏହି ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ପୁଲିସ ତୁରନ୍ତ ଗିରଫ କରିବ ବୋଲି କହିଛି। ଗତ ୨୦୨୪ ମସିହାରେ ମୋଟ ୨୩ ହଜାର କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ବେଳେ ୨୦୨୫ରେ ୨୫ ହଜାର କ୍ୱିଣ୍ଟାଲ ଗଂଜେଇ ଜବତ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।
Hockey Stars Sundargarh ସୁନ୍ଦରଗଡ଼ ତାରକାଙ୍କ ଉପରେ ସମସ୍ତଙ୍କ ନଜର, ଦିନକ ପରେ ପ୍ରୋ-ଲିଗ ହକି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/09/eng-2026-02-09-09-16-35.jpg)