ବଦଳିଛି ବାବୁଙ୍କ ମାନସିକତା! ସଭାଗୃହରେ ନେତାଙ୍କୁ ମାଗିଲେ କ୍ଷମା

Advertisment

ଗରଦପୁର ପଞ୍ଚାୟତ ସମିତିର ଷଷ୍ଠ  ସାଧାରଣ ବୈଠକ ଆଜି ପଞ୍ଚାୟତ ସମିତିର ସଭାଗୃହରେ ଅନୁଷ୍ଠିତ ହୋଇଛି। ହେଲେ ଆଜିର ଏହି ବୈଠକରେ ସଭାଗୃହ ଭିତରେ ଓ ବାହାରେ ଅଭାବନୀୟ ଓ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଗରଦପୁର ପଞ୍ଚାୟତ ସମିତିର ଷଷ୍ଠ  ସାଧାରଣ ବୈଠକ ଆଜି ପଞ୍ଚାୟତ ସମିତିର ସଭାଗୃହରେ ଅନୁଷ୍ଠିତ ହୋଇଛି। ହେଲେ ଆଜିର ଏହି ବୈଠକରେ ସଭାଗୃହ ଭିତରେ ଓ ବାହାରେ ଅଭାବନୀୟ ଓ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା।

BDO1

ଗରଦପୁର: ରାଜ୍ୟରେ ବର୍ଷେ ହେଲା ସରକାର ବଦଳିଛି। ୨୪ ବର୍ଷର ବିଜେଡି ସ୍ଥାନରେ ବିଜେପି ଶାସନ କରୁଛି। ବାବୁରାଜ୍‌ ସ୍ଥାନରେ ନେତାଙ୍କ ଗୁରୁତ୍ବ ବଢ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ପଞ୍ଚାୟତ ସମିତି ବୈଠକରେ ଆଜି ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଯେଉଁଠି ଗୋଷ୍ଠୀ ଉନ୍ନୟନ ଅଧିକାର (ବିଡିଓ) ନିଜର ଭୁଲ ସ୍ବୀକାର କରିବା ସହିତ ନେତାଙ୍କୁ କ୍ଷମା ମାଗିଛନ୍ତି।  

ଗରଦପୁର ପଞ୍ଚାୟତ ସମିତିର ଷଷ୍ଠ  ସାଧାରଣ ବୈଠକ ଆଜି ପଞ୍ଚାୟତ ସମିତିର ସଭାଗୃହରେ ଅନୁଷ୍ଠିତ ହୋଇଛି। ହେଲେ ଆଜିର ଏହି ବୈଠକରେ ସଭାଗୃହ ଭିତରେ ଓ ବାହାରେ ଅଭାବନୀୟ ଓ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବୈଠକକୁ ବିଧାୟକଙ୍କୁ ଅତିଥି ଭାବେ ଯୋଗ ଦେବାପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଚିଠି କରିଥିବା ବେଳେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭୁଲି ଯାଇ ଚିଠି କରି ନଥିଲେ।

ତେବେ ସାଂସଦଙ୍କୁ ଚିଠି ନକରିବା ନେଇ ବୈଠକ ଆରମ୍ଭ ହେବା କ୍ଷଣି  ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟାମାନେ ଗୃହରେ ହଟ୍ଟଗୋଳ କରିବା ସହ ବିଭିନ୍ନ ନାରାବାଜି କରିଥିଲେ। ବିଡିଓଙ୍କ ଏଭଳି  କାର୍ଯ୍ୟକଳାପକୁ ନେଇ ବଙ୍ଗାଳପୁର ସରପଞ୍ଚ ଅମୀୟ କୁମାର ଜେନା ଓ ତେଣ୍ଡାକୁଡ଼ା ସରପଞ୍ଚ ମାନସ କୁମାର ରାଉତ ଗୃହ ମଧ୍ୟଭାଗକୁ ଆସି ବିଭିନ୍ନ ନାରାବାଜି କରିବା ସହ ବିଡ଼ିଓ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସଭାଗୃହ ମଧ୍ୟରେ ଧାରଣାରେ ବସି ରହିଥିଲେ। ଗୃହର ଏପରି ଅଚଳାବସ୍ଥା ଦେଖି ବିଡ଼ିଓ ଆଲୋକ କୁମାର ସେଠୀ ଡାଏସ୍‌ର ତଳକୁ ଆସି ଭୁଲ ହୋଇ ଯାଇଛି କହିଥିଲେ। ଭବିଷ୍ୟତରେ ଏପରି ମୁଲ ହେବ ନାହିଁ ବୋଲି କହିଥିଲେ। ସେ ଭୁଲ ପାଇଁ କ୍ଷମା ମାଗିଲା ପରେ ଧାରଣାରତ ସରପଞ୍ଚମାନେ ନିଜ ନିଜର ଆସନକୁ ଯାଇଥିଲେ। 

ଆଜିର ବୈଠକକୁ ଚିଠି କରିବାରେ କଣ ଅସୁବିଧା ରହିଲା ବୋଲିି ଜାଣିବାକୁ ଚାହିଁଥିଲେ। ଚିଠି ଇ-ମେଲ୍ ଦ୍ବାରା କରାଯାଇଥିଲା, ହେଲେ ସାଂସଦଙ୍କ ସଠିକ୍‌ ମେଲ୍ ଆଇଡିକୁ ଚିଠି କରାଯାଇ ନଥିବାରୁ ଏହା ପହଞ୍ଚି ପାରି ନାହିଁ ବୋଲି ବିଡିଓ ନିଜର ପ୍ରତିକ୍ରିୟାରେ କହିଥିଲେ।  

ତେବେ ଆଜିର ବୈଠକକୁ ପୂର୍ବ ବୈଠକ ପରି ସାମ୍ବାଦିକଙ୍କୁ ମନା କରି ଦେଇଥିଲେ ବି ବୈଠକର ଏଜେଣ୍ଡା ମଧ୍ୟ ସାମ୍ବାଦିକମାନଙ୍କୁ ବି ପ୍ରଦାନ କରାଯାଇ ନଥିଲା। ଗୃହ ବାହାରୁ ସାମ୍ବାଦିକମାନେ ଖବର ସଂଗ୍ରହ କରିଥିଲେ। ଆଜିର ବୈଠକରେ ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜଙ୍କ ସଭାପତିତ୍ବରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଓ ପାନୀୟ ଜଳ, ଖାଦ୍ୟ ଯୋଗାଣ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଆଲୋଚନା ହୋଇଥିଲା।  

 Kendrapara

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe