ଖବର ପ୍ରକାଶ ପରେ ହସ୍ପିଟାଲ ପରିସରରୁ ଉଠିଲା ଆବର୍ଜନା

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱଚ୍ଛତା ଉପରେ ଅଧିକ ଦୃଷ୍ଟି ଦେଉଛନ୍ତି। ତଥାପି ସହରର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ଆବର୍ଜନା ଭତର୍ତ୍ତି ହୋଇରହିଛି। କିଛିଦିନ ପୂର୍ବରୁ “ସ୍ୱଚ୍ଛତା ହିଁ ସେବା” ଅଭିଯାନ କାର୍ଯ୍ୟକ୍ରମ ଚାଲିଥିଲା।

r

ରାଇରଙ୍ଗପୁର: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱଚ୍ଛତା ଉପରେ ଅଧିକ ଦୃଷ୍ଟି ଦେଉଛନ୍ତି। ତଥାପି ସହରର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ଆବର୍ଜନା ଭତର୍ତ୍ତି ହୋଇରହିଛି। କିଛିଦିନ ପୂର୍ବରୁ “ସ୍ୱଚ୍ଛତା ହିଁ ସେବା” ଅଭିଯାନ କାର୍ଯ୍ୟକ୍ରମ ଚାଲିଥିଲା। ଯାହାଫଳରେ ସହର ସମେତ ଗ୍ରାମାଂଚଳର ବିଭିନ୍ନ ସ୍ଥାନରେ ସଫେଇ ଅଭିଯାନ ହେଉଥିଲା।

ଏହି ଅବସରରେ ରାଇରଙ୍ଗପୁର ପୌରପରିଷଦରେ ମଧ୍ୟ ଆଖିଦୃଶିଆ ସଫାସୁତୁରା ଚାଲିଥିଲା। କିନ୍ତୁ ସେହି ସମୟରେ ସ୍ୱଚ୍ଛତା ରହିବା ସ୍ଥାନ ଉପଖଣ୍ଡ ଚିକିସ୍ୟାଳୟରେ ହିଁ କୁଢ଼କୁଢ଼ ଅଳିଆ ଆବର୍ଜନା ଭରି ରହିଥିଲା। ସେସବୁ ପଚିସଢ଼ି ଦୁଗର୍ନ୍ଧ ହୋଇ ଅସ୍ୱାସ୍ଥକର ପରିବେଶ ସୃଷ୍ଟି ହେଉଥିଲା।

publive-image

ଏନେଇ ଦୈନିକ ’ସମ୍ବାଦ’ରେ ‘ରାଇରଙ୍ଗପୁରରେ ସ୍ୱଚ୍ଛ ଭାରତ ଅଭିଯାନ ବାଟବଣା’ ଶୀର୍ଷକରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶ ପରେ ପୌର ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରୁ ଅଳିଆ ଆବର୍ଜନା ସଫା କରିଥିଲେ। ବର୍ତମାନ ଉକ୍ତ ସ୍ଥାନ ପରିଷ୍କାର ପରିଚ୍ଛନ ରହିଛି। ସେଠାରେ ଆଉ ଅଳିଆ ଆବର୍ଜନା ପକାଯାଉ ନାହିଁ।

ଉକ୍ତ ସ୍ଥାନରେ ବର୍ଷବର୍ଷ ଧରି ଅଳିଆ ପକାଯାଉଥିଲା। ଉକ୍ତ ସ୍ଥାନ ସଫାସୁତୁରା ହୋଇଥିବାରୁ ଅଂଚଳବାସୀ ‘ସମ୍ବାଦ’କୁ ଧନ୍ୟବାଦ ଅର୍ପଣ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe