ଭୁବନେଶ୍ୱରରେ ପ୍ରଦର୍ଶନୀ ଗେଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ରୋଟାରି କ୍ଳବ ଏବଂ ଆଇକନିକ ଟ୍ରାନ୍ସଫରମେସନ୍‌ର ମିଳିତ ଅନୁକୁଲ୍ୟରେ ଭୁବନେଶ୍ୱରରେ ଏକ ପ୍ରଦର୍ଶନୀ ଗେଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ରୋଟାରୀ କ୍ଲବ ଭୁବନେଶ୍ୱରର ମୋଟ୍‌ ୩ଟି ଦଳ ଅଂଶଗ୍ରହଣ କରିଥିଲେ।

Gate ball tournament

Gate ball tournament Photograph: (Sambad )

ଭୁବନେଶ୍ବର‌: ରୋଟାରି କ୍ଳବ ଏବଂ ଆଇକନିକ ଟ୍ରାନ୍ସଫରମେସନ୍‌ର ମିଳିତ ଅନୁକୁଲ୍ୟରେ ଭୁବନେଶ୍ୱରରେ ଏକ ପ୍ରଦର୍ଶନୀ ଗେଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ରୋଟାରୀ କ୍ଲବ ଭୁବନେଶ୍ୱରର ମୋଟ୍‌ ୩ଟି ଦଳ ଅଂଶଗ୍ରହଣ କରିଥିଲେ। ରୋଟାରୀ କ୍ଳବ୍‌ ନର୍ଥ ଦଳରେ ରଞ୍ଜନ ପାତ୍ର (ଅଧିନାୟକ), ଦିଲୀପ ଷଡ଼ଙ୍ଗୀ, ଡ଼. ପ୍ରଦୀପ କୁମାର ସାହୁ, ଅନିଲ କୁମାର ରଥ ଏବଂ ବିତିଶ୍ରୀ ବେହେରା ଥିଲେ। 

ରୋଟାରି କ୍ଳବ ଫୋନିକ୍ସ ଦଳରେ ଗିରିଜା ପ୍ରସନ୍ନ ନାୟକ (ଅଧିନାୟକ), ରୁଦ୍ର ପ୍ରସାଦ ଧଳ, ଅମରୀକ୍ଷ ଓଝା, ସାଇ ରେମେଶ୍ଵର ଲେଙ୍କା, ସଲମା ବାଶକି, ନିରୁପମା ସ୍ବାଇଁ ଏବଂ ରୋଟାରୀ କ୍ଳବ ତୋଷାଳୀ ଦଳରେ ବିଶ୍ଵ ରଞ୍ଜନ ମିଶ୍ର (ଅଧିନାୟକ), ଏଜଯ  ଅହମଦ, ବିଷ୍ଣୁପ୍ରିୟା ବେହେରା, ନିରଞ୍ଜନ ମଙ୍ଗରାଜ, ଦୀପ ନାରାୟଣ ଏବଂ ବିଧୁଭୂଷଣ ସଥପଥି ଖେଳାଳି ଭାବେ ଅଂଶ ଗ୍ରହଣ କରିଥିଲେ।

ରୋଟାରି କ୍ଳବ୍‌ର ଡିଷ୍ଟ୍ରିକ୍ଟ ଗଭର୍ନର ଯଜ୍ଞସିସ୍‌ ମହାପାତ୍ର ଏବଂ ଆଇକନିକ ଟ୍ରାନ୍ସଫରମେସନର ପ୍ରତିଷ୍ଠାତା  ଡ଼. ଚିଦାତ୍ତମିକା ଖଟୁଆ, ଡ଼. ସଞ୍ଜୟ ଚୌଧରୀ ଏବଂ ଡ଼. ସେକ ଅବଦୁଲ ସମିମ  ଏହି ଟୁର୍ନାମେଣ୍ଟକୁ ଶୁଭାରମ୍ଭ କରିଥିଲେ। ଟୁର୍ନାମେଣ୍ଟରେ ରୋଟାରି କ୍ଳବ୍‌ ତୋଷାଳୀ ଦଳ ଚମ୍ପିୟାନ ହୋଇଥିଲାବେଳେ ରୋଟାରି କ୍ଳବ ନର୍ଥ ପ୍ରଥମ ରନର୍ସ ଅପ୍ ଏବଂ ରୋଟାରି କ୍ଳବ ଫୋନିକ୍ସ ଦ୍ବିତୀୟ ରନର୍ସ ଅପ୍ ହୋଇଥିଲେ। ଏହି ଟୁର୍ନାମେଣ୍ଟକୁ ଇଣ୍ଡିଆନ ଗେଟ୍‌ବଲ୍‌ ୟୁନିଅନ୍‌ର ଚେୟାରମ୍ୟାନ୍‌ ଦ୍ଵୀପୟନ ପଟ୍ଟନାୟକ ଏବଂ ପ୍ରେସିଡେଣ୍ଟ ଉମାକାନ୍ତ ପାଣି ପରିଚାଳନା କରିଥିଲେ। ଶେଷରେ ଆସିଥିବା ଅତିଥିମାନଙ୍କୁ ଗଛ ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe