ଇଂଜିନିୟର ସଂଘର ସାଧାରଣ ନିର୍ବାଚନ ବୈଠକ

ରାଜ୍ୟ ଡିପ୍ଲୋମା ଇଂଜିନିୟର ସର୍ଭିସ ଆସୋସିଏସନ ତରଫରୁ ସଂଘର ସାଧାରଣ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଡିପ୍ଲୋମା ଇଂଜିନିୟର ଓଡିଶା ଶାଖାର ସାଧାରଣ ସଂପାଦକ ଇଂ ଶ୍ରୀଧର ବାରିକ ଏବଂ ଇଂ ଲାଲ ମୋହନ ବେହେରା ଉପସ୍ଥିତ ଥିଲେ।

mkg

ମାଲକାନଗିରି: ରାଜ୍ୟ ଡିପ୍ଲୋମା ଇଂଜିନିୟର ସର୍ଭିସ ଆସୋସିଏସନ ତରଫରୁ ସଂଘର ସାଧାରଣ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଡିପ୍ଲୋମା ଇଂଜିନିୟର ଓଡିଶା ଶାଖାର ସାଧାରଣ ସଂପାଦକ ଇଂ ଶ୍ରୀଧର ବାରିକ ଏବଂ ଇଂ ଲାଲ ମୋହନ ବେହେରା ଉପସ୍ଥିତ ଥିଲେ। ମାଲକାନଗିରି ଶାଖାର ଜୋନା ସଂପାଦକ କୃତିବାସ ନାୟକ ସଭାକୁ ପରିଚାଳନା କରିଥିଲେ।

ଏହି ବୈଠକରେ ଡିପ୍ଲୋମା ଇଂଜିନିୟରମାନଙ୍କ ପଦୋନ୍ନତି, ନିଯୁକ୍ତି ପ୍ରକ୍ରିୟା, ପୁରୁଣା ପେନସନ ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଏସବୁ ଦାବିକୁ ସରକାରଙ୍କ ନିକଟରେ ରାଜ୍ୟର ସବୁ ଜିଲ୍ଲାରୁ ଉପସ୍ଥାପନା କରାଯିବ ବୋଲି ଆଲୋଚନା ହୋଇଥିଲା। ପରେ ନିର୍ବାଚନ ହୋଇଥିଲା।

publive-image

ଚଳିତ ବର୍ଷ ପାଇଁ ସଭାପତି ଭାବେ ଇଂପ୍ରଶାନ୍ତ କୁମାର ବେହେରାଙ୍କୁ ମନୋନୀତ କରାଯାଇଥିବା ବେଳେ ସଂପାଦକ ଭାବେ ଇଂସୁଦୀପ୍ତା ସାହୁ, ଉପସଭାପତି ଭାବେ ଇଂ ଦୀପକ ପ୍ରଧାନ, ସଂଗଠନ ସଭାପତି ଭାବେ ଇଂ ରୁଦ୍ରାକ୍ଷ ସାହା, କୋଷାଧ୍ୟକ୍ଷ ଭାବେ ଇଂ ବାପୁଜୀ ନାୟକ, ଉପଦେଷ୍ଟା ଭାବେ ଇଂ କାର୍ତ୍ତିକ ନାୟକ, ଅଡିଟୋର ଭାବେ ଇଂ ମନୋଜ କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା।

ଏହି ବୈଠକରେ ଜିଲ୍ଲାର ଆଇଟିଡିଏ, ପୂର୍ତ୍ତ ବିଭାଗ, ଆରଡବ୍ଲୁଡି, ପିଆର, ଇରିଗେସନ, ଏମଆଇ ଭଳି ବିଭାଗର ଡିପ୍ଲୋମା ଇଂଜିନିୟରମାନଙ୍କ ମଧ୍ୟରୁ ଇଂ ମଳୟ ମିସ୍ତ୍ରୀ, ସଙ୍କର୍ଷଣ ବେହେରା, ଚନ୍ଦନ ଦଳେଇ, ଶିବାଶିଷ ବିଶ୍ବାସ, ବିବେକ ଜାନୀ, ମନୀଷା ପୂଜାରୀ, ବବିତା ବିଶ୍ବାସ, ସୁନନ୍ଦା କାନୁନଗୋ, ନୁନାରାମ ବାସକେ, ରାହାଣ ସିଂ, ବିଭୁତି ଭୁଷଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe