ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ଘାସିରାମ

ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକର କୋଡିଗାଁ ପଂଚାୟତର ପକନାଗୁଡ଼ା ଗାଁର ଦିବ୍ୟାଙ୍ଗ ଘାସିରାମ ଭତରା  ବାରମ୍ବାର ଭିନ୍ନକ୍ଷମର ହାର ବୃଦ୍ଧି, ଟ୍ରାଇସାଇକେଲ ଓ ଘର ଖଣ୍ଡିକ ପାଇଁ ଦୌଡ଼ିଦୌଡ଼ି ନିରାଶ ହୋଇଥିବା କହିଛନ୍ତି।

ngp-ghasiram (2

ନବରଙ୍ଗପୁର: ଭିନ୍ନକ୍ଷମ ଓ ଦିବ୍ୟାଙ୍ଗ ତଥା ଅସହାୟଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ରହିଛି। ଏହା ବାଦ୍‌ ବି ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକର କୋଡିଗାଁ ପଂଚାୟତର ପକନାଗୁଡ଼ା (ଡୁରୁକାଗୁଡା) ଗାଁର ଦିବ୍ୟାଙ୍ଗ ଘାସିରାମ ଭତରା  ବାରମ୍ବାର ଭିନ୍ନକ୍ଷମର ହାର ବୃଦ୍ଧି, ଟ୍ରାଇସାଇକେଲ ଓ ଘର ଖଣ୍ଡିକ ପାଇଁ ଦୌଡ଼ିଦୌଡ଼ି ନିରାଶ ହୋଇଥିବା କହିଛନ୍ତି।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଡୁରୁକାଗୁଡା ଗାଁର ମା’ ଛେଉଣ୍ଡ ଘାସିନାଥ (୨୫) ପିଲା ବେଳରୁ ଦିବ୍ୟାଙ୍ଗ। ବାପା ରବି ଭତରା ବୟସାଧିକ। ନିଜ ଭାଗ୍ୟକୁ ଆଦରି ବାପା ତିଆରି କରିଥିବା ସରକାରୀ ଅନାବାଦିଜମିକୁ ଜବରଦଖଲ କରି ଝାଟିମାଟି ଘରେ ଦିନ କାଟୁଛନ୍ତି। ସାମାନ୍ୟ ବର୍ଷାରେ ବି ଘର ଭିତରେ ପାଣି ଗଳି ଓଦା ହୋଇଯାଏ। ବଳକା ଦିନ ଘର ଭିତରୁ ସୂର୍ଯ୍ୟ, ଚନ୍ଦ୍ର ଓ ତାରା ଦେଖାଯାଇଥାଏ।

ସରକାରୀ ସହାୟତା ନାଁରେ ଘାସିରାମଙ୍କୁ ଭିନ୍ନକ୍ଷମ ଭତ୍ତା ୧୦୦୦ଟଙ୍କା ମିଳୁଛି। କିନ୍ତୁ ମୁଣ୍ଡଗୁଂଜିବାକୁ ଭଲ ଘର ଖଣ୍ଡିଏ ନାହିଁ। ଚାଳିବୁଲି ପାରୁ ନଥିବାରୁ କି ଟ୍ରାଇସାଇକେଲ ନଥିବାରୁ କାମ ଧନ୍ଦା କରି ନପାରି ଘରେ ପଡି ପଡ଼ି ରହୁଛନ୍ତି। ବାପା ରବି ଦିନ ମଜୁରିଆ ଭାବେ କାମଧନ୍ଦା କରି ପୁଅର ପ୍ରତିପୋଷ କରି ଆସୁଛନ୍ତି। ତହସିଲରେ ଭୂମିହୀନ ହୋଇଥିବାରୁ ବାରମ୍ବାର ଆବେଦନ କରିଥିଲେ। ଦିବ୍ୟାଙ୍ଗ ହୋଇଥିବାରୁ ହାର ବୃଦ୍ଧି ପାଇଲେ ଭତ୍ତା ବଢ଼ିବ ଜାଣିବା ପରେ ଆବେଦନ କରିଥିଲେ ହେଁ ମେଡିକାଲ ବୋର୍ଡ କେବେ ବସୁଛି ଜାଣି ପାରି ନଥିବା କହିଛନ୍ତି ଘାସିରାମ।

ଜିଲ୍ଲାପାଳଙ୍କୁ ଭେଟି ଅନ୍ତଃତ ଟ୍ରାଇସ‌ାଇକେଲ ଓ ଘର ଖଣ୍ଡିକ ଯୋଗାଇବାକୁ ଅନୁରୋଧ କରିଥିଲେ ବାପା ରବି ଓ ଦିବ୍ୟା‌ଙ୍ଗ ପୁଅ ଘାସିରାମ। ସପ୍ତାହକ ମଧ୍ୟରେ କାର୍ଯ୍ୟକାରୀ କରାଇବାକୁ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଉପଜିଲ୍ଲାପାଳ ପ୍ରକାଶ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭୂମିହୀନ ହୋଇଥିବାରୁ ଏବଂ ସ୍ବତନ୍ତ୍ର ଶ୍ରେଣୀ ବର୍ଗରେ ତୁରନ୍ତ ସହାଯୋଗ କରିବାକୁ ଜିଲ୍ଲାପାଳ କହିଥିଲେ। ତେବେ ଅଭିଯୋଗ ଶୁଣାଣିର ଅଭିଯୋଗ ସପ୍ତାହକ ମଧ୍ୟରେ ସମସ୍ୟାର ସମାଧାନ କରାଯାଉଛି ବୋଲି ସରକାର କହୁଥିବାରୁ ଘାସିରାମର ସମସ୍ୟା ଏହି ସପ୍ତାହକ ମଧ୍ୟରେ ସମାଧାନ ହେବ ନା ନାହିଁ ତାହା ସମୟ କହିବ।

Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe