Advertisment

୪୬% କମ ବୃଷ୍ଟିପାତ: କେରଳ ମୁହାଁ ହେଉଛନ୍ତି ଚାଷୀପୁଅ

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ଚଳିତ ବର୍ଷ ୪୬ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି। ଗତବର୍ଷ ୧୪୬୩.୮ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ମୋଟ ୬୫୦.୪ମିମି ବର୍ଷା ରେକର୍ଡ କରାଯାଇଛି।

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ଚଳିତ ବର୍ଷ ୪୬ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି। ଗତବର୍ଷ ୧୪୬୩.୮ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ମୋଟ ୬୫୦.୪ମିମି ବର୍ଷା ରେକର୍ଡ କରାଯାଇଛି।

Farmer
ଘୁ.ଉଦୟଗିରି: ଚଳିତ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଚାଷୀର ଆର୍ଥିକ ମେରୁଦଣ୍ଡ ମୋଡି ଦେଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୪୬ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି। ପ୍ରାପ୍ତ ସୂଚନାନୁସାରେ ୨୦୨୩ ମସିହାରେ ୧୪୬୩.୮ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ମୋଟ ୬୫୦.୪ମିମି ବର୍ଷା ରେକର୍ଡ କରାଯାଇଛି। ଜୁନ ମାସରେ ୧୯୪.୬ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଜୁଲାଇ ମାସରେ ୧୭୯.୦ମିମି, ଅଗଷ୍ଟ ମାସରେ ୧୭୧.୪ମିମି ଏବଂ ଚଳିତ ମାସରେ ଆଜି ପର୍ଯ୍ୟନ୍ତ ୧୦୫.୪ମିମି ବର୍ଷା ରେକର୍ଡ କରାଯାଇଛି।
ଯେତିକି ବର୍ଷା ହୋଇଛି ସେଥିରେ  ଚାଷ କରିବା କଷ୍ଟସାଧ୍ୟ। ସ୍ଥାନୀୟ ଅଞ୍ଚଳରେ ପାହାଡ଼ିଆ ଏବଂ ଢେପ ଜମି ଯୋଗୁଁ ସମସ୍ତ ଚାଷୀ ବର୍ଷା ଉପରେ ନିର୍ଭରଶୀଳ ଥିବା ଯୋଗୁଁ ଚଳିତ ବର୍ଷର ନିଅଣ୍ଟିଆ ବର୍ଷା ସବୁ ଅଙ୍କ ଭୁଲ କରି ଦେଉଛି। ଅଭାବରୁ ମରୁଡି ପରିସ୍ଥିତି ସ୍ରୁଷ୍ଟି ହୋଇଛି ଘୁ.ଉଦୟଗିରି ବ୍ଲକରେ। ବଡ କଷ୍ଟରେ ୨୦ ପ୍ରତିଶତ ଜମିରେ ଧାନ ରୁଆ ହୋଇପାରିଥିବା ବେଳେ ୮୦ ପ୍ରତିଶତ ଜମି ପଡିଆ ପଡିଛି। ଫଳରେ ଚାଷୀ ମୁଣ୍ଡରେ ଚଡ଼କ ପଡିଛି।  ଚାଷ ହୋଇଥିବା ୨୦ ପ୍ରତିଶତ ଜମି ରେ ଏବେ ପାଣି ଅଭାବରୁ ଫାଟିଆଁ କଲାଣି। ଫଳରେ ଚଳିତ ବର୍ଷ ଧାନ ଅମଳ ଶୂନ୍ୟ ହେବାକୁ ଯାଉଛି।
ନିଅଣ୍ଟିଆ ବର୍ଷା ଚାଷୀକୁଳର ସ୍ୱପ୍ନ ଭାଙ୍ଗି ଚୁରମାର୍ କରି ଦେଇଛି। ଚାଷୀର ପରିବାର ପ୍ରତିପୋଷଣ ସହିତ ପିଲାଙ୍କ ପାଠ ପଢା, ବରିଷ୍ଠଙ୍କ ସ୍ୱାସ୍ଥ୍ୟ ଖର୍ଚ୍ଚ ପାଇଁ ଚିନ୍ତା ବଢି ଯାଇଛି। ଚାଷ ପାଇଁ ଖର୍ଚ୍ଚ କରିଥିବା ଟଙ୍କା ମଧ୍ୟ ନମିଳିବା ଆଶଙ୍କା ଦେଖା ଦେଇଛି। ଧାନ ଫସଲ ଚାଷୀର ମେରୁଦଣ୍ଡ ହୋଇଥିବା ବେଳେ ଚଳିତ ବର୍ଷ ମରୁଡି ପରିସ୍ଥିତି ଚାଷୀର ସବୁ ପ୍ଲାନ ବିଗାଡ଼ି ଦେଇଛି, ଯାହା ଚାଷିକୁଳ ପାଇଁ ଅପୁରଣୀୟ କ୍ଷତି ହୋଇଥିବା ବେଳେ ସରକାର ଏଥି ପ୍ରତି ଦ୍ରୁଷ୍ଟି ଆକର୍ଷଣ କରିବାକୁ ଦାବି ହୋଇଛି।
g
ବିକଳ୍ପରେ କେନାଲ ସବୁ ପୋତି ହୋଇଯିବା, ଠିକ୍ ସମୟରେ ମରାମତି ନହେବା, ଡ୍ୟାମ୍‌ଗୁଡ଼ିକର ପୁନରୁଦ୍ଧାର କରାନଯିବା ଫଳରେ ବର୍ଷା ଉପରେ ନିଭରଶୀଳ ହୋଇଥାଏ ଚାଷ। ଜଳସେଚନ ବିଭାଜନ ଯଦି ନିଜ କର୍ତ୍ତବ୍ୟ ଠିକ ସେ ପାଳନ କରିଥାନ୍ତେ ତାହାହେଲେ ଆଜି ଏହି ମରୁଡି ପରିସ୍ଥିତି ହୋଇନଥାନ୍ତା। ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ପରିବାର ଚିନ୍ତାରେ ଥିବା ବେଳେ ଚାଷୀ ପୁଅ ଚାଷ ପ୍ରତି ବିମୁଖ ହୋଇ ଦାଦନ ଖଟିବାକୁ କେରଳ ମୁଁହା ହେବାରେ ଲାଗିଛନ୍ତି। ଦୈନିକ କେରଳକୁ ସ୍ଥାନୀୟ ଅଞ୍ଚଳରୁ ଯାତ୍ରୀବାହୀ ବସ ଯାତାୟତ କରୁଥିବା ଦେଖିବାକୁ ମିଳୁଛି।
ଏ ସଂପର୍କରେ କନ୍ଧମାଳ ଜିଲ୍ଲା କୃଷି ଓ କୃଷକ ସୁରକ୍ଷା ପରିଷଦ ଆବାହକ ମହମ୍ମଦ ଜିଆଉଦିନ କହିଛନ୍ତି କେବଳ ବର୍ଷା ଉପରେ ନିର୍ଭର ନକରି ଆମର ଯଦି କେନାଲ ବ୍ୟବସ୍ଥା ସୁଧାରିବା ସହିତ ଡ୍ୟାମ୍‌, ଆଡି ଡ୍ୟାମ୍‌ ଠିକ୍ କରାଯାଇଥାନ୍ତା ତାହା ହେଲେ ଏମିତି ପରିସ୍ଥିତି ଦେଖିବାକୁ ପଡି ନଥାନ୍ତା। ଏବେ ଚାଷୀଙ୍କୁ ଉପରଵାଲା ଭରସା। ୧୫ରୁ ୨୦ ପ୍ରତିଶତ ଚାଷ ହୋଇଥିବା ବେଳେ ୮୦ ପ୍ରତିଶତ ପଡିଆ ପଡ଼ିଛି। ଚାଷୀ ମୁଣ୍ଡରେ ହାତଦେଇ ବସିଛି। ସରକାର କଣ କରୁଛନ୍ତି ଦେଖିବାକୁ ବାକି ରହିଲା। 

ନିଅଣ୍ଟିଆ ବର୍ଷା ଚାଷୀଙ୍କ ସ୍ୱପ୍ନ ଭାଂଗି ଦେଇଛି। ୮୦ ଭାଗ ଜମି ପଡ଼ିଆ ଥିବା ବେଳେ, ପରିବାରର ପ୍ରତି ପୋଷଣ ଚିନ୍ତା ବଢି ଯାଇଛି। ତେଣୁ ଏଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଅନୁଧ୍ୟାନ କରି ସହାୟତା  ପ୍ରଦାନ କରିବାକୁ ଚାଷୀ ମାନଗୋବିନ୍ଦ ପ୍ରଧାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe