୪୦ଫୁଟ୍‌ ତଳକୁ ଓଲଟିଲା ଅଦା ବୋଝେଇ ଭ୍ୟାନ୍‌

Advertisment

ଚଳଚ୍ଚିତ୍ରରେ ଦେଖାଇବା ଭଳି କୋରାପୁଟ–ରାଣୀଗଡ଼ ରାସ୍ତାର କେନ୍ଦାର ଗାଁ ପୂର୍ବ ମୋଡରେ ସୋମବାର-ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଦା ବୋଝେଇ ଭ୍ୟାନ୍‌ ଘାଟିର ୪୦ଫୁଟ ତଳକୁ ଓଲଟି ପଡ଼ିଛି।

ଚଳଚ୍ଚିତ୍ରରେ ଦେଖାଇବା ଭଳି କୋରାପୁଟ–ରାଣୀଗଡ଼ ରାସ୍ତାର କେନ୍ଦାର ଗାଁ ପୂର୍ବ ମୋଡରେ ସୋମବାର-ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଦା ବୋଝେଇ ଭ୍ୟାନ୍‌ ଘାଟିର ୪୦ଫୁଟ ତଳକୁ ଓଲଟି ପଡ଼ିଛି।

van accident

Van accident in Koraput. Photograph: (Sambad )

କୋରାପୁଟ: ଚଳଚ୍ଚିତ୍ରରେ ଦେଖାଇବା ଭଳି କୋରାପୁଟ–ରାଣୀଗଡ଼ ରାସ୍ତାର କେନ୍ଦାର ଗାଁ ପୂର୍ବ ମୋଡରେ ସୋମବାର-ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଦା ବୋଝେଇ ଭ୍ୟାନ୍‌ ଘାଟିର ୪୦ଫୁଟ ତଳକୁ ଓଲଟି ପଡ଼ିଛି। ଭାଗ୍ୟ ବଶତଃ ଚାଳକଙ୍କ  କିଛି ହୋଇ ନଥିବା ବେଳେ ଭ୍ୟାନ୍‌ଟି ସମ୍ପୁର୍ଣ୍ଣ ଭାଙ୍ଗି ରୁଜି ଯାଇଛି। 

କୋରାପୁଟ ସଦରଥାନା ଅର୍ନ୍ତଗତ କୋରାପୁଟ–ରାଣୀଗଡ଼ ରାସ୍ତାରେ କେନ୍ଦାର ଛକ ପୂର୍ବ ମୋଡ଼ରେ ଗୋଟିଏ ଅଦା ବୋଝେଇ ଭ୍ୟାନ୍‌ଟି ଛତିଶଗଡ଼ ଯାଉଥିଲା। ଘାଟିର ଗୋଟିଏ ମୋଡରେ ଭ୍ୟାନର ଯନ୍ତ୍ରାଂଶରେ କିଛି ଖରାଫ ହେଲା। ଗାଡିଟି ଭାରସାମ୍ୟ ହରାଉଥିବା ଏବଂ ଡ୍ରାଇଭରଙ୍କ ନିୟନ୍ତ୍ରଣ ବାହାରେ ଥିବା ଦେଖି ସେ ଭ୍ୟାନରୁ ‌କବାଟ ଖୋଲି ଡେଇଁ ପଡ଼ିଥିଲେ। 

ଗାଡ଼ିଟି ଘାଟି ତଳକୁ ଖସି ଗୋଟିଏ ପଥରରେ ପିଟି ହୋଇ ଭାଙ୍ଗି ରୁଜି ଯାଇଛି। ଆଜି ସକାଳୁ ଆଉ ଗୋଟିଏ ଭ୍ୟାନ୍ ଆଣି ସବୁ ଅଦା ସ୍ଥାନାନ୍ତର କରାଯାଇଥିଲା। ଚାଳକକୁ ସାମାନ୍ୟ ଆହାତ ହୋଇଥିବା କହିଛନ୍ତି ସଦରଥାନା ଅଧିକାରୀ ରୁନୁ ମାଝୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe