ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଚକଲେଟ୍ ଡେରେ ଅଘଟଣ। ଯୁବତୀଜଣକ ଏକ ବିଉଟିପାର୍ଲର୍ କରିଛନ୍ତି। ତାଙ୍କର ଜଣେ ପ୍ରେମିକ ଅଛନ୍ତି। ଏଣେ ସୋସିଆଲ୍ ମିଡିଆ ଜରିଆରେ ଆଉଜଣଙ୍କ ସହ ପ୍ରେମସଂପର୍କ ବି ରଖିଲେ ଯୁବତୀ। ଗତକାଲି ରାତିରେ ସୋସିଆଲ୍ ମିଡିଆ ବୟଫ୍ରେଣ୍ଡ ସତ୍ୟବ୍ରତ ପ୍ରଧାନ(୨୮) ଯୁବତୀଙ୍କ ପାଖକୁ ଆସିଥିବା ବେଳେ ଏହା ଦେଖିଥିଲା ଆର ପ୍ରେମିକ ଦୀନବନ୍ଧୁ ନାୟକ ଓରଫ ଦିନେଶ। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା।

Advertisment

ଦୀନବନ୍ଧୁ ନାୟକ ଓରଫ ଦିନେଶ ଫେରାର୍

ଏଥିରେ ଉତକ୍ଷିପ୍ତ ହୋଇ ଦୀନବନ୍ଧୁ ଏକ ଛୁରୀରେ ସତ୍ୟବ୍ରତର ତଣ୍ଟି କାଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହାପରେ ଯୁବତୀଜଣକ ଏହା ଦେଖି ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ଲୋକେ ଧାଇଁ ଆସିଥିଲେ। ସେହି ସୁଯୋଗରେ ଅଭିଯୁକ୍ତ ଦୀନବନ୍ଧୁ ନାୟକ ଓରଫ ଦିନେଶ ଫେରାର୍ ମାରିଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ପୁଲିସ୍ ସଂପୃକ୍ତ ଯୁବତୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ:Crpf Jawan Death ନିଜକୁ ଗୁଳିକରି ଜୀବନ ହାରିଲେ ସିଆରପିଏଫ ଯବାନ