ଇତିହାସ ରଚିଲେ ବଣ୍ଡା ସଂପ୍ରଦାୟର ଝିଅ; ୟୁଟ୍ୟୁବରୁ ଶିକ୍ଷା ଗ୍ରହଣ କରି ହେଲେ ଅଫିସର

ସର୍ବପୁରାତନ ଜନଜାତି ହେଉଛନ୍ତି ବଣ୍ଡା ଜନଜାତି। ଏହି ଜନଜାତିର ଜଣେ ଝିଅ ଏବେ ଓଏଏସ୍‌ ହୋଇଛନ୍ତି। ବଣ୍ଡା ଜନଜାତିର ଝିଅଟି ପିଲାଦିନରୁ ଅଭାବ ଅନାଟନରେ ବଢିଛନ୍ତି। ପାଠ ପଢିବାର ପରିବେଶ ନଥିବା ବେଳେ ମଧ୍ୟ ସେ ନିଜର ସ୍ବପ୍ନକୁ ସାକାର କରିବାକୁ ସବୁ କଷ୍ଟକୁ ପଛରେ ପକାଇ ଦେଇଛନ୍ତି।

Mkg story of Banda girl Bini Muduli got OAS

ମାଲକାନଗିରି: ଜିଲ୍ଲାର ସବୁଠାରୁ ସର୍ବପୁରାତନ ଜନଜାତି ହେଉଛନ୍ତି ବଣ୍ଡା ଜନଜାତି। ଏହି ଜନଜାତିର ଜଣେ ଝିଅ ଏବେ ଓଡ଼ିଶା ପ୍ରଶାସିନକ ସେବା (ଓଏଏସ୍‌) ହୋଇ ଇତିହାସ ରଚିଛନ୍ତି। ବଣ୍ଡା ଜନଜାତିର ଝିଅଟି ପିଲାଦିନରୁ ଅଭାବ ଅନାଟନରେ ବଢିଛନ୍ତି। ପାଠ ପଢିବାର ପରିବେଶ ନଥିବା ବେଳେ ମଧ୍ୟ ସେ ନିଜର ସ୍ବପ୍ନକୁ ସାକାର କରିବାକୁ ସବୁ କଷ୍ଟକୁ ପଛରେ ପକାଇ ଦେଇଛନ୍ତି। 

ରାମ ମଦୁଲି ଏବଂ ସୁନାମଣି କିରସାନିଙ୍କ ଝିଅ ବିନି। ବର୍ତ୍ତମାନ ଗୋବିନ୍ଦପାଲ୍ଲୀ ନିକଟସ୍ଥ କ୍ଷେମାଗୁଡାରେ ବସବାସ କରନ୍ତି। ରାମ ମୁଦୁଲି ସ୍କୁଲରେ ରୋଷେୟା ଭାବେ କାମ କରୁଥିବା ବେଳେ ମାଆ ସୁନାମଣି ଅଙ୍ଗନବାଡି କର୍ମୀ ଅଟନ୍ତି। ପିଲାଟି ଦିନରୁ ପାଠ ପଢିବାର ନିଶା ପ୍ରବଳ ଥିବାରୁ ସେ ପ୍ରଥମେ ବଣ୍ଡାଘାଟିର ମୁଦୁଲିପଡା ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରିବା ପରେ ପଞ୍ଚମରେ ନବଦୋୟ ବିଦ୍ୟାଳୟରେ ପାଠ ପଢିବା ପାଇଁ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଥିଲେ। ତାପରେ ବଦଳି ଯାଇଥିଲା ତାଂକର ଭାଗ୍ୟ।ସେଠାରେ ସବୁ ପ୍ରକାର ସୁବିଧା ମିଳିବା ପରେ ସେ ପାଠ ଉପରେ ଗୁରୁତ୍ବ ଦେଇଥିଲେ। ସେଠାରେ ସେ ପ୍ରଥମ ସ୍ଥାନରେ ପାସ କରିବା ପରେ ବିକ୍ରମ ଦେବ କଲେଜରେ ନାମ ଲେଖାଇଥିଲେ।ସେଠାରେ ବୋଟନୀରେ ଏମଏସସି ପାସ କରିବା ପରେ ସ୍ବପ୍ନ ଦେଖିଥିବା ଆଶାକୁ ପୂରଣ କରିବାକୁ ଲାଗି ପଡ଼ିଥିଲେ।

ପ୍ରଥମ ବଣ୍ଡା ସଂପ୍ରଦାୟର ଝିଅ ଯିଏ କି ଅଧିକାରୀ ହେବେ, ଯାହାକୁ ନେଇ ପରିବାର ଏବଂ ବଣ୍ଡା ସଂପ୍ରଦାୟର ଲୋକଙ୍କ ଖୁସି କହିଲେ ନସରେ। ବିନି କହନ୍ତି ସ୍ବପ୍ନ ଦେଖିବା ଛାଡନ୍ତୁ ନାହିଁ। ସ୍ବପ୍ନ ଦେଖିବା ଛାଡିଦେଲେ ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। ଜଣେ ବଣ୍ଡା ଯୁବକ ନିଟ୍ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ଡାକ୍ତର ବନିବାକୁ ଯାଉଥିବା ବେଳେ ଏବେ ବିନି ଆଗାମୀ ଦିନରେ ଜଣେ ପ୍ରଶାସନିକ ଅଧିକାରୀ ହେବେ।

ଆଇଏଏସ କିମ୍ବା ଓଏଏସ ହେବାର ସ୍ବପ୍ନ ତାଂକ ମନରେ ରହିଥିଲା। ସେ ଓଏଏସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏଥିରେ ବହୁ ବାଧା ସୃଷ୍ଟି ହୋଇଥିଲା। ଏଥିପାଇଁ ପ୍ରସ୍ତୁତି ହେବାକୁ ବହୁତ ଟଂକା ଦରକାର ପଡିବା ସହ ସହରରେ ରହି ଏହାର ତାଲିମ ନେବାକୁ ପଡ଼ିବ ବୋଲି ଜାଣିଥିଲେ। କିନ୍ତୁ ତାଂକ ପାଖରେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ମୋବାଇଲରେ ୟୁଟ୍ୟୁବରେ ଏହି ଶିକ୍ଷା ଗ୍ରହଣ କରିବେ ବୋଲି ମନସ୍ଥ କରି ପାଠ ପଢିବା ଆରମ୍ଭ କଲେ। ଦିନକୁ ୮ରୁ ୧୦ ଘଣ୍ଟା ପାଠ ପଢ଼ିବା ସହ କିପରି ସଫଳ ହେବେ ସେନେଇ ଦିନରାତି ଏକ କରିଦେଇଥିଲେ। ଫଳସ୍ବରୂପ ସେ ୫୯୬ ରାଙ୍କରେ ପାସ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe