ଅନ୍ତେବାସୀ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ, ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା

Advertisment

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଚରାମୂଳା କସ୍ତୁରବା ଗାନ୍ଧୀ ବିଦ୍ୟାଳୟରରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ସନ୍ଧ୍ୟାରେ ଷଷ୍ଠ ଶ୍ରେଣୀରେ ଅଧୟନରତ ଜଣେ ଅନ୍ତେବାସୀ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଚରାମୂଳା କସ୍ତୁରବା ଗାନ୍ଧୀ ବିଦ୍ୟାଳୟରରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ସନ୍ଧ୍ୟାରେ ଷଷ୍ଠ ଶ୍ରେଣୀରେ ଅଧୟନରତ ଜଣେ ଅନ୍ତେବାସୀ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ହୋଇଛି।

khordha

ଇନ୍ଦ୍ରାବତୀ/ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଚରାମୂଳା କସ୍ତୁରବା ଗାନ୍ଧୀ ବିଦ୍ୟାଳୟରରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ସନ୍ଧ୍ୟାରେ ଷଷ୍ଠ ଶ୍ରେଣୀରେ ଅଧୟନରତ ଜଣେ ଅନ୍ତେବାସୀ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଏନେଇ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ଦେଖାଦେଇଥିଲା। ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ଛାତ୍ରୀଙ୍କ ମୃତ୍ୟୁକୁ ନେଇଁ ତୀବ୍ର ନିନ୍ଦା କରିଛି। ସେବଶ୍ରମ କତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସମ୍ପୃକ୍ତ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛି । 

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡିଗୁଡା ଗ୍ରାମର ଦୟା ଜାନିଙ୍କ ଝିଅ ଅମରାବତୀ ଜାନି ତିନିମାସ ପୂର୍ବରୁ ଚରାମୂଳାସ୍ଥିତ କସ୍ତୁରବା ଗାନ୍ଧୀ ଛାତ୍ରାବାସରେ ରହି ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଗତକାଲି ସକାଳେ ଅମରାବତୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ଥଣ୍ଡା ଓ କଫ ହେବାଦ୍ବାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ପିଅନ ଏମ ସଂଗୀତା ଅନ୍ତେବାସୀ ଛାତ୍ରୀଙ୍କୁ ନେଇଁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। କିଛି ସମୟ ପରେ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହେବାରୁ ଛାତ୍ରୀଙ୍କୁ ହଷ୍ଟେଲକୁ ନିଆ ଯାଇଥିଲା। ପୁଣି ସନ୍ଧ୍ୟା ସମୟରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ତା ବିଗିଡି ଯିବା ଫଳରେ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଡାକ୍ତର ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।

ଆଜି ସକାଳୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଆଦିବାସୀ ସେଲ ସଭାପତି ଦିଲ୍ଲୀପ ପ୍ରଧାନୀ, ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଭୀମସେନ ପାଣିଗ୍ରାହୀଙ୍କ ସମେତ ପରିବାର ବର୍ଗ ଡାକ୍ତରଖାନା ପରିସରରେ ପହଂଚି ସମ୍ପୃକ୍ତ ପରିବାର ବର୍ଗଙ୍କୁ ଦଶ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦାବିରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ତେବାସୀ ଛାତ୍ରୀଙ୍କ ଦେହ ଅସୁସ୍ଥ ଥିବା ଖବର ସମ୍ପୃକ୍ତ ପରିବାର ବର୍ଗଙ୍କୁ କାହିଁକି ଅବଗତ କରାଗଲାନି ବୋଲି ଜିଲ୍ଲା ଆଦିବାସୀ ସେଲ ସଭାପତି ଦିଲ୍ଲୀପ ପ୍ରଧାନୀ ଅଭିଯୋଗ କରିଛନ୍ତି। ଏମିତିକି ସେବାଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇଁ କଂଗ୍ରେସ ଅଭିଯୋଗ କରିଛି।

ଖବର ପାଇ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରେଶମଲାଲ ନାୟକ, ଅତିରିକ୍ତ ତହସିଲଦାର ସିମାଞ୍ଚଳ ପାତ୍ର, ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ରାୟ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ମଧୁସୂଦନ ବାଗ ପ୍ରମୁଖ ଡାକ୍ତରଖାନା ପରିସରରେ ପହଂଚି କଂଗ୍ରେସର ନେତୃବୃନ୍ଦ ଓ ସମ୍ପୃକ୍ତ ପରିବାର ସହ ଆଲୋଚନା କରିଥିଲେ। ସେବାଶ୍ରମ ସୁପରିଟେଣ୍ଟ ଏବଂ ୱାର୍ଡେନଙ୍କ ଅବହେଳା କାରଣରୁ ଝିଅର ମୃତ୍ୟୁ ହୋଇଥିବା ନେଇଁ ବାପା ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଡାକ୍ତରଖାନା ରେ ପହଂଚି ତଦନ୍ତ ଆରମ୍ଭ କରିଛି। 

ଏହାପରେ ମଧ୍ୟାହ୍ନରେ ମୃତ ନାବାଳିକା ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଏନେଇ ଥାନା କେଶ ନଂ 15/24 ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଏଏସଆଇ ରେଣୁ ପ୍ରସାଦ ପଟ୍ଟନାୟକ କେଶର ତଦନ୍ତ କରୁଥିବା ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ର ସୂଚନା ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe