ତେଲକୋଇ: ଆଦିବାସୀ ଛାତ୍ରୀ ନିବାସ ପାଇଖାନା ଘରେ ପଡ଼ି ଜଣେ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ପାଇଖାନକୁ ଯାଇଥିବା ବେଳେ ଅସାବଧାନତାବଶତଃ ପଡ଼ି ଯାଇଥିଲେ ଛାତ୍ରୀ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ଏଣେ ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।
ତେଲକୋଇରେ ଘଟିଛି ଅଘଟଣ
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝରଜିଲ୍ଲା ତେଲକୋଇ ଥାନା ଭୀମାକାଣ୍ଡ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ତେଲକୋଇ ଥାନା କୁଲାଡେରା ଗ୍ରାମର ଗଣେଶ୍ୱର ନାଏକଙ୍କ ଝିଅ ତେଜସ୍ବିନୀ ନାୟକ ଛାତ୍ରୀ ନିବାସରେ ରହି ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ। ଆଜି ସକାଳେ ପାଇଖାନା ଘରେ ପଡ଼ି ମୃତ୍ୟୁ ହୋଇଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ତେବେ ପରିବାର ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ଵହୀନତା ପାଇଁ ତାଙ୍କ ଝିଅର ମୃତ୍ୟୁ ଘଟିଛି ବୋଲି ମୃତା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି।
ଆହୁରି ପଢ଼ନ୍ତୁ:BJD Facebook Post Shreemayee Mishra: ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ: ଶ୍ରୀମୟୀ ମିଶ୍ର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/19/untitled-4-2025-11-19-14-14-26.jpg)