ମ୍ୟାଲେରିଆରେ ପୁଣି ଜଣେ ଛାତ୍ରୀଙ୍କ ମୃତ୍ୟୁ!

Advertisment

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ମ୍ୟାଲେରିଆ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିଥିବା ଜଣାପଡ଼ିଛିI ମୃତ ଛାତ୍ରୀ ଜଣଙ୍କ ରାୟଗଡ଼ା ବ୍ଲକ ମାଟିକଣା ସେବଶ୍ରମର ଦଶମ ଶ୍ରେଣୀ ଛାତ୍ରୀ ପିଙ୍କି ନାଚିକା।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ମ୍ୟାଲେରିଆ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିଥିବା ଜଣାପଡ଼ିଛିI ମୃତ ଛାତ୍ରୀ ଜଣଙ୍କ ରାୟଗଡ଼ା ବ୍ଲକ ମାଟିକଣା ସେବଶ୍ରମର ଦଶମ ଶ୍ରେଣୀ ଛାତ୍ରୀ ପିଙ୍କି ନାଚିକା।

New Project (18)

ରାୟଗଡ଼ା: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ମ୍ୟାଲେରିଆ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିଥିବା ଜଣାପଡ଼ିଛିI ମୃତ ଛାତ୍ରୀ ଜଣଙ୍କ ରାୟଗଡ଼ା ବ୍ଲକ ମାଟିକଣା ସେବଶ୍ରମର ଦଶମ ଶ୍ରେଣୀ ଛାତ୍ରୀ ପିଙ୍କି ନାଚିକା। ତାଙ୍କର ଘର ଜାମଦେଇପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ଜାଙ୍ଗିଡ଼ି ଗ୍ରାମI 

ସୂଚନାରୁ ଜଣା ପଡିଛି ପିଙ୍କିକୁ ବିଦ୍ୟାଳୟରେ କିଛି ଦିନ ତଳେ ଜ୍ୱର ହୋଇଥିଲାI ବିଦ୍ୟାଳୟରେ ତାଙ୍କ ରକ୍ତ ପରୀକ୍ଷା ହୋଇଥିଲା ଏବଂ ସେ ମ୍ୟାଲେରିଆରେ ପୀଡିତ ଥିବା ଜଣା ପଡ଼ିଥିଲାI ବିଦ୍ୟାଳୟ କର୍ତୃପକ୍ଷ ଗତ ୫ ତାରିଖ ଦିନ ଫୋନ ମାଧ୍ୟମରେ ପରିବାରଙ୍କୁ ଅବଗତ କରିଥିଲେI ଖବର ଶୁଣିବା ପରେ ପରିବାର ବର୍ଗ ବିଦ୍ୟାଳୟକୁ ଯାଇ ସେହିଦିନହିଁ ପିଙ୍କିଙ୍କୁ ଘରକୁ ନେଇଆସିଥିଲେI ବିଦ୍ୟାଳୟ କର୍ତୃପକ୍ଷ ତାଙ୍କୁ ଆବଶ୍ୟକୀୟ ଔଷଧ ଦେଇ ଘରକୁ ପଠାଇ ଦେଇଥିଲେI ଆଜି ପିଙ୍କି ଘରେ ମୃତ୍ୟବରଣ କରିଥିବା ଜଣାପଡ଼ିଛିI

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ କୁଲି ଗ୍ରାମରେ ଥିବା ହଷ୍ଟେଲରେ ଜଣେ ୪ର୍ଥ ଛାତ୍ରୀ ମ୍ୟାଲେରିଆରେ ମୃତ୍ୟୁବରଣ କରିଥିଲେI ବିଭାଗୀୟ ନିର୍ଦେଶକଙ୍କ ନିର୍ଦେଶ ପରେ ଘଟଣାର ତଦନ୍ତ ଜିଲ୍ଲାପାଳ କରିଥିଲେI ଗତ ଦଶ ଦିନ ମଧ୍ୟରେ ମଙ୍ଗଳ ବିଭାଗର ୨ ଜଣ ଛାତ୍ରୀ ମ୍ୟାଲେରିଆରେ ମୃତ୍ୟୁବରଣ କରିସାରିଲେଣିI ଖବର ପ୍ରଚାର ପରେ ପିଙ୍କିଙ୍କ ଗ୍ରାମକୁ ବିଭାଗୀୟ ଅଧିକାରୀମାନେ ଯାଇଥିବା ଜଣାପଡ଼ିଛିI

ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ଲୋକଙ୍କୁ ଡେଙ୍ଗୁ ଭୟ ଘାରିଛି। ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢ଼ୁ ଥିବାବେଳେ ଡେଙ୍ଗୁ ମଧ୍ୟ ବ୍ୟାପିବାରେ ଲାଗିଛି। କଲ୍ୟାଣସିଂହପୁର ବ୍ଲକରେ ଗତ ବର୍ଷ ଡେଙ୍ଗୁରେ ଅନେକଙ୍କ ଜୀବନ ଯାଇଥିବା ବେଳେ ଗତକାଲି ଜଣଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି ମାଝୀଗୁଡା ସଦର ମହାକୁମା ରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ପଡ଼ିଥିବାରୁ ମ୍ୟାଲେରିଆ ଓ ଡେଙ୍ଗୁ ବ୍ୟାପିବାର ଲାଗିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏଠାରେ ପିଇଓ ଭଲଭାବରେ ପଞ୍ଚାୟତକୁ ଆସୁନଥିବା ଓ ଡ୍ରେନ ନାଳ ନର୍ଦମା ସଫାକରୁନଥିବାରୁ ଡେଙ୍ଗୁ ବ୍ୟପି ମୃତ୍ୟୁ ହୋଇଥିବାରୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ. ସମେଶ୍ୱର ରାଓ (୪୫)ଙ୍କ ଡେଙ୍ଗୁ ଆକ୍ରାନ୍ତରେ ମୃତ୍ୟୁ ହୋଇ ଥିବା ଜଣାପଡ଼ିଛି। କିଛି ଦିନ ହେବ ସେ ଜ୍ଵରରେ ପୀଡ଼ିତ ଥିବାରୁ ତାଙ୍କୁ ମଙ୍ଗଳବାର ଦିନ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଡେଙ୍ଗୁ ବହାରିବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଗୁରୁତର ଥିବାରୁ କୋରାପୁଟ ଚିକିତ୍ସା ପାଇଁ ପଠାଇ ଥିଲେ। ଚିକିତ୍ସା ସମୟରେ ରାଓଙ୍କ ମୃତ୍ୟୁ ହୋଇଥିଲା।  

Rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe