ବ୍ୟବସାୟୀଙ୍କ ଠାରୁ ଝାମ୍ପିନେଲେ ୧୨୦୦ ଗ୍ରାମ ସୁନା, ନଗଦ ୨ ଲକ୍ଷ

ମାଲକାନଗିରି ସହରରେ ଦିନକୁ ଦିନ ଚୋରି ଓ ଡକାୟତି ବଢ଼ିବାରେ ଲାଗିଛି। ମାଲକାନଗିରିରେ ଚୋରି କିମ୍ବା ଡକାୟତିର ଭୟ ନଥିଲା। ଲୋକେ ସ୍ବଚ୍ଛନ୍ଦରେ ନିଜର ସୁନା ରୂପା ଘରେ ରଖି ଦିନ ଦିନ ଧରି ବାହାରେ ରହୁଥିଲେ।

gold shop owner Subash Patel

gold shop owner Subash Patel Photograph: (sambad.in )

ମାଲକାନଗିରି: ମାଲକାନଗିରି ସହରରେ ଦିନକୁ ଦିନ ଚୋରି ଓ ଡକାୟତି ବଢ଼ିବାରେ ଲାଗିଛି। ମାଲକାନଗିରିରେ ଚୋରି କିମ୍ବା ଡକାୟତିର ଭୟ ନଥିଲା। ଲୋକେ ସ୍ବଚ୍ଛନ୍ଦରେ ନିଜର ସୁନା ରୂପା ଘରେ ରଖି ଦିନ ଦିନ ଧରି ବାହାରେ ରହୁଥିଲେ। କିନ୍ତୁ ଏବେ ଆଉ ଘରେ ତାଲା ପକାଇ ବାହାରକୁ ଗଲେ ଘରର ସମସ୍ତ ଜିନିଷ ଚୋରି ହେବାର ଭୟ ରହିଛି। ଆଉ ଘର ସୁରକ୍ଷିତ ନାହିଁ ବୋଲି ଆଲୋଚନା ଜୋର ଧରିଛି। 

ପୁଲିସ ରାତିରେ ପେଟ୍ରୋଲିଂ କରୁଥିଲେ ମଧ୍ୟ ଚୋର ପୁଲିସ ଆଖିରେ ଧୂଳି ଦେଇ ଚୋରି କରିବାରେ ସଫଳ ହେଉଛି। ଏହି କ୍ରମରେ ମଙ୍ଗଳବାର ରାତିରେ ଦୁଇ ଡକାୟତ ଏକ ବାଇକ୍‌ରେ ସୁନା ଦୋକାନୀ ସୁବାଷ ପଟେଲଙ୍କ ଠାରୁ ସୁନା ବ୍ୟାଗକୁ ଝାମ୍ପି ନେଇଯାଇଛନ୍ତି। ପୁଲିସକୁ ଖବର ଦେବା ପରେ ପୁଲିସର ଦୁଇ ତିନୋଟି ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। କିନ୍ତୁ ପୁଲିସ ହାତ ଖାଲି ରହିଛି।

ଘଟଣା ଅନୁଯାୟୀ ସବୁଦିନ ଭଳି ଡିଏନକେ ଛକ ନିକଟରେ ରହିଥିବା ପ୍ରସାଦ ଜ୍ବେଲରର ମାଲିକ ସୁବାସ ପଟେଲ ରାତି ୯ଟାରେ ଦୋକାନ ବନ୍ଦ କରି ଦୁଇଟି ବ୍ୟାଗରେ ସୁନା ଓ ଅନ୍ୟ ଜିନିଷ ସହ ନଗଦ ଟଂକା ନେଇ ଦୋକାନ ନିକଟରେ ଥିବା ଘରକୁ ଫେରୁଥିଲେ। ଦୋକାନ ନିକଟରୁ ତାଂକ ଘର ମାତ୍ର ୧୦୦ ମିଟର ହେବ। ଦୋକାନ ଠାରୁ ତାଂକ ଘରକୁ ଯିବା ବାଟରେ ବହୁ ଘର ପଡେ। ସାହିରେ ପ୍ରାୟତଃ ରାତିରେ ଲୋକେ ରୁଣ୍ଡ ହୋଇଥାନ୍ତି। କିନ୍ତୁ ମଙ୍ଗଳବାର ରାତିରେ ସେହି ସାହିରେ ସମସ୍ତେ ଆଇପିଏଲ କ୍ରିକେଟ ଦେଖିବାରେ ବ୍ୟସ୍ତ ଥିବା ବେଳେ ବାହାରେ କେବଳ ତିନି ଜଣ ମହିଳା ବସିଥିଲେ।

ସୁବାସ ଯେତେବେଳେ ସାହି ଭିତରେ ପଶିଲେ ସେତେବେଳେ ଏକ ବାଇକ୍‌ରେ ଦୁଇ ଜଣ ଡକାୟତ କ୍ଷୀପ୍ର ଗତିରେ ଆସି ଥିଲେ। ସେମାନେ ସୁବାସଙ୍କ ଗୋଟିଏ ବ୍ୟାଗକୁ ଝାମ୍ପି ନେଇ ଚାଲିଯାଇଥିଲେ। ମହିଳାମାନେ ପାଟି କରିଥିଲେ ମଧ୍ୟ ଦୁଇ ଡକାୟତ କ୍ଷୀପ୍ର ଗତିରେ ନେଇ ଚାଲିଯାଥିଲେ। ତାଂକ ପଛରେ ସୁବାସ ଦୌଡିଥିଲେ। କିନ୍ତୁ ତାଂକୁ ପାଇନଥିଲେ। ପରେ ପୁଲିସକୁ ଖବର ଦେବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ବ୍ୟାଗରେ ଏକ କିଲୋ ୨୦୦ ଗ୍ରାମ ସୁନା ରଖିଥିଲେ। ଏଥିସହ ନଗଦ ୨ ଲକ୍ଷ ଟଂକା ମଧ୍ୟ ରଖିଥିଲେ।

ଏବେ ସୁବାସ ଏବଂ ତାଂକ ପରିବାର ଏହି ଡକାୟତି ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଗତ ୫ ବର୍ଷ ତଳେ ଏକ ଦମ୍ପତି ତାଂକୁ ମିଠାରେ ନିଶାଦ୍ରବ୍ୟ ଦେଇ ତାଂକ ଘରର ସମସ୍ତ ସୁନା ନେଇ ଚମ୍ପଟ ମାରିଥିଲେ। ପୁଲିସ ଆଜି ପର୍ଯ୍ୟନ୍ତ ତାଂକର ଟେର ମଧ୍ୟ ପାଇପାରୁ ନାହିଁ। ଏବେ ପୁଣି ତାଂକ ଉପରେ ଆଉ ଏକ ଚଡକ ପଡିଛି। ସୁବାସଙ୍କ କହିବା ହେଲା ବହୁ ସୁନା ଅନ୍ୟ ଲୋକମାନଙ୍କର। ଏବେ ସେ ଘରବାଡ଼ି ବିକ୍ରି କରି ସବୁ ଟଂକା ସେମାନଙ୍କୁ ଦେବାକୁ ପଡ଼ିବ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି। ପୁଲିସ ଏଥର ମଧ୍ୟ ଡକାୟତଙ୍କୁ ଧରିବାରେ ଅସଫଳ ହେଲେ ପରିବାର ଭାସିଯିବ ବୋଲି ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି। ପୁଲିସର କାର୍ଯ୍ୟ ଉପରେ ଏବେ ପ୍ରଶ୍ନ ଉଠିଛି।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe