ସୋରରେ ଚାଞ୍ଚଲ୍ୟ: ହାତଗୋଡ଼ ବାନ୍ଧି ଲୁଟିନେଲେ ସାତ ଲକ୍ଷର ଗହଣା ଓ ନଗଦ ୫ ଲକ୍ଷ

Advertisment

ସୋର ଥାନା ଆଙ୍ଗୁଳା ଗ୍ରାମର ଜଣେ ଗହଣା ଦୋକାନୀଙ୍କ ଘରେ ପଶି ତାଙ୍କ ହାତଗୋଡ଼ ବାନ୍ଧି ମାରଣାସ୍ତ୍ର ଦେଖାଇ ୭ ଲକ୍ଷରୁ ଅଧିକ ଟଙ୍କାର ଗହଣା ସାଙ୍ଗକୁ ନଗଦ ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।

Updated On

ସୋର ଥାନା ଆଙ୍ଗୁଳା ଗ୍ରାମର ଜଣେ ଗହଣା ଦୋକାନୀଙ୍କ ଘରେ ପଶି ତାଙ୍କ ହାତଗୋଡ଼ ବାନ୍ଧି ମାରଣାସ୍ତ୍ର ଦେଖାଇ ୭ ଲକ୍ଷରୁ ଅଧିକ ଟଙ୍କାର ଗହଣା ସାଙ୍ଗକୁ ନଗଦ ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।

ଅଦ୍ୟତନ ହୋଇଛି
ଗୋରୁ ଚୋରି ଅଭିଯୋଗ: ବନ୍ଧା ହେଲେ ତିନି ଯୁବକ

ସୋର: ଦିନକୁ ଦିନ ସୋର ଅଞ୍ଚଳରେ ବଢ଼ିବାରେ ଲାଗିଛି ଚୋରି। ଆସିଲେ ହାଣିଲେ ସର୍ଵସ୍ବାନ୍ତ କରି ଚାଲିଗଲେ।  ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ସୋର ପୁଲିସର ହାତ ଏ ପର୍ଯ୍ୟନ୍ତ ଖାଲି। ଯାହାକୁ ନେଇ ସୋର ପୁଲିସକୁ ଅପରାଧୀମାନେ ଡରୁନଥିବା ଚର୍ଚ୍ଚା ହେଉଛି। ଗତକାଲି ରାତିରେ ସମାନ ଘଟଣା ଦେଖିବାକୁ ମିଳିଛି। ଜଣେ ଗହଣା ଦୋକାନୀଙ୍କ ଘରେ ପଶି ତାଙ୍କ ହାତ ଗୋଡ଼ ବାନ୍ଧି ମାରଣାସ୍ତ୍ର ଦେଖାଇ ୭ ଲକ୍ଷରୁ ଅଧିକ ଟଙ୍କାର ଗହଣା ସାଙ୍ଗକୁ ନଗଦ ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।

ସୋର ଥାନା ଆଙ୍ଗୁଳା ଗ୍ରାମର ଗୋପାଳ ଚନ୍ଦ୍ର ମହାରଣା ବଗୁଡି ବଜାରରେ ସନ୍ତୋଷୀ ଜୁଏଲାରୀ ନାମରେ ଏକ ଦୋକାନ କରିଛନ୍ତି। ଗତକାଲି ରାତିରେ ଖାଇପିଇ ଶୋଇଥିବା ବେଳେ ଆଠରୁ ଅଧିକ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଓ  ବନ୍ଧୁକ ନେଇ ଘରର ଗ୍ରୀଲ ଭାଙ୍ଗି ଘର ଭିତରକୁ ପଶିଥିଲେ। ପରେ ଗୋପାଳଙ୍କ ହାତ ଓ ଗୋଡ଼କୁ ଗାମୁଛାରେ ବାନ୍ଧିବା ସହିତ ତାଙ୍କ ସ୍ତ୍ରୀ ଓ ପୁଅ ବେକରେ ଧାରୁଆ ଅସ୍ତ୍ର ଲଗାଇ ଭୟଭୀତ କରାଇଥିଲେ। ପରେ ଲୁହା ଛଡ଼ରେ ମାଡ଼ ମାରି ସାତଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ପାଞ୍ଚ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ଗୋପାଳଙ୍କ ସ୍ତ୍ରୀ ଅନିତା ରଣା ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ସୋର ଥାନା ଆଙ୍ଗୁଳା ଗ୍ରାମର ଗୋପାଳ ଚନ୍ଦ୍ର ମହାରଣା ବଗୁଡି ବଜାରରେ ସନ୍ତୋଷୀ ଜୁଏଲାରୀ ନାମରେ ଏକ ଦୋକାନ କରିଛନ୍ତି। ଗତକାଲି ରାତିରେ ଖାଇପିଇ ଶୋଇଥିବା ବେଳେ ଆଠରୁ ଅଧିକ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଓ  ବନ୍ଧୁକ ନେଇ ଘରର ଗ୍ରୀଲ ଭାଙ୍ଗି ଘର ଭିତରକୁ ପଶିଥିଲେ। ପରେ ଗୋପାଳଙ୍କ ହାତ ଓ ଗୋଡ଼କୁ ଗାମୁଛାରେ ବାନ୍ଧିବା ସହିତ ତାଙ୍କ ସ୍ତ୍ରୀ ଓ ପୁଅ ବେକରେ ଧାରୁଆ ଅସ୍ତ୍ର ଲଗାଇ ଭୟଭୀତ କରାଇଥିଲେ। ପରେ ଲୁହା ଛଡ଼ରେ ମାଡ଼ ମାରି ସାତଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ପାଞ୍ଚ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ଗୋପାଳଙ୍କ ସ୍ତ୍ରୀ ଅନିତା ରଣା ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe