ବନ୍ଧମୁଣ୍ଡା(ଦେବ କୁମାର ଦେ): ଚକ୍ରଧରପୁର ରେଳମଣ୍ଡଳ ଅନ୍ତର୍ଗତ ବନ୍ଧମୁଣ୍ଡା ରେଳବାଇ ସେକ୍ସନରେ ହାୱଡ଼ା–ମୁମ୍ବାଇ ମୁଖ୍ୟ ରେଲମାର୍ଗର ଅପ୍‌ଲାଇନ୍‌ରେ ଏକ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳ ପ୍ରାୟ ୭ଟା ୪୫ ବେଳେ  ବନ୍ଧମୁଣ୍ଡାର କେ-କେବିନ୍‌ ସମ୍ମୁଖରେ କିଲୋମିଟର ପୋଲ୍‌ ୪୦୮/୧୧ଇ ନିକଟରେ ଏହି ଘଟଣା ଘଟିଛି।

Advertisment

ବନ୍ଧମୁଣ୍ଡାରୁ ରାଉରକେଲା ଅଭିମୁଖେ ଯାଉଥିବା ଏନ୍‌-ବକ୍ସ ମାଲଗାଡ଼ିର ଦୁଇଟି ବଗି ହଠାତ୍ ଲାଇନ୍ରୁ ବାହାରକୁ ଆସି ପଡ଼ିଥିଲା। ଖବର ପାଇବା ସହିତ ରେଲବାଇ ଅପରେଟିଂ,ଇଞ୍ଜିନିୟରିଂ ଓ କ୍ୟାରେଜ୍‌-ୱାଗନ୍‌ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚି ମାଲଗାଡ଼ିକୁ ପୁନର୍ବାର ଲାଇନରେ ଚଢ଼ାଇବା କାମରେ ଲାଗି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: Dead Body Shop Keeper Rescued ତେଲ ନଦୀ ବ୍ରିଜ ତଳେ ତେଜରାତିି ଦୋକାନୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା ବଢ଼ିଲା ସନ୍ଦେହ

୨୦୨୬ର ପ୍ରଥମ ରେଳ ଦୁର୍ଘଟଣା

ନୂଆ ବର୍ଷ ଆରମ୍ଭ ହେବାର ୭୨ ଘଣ୍ଟା ମଧ୍ୟରେ ଏହା ଚକ୍ରଧରପୁର ରେଳ ମଣ୍ଡଳ ତଥା ବନ୍ଧମୁଣ୍ଡା ରେଳବାଇ ସେକ୍ସନର ପ୍ରଥମ ରେଳ ଦୁର୍ଘଟଣା ଅଟେ। ଦୁର୍ଘଟଣା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରେଲୱେ ପକ୍ଷରୁ କୌଣସି ଆପାତକାଳୀନ ସତର୍କ ସଙ୍କେତ (ହୁଟର) ବଜାଯାଇନଥିବାରୁ ଘଟଣାକୁ ଲୁଚାଇବା ଚେଷ୍ଟା ହେଉଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଏହି ଘଟଣା ପୁଣିଥରେ ଚକ୍ରଧରପୁର ରେଳମଣ୍ଡଳର ସୁରକ୍ଷିତ ଟ୍ରେନ୍‌ ପରିଚାଳନାକୁ ପ୍ରଶ୍ନର ସମ୍ମୁଖୀନ କରି ଦେଇଛି।

ଆହୁରି ପଢ଼ନ୍ତୁ: Worker Critical Attack Elephant ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଲେ ଶ୍ରମିକ