Goods Train Derailed: ବାନୋ ଏବଂ କନରାୱା ଷ୍ଟେସନ ମଧ୍ୟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳ ଚଳାଚଳ ବାଧାପ୍ରାପ୍ତ

ବୁଧବାର ସକାଳେ ରାଉରକେଲା-ରାଞ୍ଚି ମୁଖ୍ୟ ରେଳ ମାର୍ଗରେ ସକାଳ ପ୍ରାୟ 10 ଟା ସମୟରେ ଏକ BSCS ମାଲବାହୀ ଟ୍ରେନ ହଠାତ୍ ଲାଇନଚ୍ୟୁତ ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ଦଶଟି ବଗି ଲାଇନଚ୍ୟୁତ ହୋଇଛି।

derailed sundargarh

derailed sundargarh Photograph: (sambad.in)

ସୁନ୍ଦରଗଡ଼/ ବିଶ୍ରା(ଦେବ କୁମାର ଦେ): ବୁଧବାର ସକାଳେ ରାଉରକେଲା-ରାଞ୍ଚି ମୁଖ୍ୟ ରେଳ ମାର୍ଗରେ ଏକ ବଡ଼ ଦୁର୍ଘଟଣା ଏଡାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାନୋ ଏବଂ କନରାୱା ରେଳବାଇ ଷ୍ଟେସନ ମଧ୍ୟରେ କିଲୋମିଟର ସଂଖ୍ୟା 524/34 ନିକଟରେ ମିଳିତ ଲାଇନ ନମ୍ବର ଦୁଇରେ ସକାଳ ପ୍ରାୟ 10 ଟା ସମୟରେ ଏକ BSCS ମାଲବାହୀ ଟ୍ରେନ ହଠାତ୍ ଲାଇନଚ୍ୟୁତ ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ଦଶଟି ବଗି ଲାଇନଚ୍ୟୁତ ହୋଇଛି। ଯାହା ମଧ୍ୟରୁ କିଛି ବଗି ଓଲଟି ମଧ୍ୟ ଯାଇଛି। ଘଟଣା ପରେ ହାଟିଆ ଏବଂ ବନ୍ଧମୁଣ୍ଡାରୁ ରେଳବାଇର ଉଦ୍ଧାର ଦଳକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଛି। ଲାଇନଚ୍ୟୁତର ସଠିକ୍ କାରଣ ବର୍ତ୍ତମାନ ଯାଏ ଜଣା ପଡ଼ି ନାହିଁ।

ରାଉରକେଲା-ରାଞ୍ଚି ରେଳ ଲାଇନରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ

ଏହି ଦୁର୍ଘଟଣା ଯୋଗୁଁ, ରାଉରକେଲା-ରାଞ୍ଚି ରେଳ ଲାଇନରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଗୋରଖପୁରରୁ ସମ୍ବଲପୁର ଯାଉଥିବା ମୌର୍ଯ୍ୟ ଏକ୍ସପ୍ରେସକୁ କନରାୱା ଷ୍ଟେସନ ନିକଟରେ ଛିଡ଼ା କରି ଦିଆଯାଇଛି। ଉଦ୍ଧାରକାରୀ ଦଳ ପହଞ୍ଚିବା ମାତ୍ରେ ଲାଇନଚ୍ୟୁତ ହେଇଥିବା ବଗିଗୁଡ଼ିକୁ ଉଦ୍ଧାର କରିବା କାମ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ:Cyclone Montha, No Impact Odisha: ଓଡ଼ିଶାରେ ବାତ୍ୟା ‘ମୋନ୍ଥା’ ର ବିଶେଷ ପ୍ରଭାବ ନାହିଁ

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରାଞ୍ଚି ରେଳବାଇ ଡିଭିଜନର ଇଞ୍ଜିନିୟରିଂ ଏବଂ ଅପରେସନ୍ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିବା ସୂଚନା ମିଳିଛି। ଏହି ଘଟଣାରେ କୌଣସି ମୃତାହତର ଖବର ମିଳିନାହିଁ।

railway | sundargarh

ଆହୁରି ପଢ଼ନ୍ତୁ: Bus Hits Truck, 2 Death: ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍: ଡ୍ରାଇଭର ଓ ହେଲପର ମୃତ, ୭ ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe