ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ: ରେଳଚଳାଚଳ ବନ୍ଦ

କୋରାପୁଟ-କୋତାୱ୍ବାଲସା ରେଳପଥରେ ଚିମିଡିପାଲି ଷ୍ଟେସନ ୟାର୍ଡରେ ଟ୍ରାକରୁ ଲାଇନଚ୍ୟୁତ ହୋଇଛି ଗୋଟିଏ ବଗି। ଇଂଜିନ ସହ ୪ ଟି ବଗି ପାରି ହେବା ପରେ ୫ ନଂ ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇଥିଲା। ତେବେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ରେଳ ଇଂଜିନ୍ ଓ ଚାଳକ।

kpt

କୋରାପୁଟ: କୋରାପୁଟ-କୋତାୱ୍ବାଲସା ରେଳପଥରେ ଚିମିଡିପାଲି ଷ୍ଟେସନ ୟାର୍ଡରେ ଟ୍ରାକରୁ ଲାଇନଚ୍ୟୁତ ହୋଇଛି ଗୋଟିଏ ବଗି। ଇଂଜିନ ସହ ୪ ଟି ବଗି ପାରି ହେବା ପରେ ୫ ନଂ ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇଥିଲା। ତେବେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ରେଳ ଇଂଜିନ୍ ଓ ଚାଳକ। ତେବେ କିଛି ଘଣ୍ଟା ଧରି ଏହି ରାସ୍ତାରେ ରେଳ ଚଳାଚଳ ବନ୍ଦ୍ ରହିଥିଲା। 

ବଚେଲିରୁ ଲୁହାପଥର ବୋଝେଇ ଟ୍ରେନଟି -ବିଶାଖାପାଟଣା ଅଭିମୁଖେ  ଯାଉଥିଲା। କେକେ ଲାଇନର ଚିମିଡିପାଲି ଷ୍ଟେସନ ୟାର୍ଡ ରେ ଟ୍ରାକରୁ ଲାଇନଚ୍ୟୁତ ହୋଇଥିଲା ବଗି। ଟ୍ରେନର ଆଗ ପଟୁ ୫ ନଂ ବଗି ଲାଇନଚ୍ୟୁତ ହୋଇଥିଲା।

ସୂଚନା ପାଇବା ପରେ   କୋରାପୁଟ ଓ ବିଶାଖାପାଟଣାରୁ ଉଦ୍ଦାରକାରୀ ଟିମ ଘଟଣା ସ୍ଥଳକୁ ଯାଇ ଟ୍ରାକ ଓ ବଗିକୁ ସଜାଡ଼ିଥିଲେ। ଅଳ୍ପ କିଛି ସମୟ ମଧ୍ୟରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିବା ପୂର୍ବତଟ ରେଳବାଇର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe