ସମ୍ବାଦ ପ୍ରଭାବ: ପୁଣି ଆରମ୍ଭ ହେବ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର

ବଣ୍ଡାଘାଟିରେ ବଢ଼ିବ ଅପପୁଷ୍ଟି ଶୀର୍ଷକ ଖବର ପ୍ରକାଶିତ ହେବା ପରେ ସରକାର ତତ୍ପରତା ଦେଖାଇଛନ୍ତି। ଗତ ସେପ୍ଟେମ୍ବର ୩୦ ତାରିଖରେ ଓପିଏନଆଇପି କାର୍ଯ୍ୟକ୍ରମରେ ଚାଲୁଥିବା ଏହି ଯୋଜନାକୁ ସରକାର ବନ୍ଦ କରିଦେଇଥିଲେ। ଏଥିରେ ବଣ୍ଡାଘାଟିର ୧୫ ହଜାରରୁ ଉର୍ଦ୍ଧ୍ବ ଶିଶୁ ଓ ଗର୍ଭବତୀ ମହିଳା ପ୍ରଭାବିତ ହେବେ ବୋଲି କୁହାଯାଇଥିଲା।

Mkg Matru o sisu posana kendra closed

ମାଲକାନଗିରି: ଗତ ୬ ତାରିଖରେ ଦୈନିକ ‘ସମ୍ବାଦ’ରେ ବଣ୍ଡାଘାଟିରେ ବଢ଼ିବ ଅପପୁଷ୍ଟି ଶୀର୍ଷକ ଖବର ପ୍ରକାଶିତ ହେବା ପରେ ସରକାର ତତ୍ପରତା ଦେଖାଇଛନ୍ତି। ଗତ ସେପ୍ଟେମ୍ବର ୩୦ ତାରିଖରେ ଓପିଏନଆଇପି କାର୍ଯ୍ୟକ୍ରମରେ ଚାଲୁଥିବା ଏହି ଯୋଜନାକୁ ସରକାର ବନ୍ଦ କରିଦେଇଥିଲେ। ଏଥିରେ ବଣ୍ଡାଘାଟିର ୧୫ ହଜାରରୁ ଉର୍ଦ୍ଧ୍ବ ଶିଶୁ ଓ ଗର୍ଭବତୀ ମହିଳା ପ୍ରଭାବିତ ହେବେ ବୋଲି କୁହାଯାଇଥିଲା।

ତେବେ ସରକାର ପୁଣି ଏହି ଯୋଜନାକୁ ଆରମ୍ଭ କରିବେ ବୋଲି ଚିଠି ମାଧ୍ୟମରେ ଜଣାଇଛନ୍ତି। ଆଦିମ ଜନଜାତି ବଣ୍ଡାଙ୍କ ପାଇଁ ଏହା ଏକ ବରଦାନ ସଦୃଶ୍ୟ ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ର ନଥିବା ଗାଁଗୁଡିକରେ ଶିଶୁ ଓ ମା‘ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ। ଏଥିସହ ଶିଶୁ ଓ ମାତୃ ପୋଷଣ କେନ୍ଦ୍ରରେ ୩ ମାସର ଶିଶୁ ଠାରୁ ୩ ବର୍ଷର ଶିଶୁଙ୍କୁ କେନ୍ଦ୍ରରେ ରଖି ସେମାନଙ୍କର ଦେଖରେଖ କରାଯିବ, ଯଦ୍ବାରା କି ବଣ୍ଡା ମହିଳା ନିଜର ଘର କାମ ଏବଂ ନିଜର କ୍ଷେତକୁ କିମ୍ବା ଜଂଗଲକୁ ଯାଇପାରିବେ।

ବଣ୍ଡାଘାଟିରେ ଆଉ ଅପପୁଷ୍ଟି ରହିବ ନାହିଁ ବୋଲି କୁହାଯାଇଛି। ସରକାରଙ୍କର ଏହି ନିଷ୍ପତ୍ତି ପରେ ବଣ୍ଡାଘାଟିରେ ଖୁସିର ଲହରି ଖେଳିଯାଇଛି।ପୁଣି ଏହି ଯୋଜନା ଚାଲୁ ହେବା ଜାଣିବା ପରେ ସମ୍ବାଦକୁ ଏହି ଜନଜାତି ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe