ସୁଭଦ୍ରା ଯୋଜନା: ପଂଜୀକରଣ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ମହିଳା

Advertisment

ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ମୋହନ ମାଝୀଙ୍କ ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନାରେ ସାମିଲ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି।

ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ମୋହନ ମାଝୀଙ୍କ ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନାରେ ସାମିଲ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି।

ଝରିଗାଁ: ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନାରେ ସାମିଲ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି। ନିଶ୍ଚିତ ଭାବେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।

ତେବେ ସୁଭଦ୍ରା ଯୋଜନାର ଲାଭ ଉଠାଇବା ପାଇଁ ମହିଳାମାନଙ୍କୁ ଏବେ ଆଧାର ସଂଶୋଧନ ଓ ଆଧାର ସହ ଫୋନ ନମ୍ବର ସଂଯୋଗ କରିବା ପାଇଁ ପଡୁଥିବା ଜଣାପଡିଛି। ଗତ କିଛି ଦିନ ହେବ ଆଧାର ସଂଶୋଧନ ଏବଂ ଫୋନ ନମ୍ବର ସଂଯୋଗ ପାଇଁ ଝରିଗାଁ ବ୍ଲକ ସଦର ମହକୁମାର ଜନ ସେବା କେନ୍ଦ୍ର ଗୁଡିକରେ ମହିଳାମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ସେହିପିର ବ୍ୟାଙ୍କରେ କେୱାଇସି ପାଇଁ ମହିଳା ଗ୍ରାହକମାନେ ଭିଡ଼ ଲଗାଉଛନ୍ତି। 

publive-image

ମହିଳାମାନେ ଟଙ୍କା ଖର୍ଚ୍ଚ କରି ଆସିବା ସହ ଦିନ ତମାମ ଅପେକ୍ଷା କରୁଛନ୍ତି। କିଛି ମହିଳାଙ୍କ କାମ ହେଉଥିବା ବେଳେ ଆଉ କିଛି ମହିଳା ନିରାଶ ହୋଇ ଫେରୁଛନ୍ତି। ଭୋର ସକାଳୁ ମହିଳାମାନେ ଆସି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରାତ୍ର ପର୍ଯ୍ୟନ୍ତ ଜଗି ରହୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ମହିଳାମାନଙ୍କ ସହ ଆସିଥିବା ଛୋଟଛୋଟ ଶିଶୁମାନେ ମଧ୍ୟ ମହିଳାମାନଙ୍କ ସହ ବହୁତ ହଇରାଣ ହେଉଛନ୍ତି।

ସଚେତନତା ଅଭାବ ଯୋଗୁଁ ଛୋଟଛୋଟ ଶିଶୁମାନେ ରାସ୍ତାର ଏପଟେ ସେପଟେ ହେବା ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଦେଖିବାକୁ ମିଳୁଛି। କିଛି ମହିଳାମାନେ ବହୁ ବାର ଟଙ୍କା ଖର୍ଚ୍ଚ କରି ଜନ ସେବା କେନ୍ଦ୍ର ଆସିବା ପରେ ନିରାଶ ହୋଇ ଆର୍ଥିକ ଅଭାବ ଯୋଗୁଁ ଆଉ ଆସିବା ପାଇଁ ଇଚ୍ଛା ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି। ଦିନ ମଜୁରୀ କରି ପରିବାର ପୋଷଣ କରୁଥିବା ମହିଳାମାନେ କାମଧନ୍ଦା ଛାଡି ଦିନଦିନ ଧରି ଜନ ସେବା କେନ୍ଦ୍ର ଆସିବା ପରେ ମଧ୍ୟ କାମ ହେଉନଥିବା ବେଳେ କିଛି ମହିଳା ନିରାଶ ହୋଇ ପଡିଛନ୍ତି।

ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ। ସଚେତନତା ଅଭାବ ଯୋଗୁଁ ଝରିଗାଁ ବ୍ଲକର ମହିଳାମାନେ ଆଧାରକାର୍ଡ ସଂଶୋଧନ କିମ୍ବା ଆଧାରକାର୍ଡରେ ଫୋନ ନମ୍ବର ସଂଯୋଗ କରିନଥିବା ବେଳେ ବର୍ତ୍ତମାନ ଶହଶହ ମହିଳା ଏକ କାଳୀନ ଜନସେବା କେନ୍ଦ୍ର ଗୁଡ଼ିକରେ ଆସି ଗହଳି କରୁଛନ୍ତି। ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଫର୍ମ ଅନ୍‌ଲାଇନ ଆବେଦନ କରିବାର ସମୟ ସୀମା ଆସନ୍ତା ମାର୍ଚ୍ଚ ୮ ତାରିଖ ଥିବା ବେଳେ ମହିଳାମାନେ ସଚେତନତା ଅଭାବ ଯୋଗୁଁ ଜନ ସେବା କେନ୍ଦ୍ର ଗୁଡିକରେ ଗହଳି କରିବା ସହ ହଇରାଣ ହେଉଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନ କରିବା ସହ ଛୋଟବଡ଼ ଦୁର୍ଘଟଣାକୁ ଅଡେଇବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe