ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଛଅ ମାସ ପାଇଁ ବୃଦ୍ଧି

Advertisment

ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଛଅ ମାସ ପାଇଁ ବୃଦ୍ଧି କରିଛନ୍ତି ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ଡକ୍ଟର ହରିବାବୁ କମ୍ଭମପାଟି।

ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଛଅ ମାସ ପାଇଁ ବୃଦ୍ଧି କରିଛନ୍ତି ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ଡକ୍ଟର ହରିବାବୁ କମ୍ଭମପାଟି।

a88cf2ff-c768-4ddd-933e-d39c83bbe737

ଭୁବନେଶ୍ବର: ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଛଅ ମାସ ପାଇଁ ବୃଦ୍ଧି କରିଛନ୍ତି ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ଡକ୍ଟର ହରିବାବୁ କମ୍ଭମପାଟି। ଜୁଲାଇ ୨୧ ତାରିଖରୁ ଆଗାମୀ ଛଅ ମାସ ଯାଏ ସେ ନିଜର ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ୨୦୨୧ ମସିହାରେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନାମ ଘୋଷଣା କରିଥିଲେ। ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧିତ) ଆଇନ ୨୦୨୦ର ସେକ୍ସନ ୬ର ସବ୍‌ ସେକ୍ସନ(୭)ର ସବ୍‌ ସେକ୍ସନ(୧) ଅନୁଯାୟୀ ଏହି ନିଯୁକ୍ତି ଦିଆଯାଇଥିବା ରାଜଭବନ ପକ୍ଷରୁ କୁହାଯାଇଥିଲା। କାର୍ଯ୍ୟରେ ଯୋଗଦେବା ଦିନରୁ ୪ ବର୍ଷ ଲାଗି ପ୍ରଫେସର ଶ୍ରୀ ତ୍ରିପାଠୀ କୁଳପତି ଦାୟିତ୍ବରେ ରହିଥିଲେ। 

ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ପଦ ପଦବିରେ ଦୀର୍ଘଦିନ ଧରି କାର୍ଯ୍ୟ କରିଛନ୍ତି। ବିଶ୍ବବିଦ୍ୟାଳୟ ପିଏମ୍‌ଆଇଆରର ବିଭାଗୀୟ ମୁଖ୍ୟ, ସିନେଟ୍‌ ସଦସ୍ୟ ଓ ଏକାଡେମିକ କାଉନସିଲ୍‌ର ସଦସ୍ୟ ଭାବେ ୪ ବର୍ଷ ଲେଖାଏଁ ସୁଚାରୁରୂପ ଦାୟିତ୍ବ ନିର୍ବାହ କରିଛନ୍ତି। ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌କୁ ୩ ଥର ମନୋନୀତ ହୋଇଥିଲେ। ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ରିସର୍ଚ୍ଚ କମିଟି ସଦସ୍ୟ ଏବଂ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ କଲେଜ ଡେଭଲପ୍‌ମେଣ୍ଟ କାଉନସିଲ୍‌(ସିଡିସି)ର ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଥମ କରି ସିବିସିଏସ୍‌(ଚଏସ୍‌ ବେସଡ୍‌ କ୍ରେଡିଟ୍‌ ସିଷ୍ଟମ) ଲାଗୁ କରାଯାଇଥିଲା।

ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ପଦ ପଦବିରେ ଦୀର୍ଘଦିନ ଧରି କାର୍ଯ୍ୟ କରିଛନ୍ତି। ବିଶ୍ବବିଦ୍ୟାଳୟ ପିଏମ୍‌ଆଇଆରର ବିଭାଗୀୟ ମୁଖ୍ୟ, ସିନେଟ୍‌ ସଦସ୍ୟ ଓ ଏକାଡେମିକ କାଉନସିଲ୍‌ର ସଦସ୍ୟ ଭାବେ ୪ ବର୍ଷ ଲେଖାଏଁ ସୁଚାରୁରୂପ ଦାୟିତ୍ବ ନିର୍ବାହ କରିଛନ୍ତି। ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌କୁ ୩ ଥର ମନୋନୀତ ହୋଇଥିଲେ। ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ରିସର୍ଚ୍ଚ କମିଟି ସଦସ୍ୟ ଏବଂ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ କଲେଜ ଡେଭଲପ୍‌ମେଣ୍ଟ କାଉନସିଲ୍‌(ସିଡିସି)ର ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଥମ କରି ସିବିସିଏସ୍‌(ଚଏସ୍‌ ବେସଡ୍‌ କ୍ରେଡିଟ୍‌ ସିଷ୍ଟମ) ଲାଗୁ କରାଯାଇଥିଲା। ଏହି ସମୟ ମଧ୍ୟରେ କଲେଜ ଶିକ୍ଷକଙ୍କ ଲାଗି ୪ଟି ତାଲିମ କାର୍ଯ୍ୟକ୍ରମ, ୨୦୧୭ରେ ଉତ୍କଳ ବିଶ୍ବବିଦ୍ୟାଳୟର ରୁରାଲ କ୍ୟାମ୍ପସ ଲାଗି ଯାଜପୁରର ସିଆଠାରେ ଜମି ଚିହ୍ନଟ ହୋଇଥିଲା। ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୟନ୍ତୀ ଉତ୍ସବକୁ ସଫଳ କରିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଏଥିସହ ବିଭିନ୍ନ କମିଟି ଓ ଶିକ୍ଷକ ସଙ୍ଗଠନର ପ୍ରମୁଖ ପଦ ପଦବି‌ରେ ରହି କାର୍ଯ୍ୟ ତୁଲାଇଛନ୍ତି। ତାଙ୍କ ଦ୍ବାରା ଲିଖିତ ଜର୍ଣ୍ଣାଲ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବେଶ୍‌ ପ୍ରଶଂସିତ ହୋଇଛି। ଶିକ୍ଷା ଓ ଗବେଷଣାରେ ପାଇଁ ଆମେରିକା, ନେପାଳ, ମାଲଦୀପ, ଭୁଟାନ୍‌ ପ୍ରଭୃତି ଦେଶକୁ ଗସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe