ଶେରଗଡ଼(ସୁବ୍ରତ ପଣ୍ଡା): ଗଞ୍ଜାମଜିଲ୍ଲା ଶେରଗଡ଼ ବ୍ଲକ କରଡ଼ା କଣା ପଞ୍ଚାୟତର ଆଦିବାସୀ ଗ୍ରାମ ଶବର ପଲ୍ଲୀରେ ସାପ କାମୁଡ଼ାରେ ଅଜା ଏବଂ ନାତିଙ୍କର ମୃତ୍ୟୁ ଭଳି ଦୁଃଖଦ ଘଟଣା ଘଟିଛି। ଗତ ରାତି ପ୍ରାୟ ୧୧ଟ‌ା ସମୟରେ ଘରେ ଶୋଇଥିବା ବେଳେ ପଞ୍ଚାନନ ନାଇକ (୪୧)ବର୍ଷ ଏବଂ ତାଙ୍କ ନାତି ରୋହନ ନାଇକ (୧୨)ବର୍ଷଙ୍କୁ ବିଷାକ୍ତ ଚିତ୍ତି ସାପ ମାରି ଦେଇଥିଲା।

Advertisment

ଆହୁରି ପଢ଼ନ୍ତୁ:Bihar Assembly Election: ବିଧାୟକ ଦଳ ବିହାରର CM ବାଛିବେ: ଅମିତ ଶାହ

ଉଭୟଙ୍କୁ ରାତି ୧୧ଟା୫୦ ମିନିଟ୍ ସମୟରେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠି ଉଭୟ ଅଜା ଓ ନାତିଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ:Mahanadi River Jump: ମହାନଦୀକୁ ଡେଉଁଲେ ଯୁବକ, ଖୋଜାଖୋଜି ଜାରି