G.Udaygiri Coldest ପୁଣି ଘୁ.ଉଦୟଗିରିରେ ପାରଦ ଖସିଲା, ଆଜି ୪.୩ ଡଗ୍ରି ସହ ଓଡ଼ିଶାର ସବୁଠାରୁ ଥଣ୍ଡା ସହର

Advertisment

ଘୁ.ଉଦୟଗିରିରେ ଗତକାଲି ୪.୪ ଡିଗ୍ରି ପାରଦ ଥିବା ବେଳେ ଆଜି ୪.୩ଡିଗ୍ରି ରେକର୍ଡ କରାଯାଇଛି। ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ Coldest town ଭାବେ ଲଗାତାର ଚିହ୍ନଟ ହୋଇଥିବା ବେଳେ ଆଜିର ତାପମାତ୍ରା ଚଳିତ ବର୍ଷର ଶୀତ ଋତୁର ସବୁଠାରୁ କମ୍ ତାପମାତ୍ରା ଆଜି ରେକର୍ଡ ହୋଇଛି।

ଘୁ.ଉଦୟଗିରିରେ ଗତକାଲି ୪.୪ ଡିଗ୍ରି ପାରଦ ଥିବା ବେଳେ ଆଜି ୪.୩ଡିଗ୍ରି ରେକର୍ଡ କରାଯାଇଛି। ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ Coldest town ଭାବେ ଲଗାତାର ଚିହ୍ନଟ ହୋଇଥିବା ବେଳେ ଆଜିର ତାପମାତ୍ରା ଚଳିତ ବର୍ଷର ଶୀତ ଋତୁର ସବୁଠାରୁ କମ୍ ତାପମାତ୍ରା ଆଜି ରେକର୍ଡ ହୋଇଛି।

Cold wave will return again, Bhubaneswar-Cuttack temperature will decrease

Cold wave at g.udaygiri Photograph: (sambad.in)

ଘୁ.ଉଦୟଗିରି: ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହରରେ ଦିନକୁ ଦିନ ନିମ୍ନମୁଖୀ ହେବାରେ ଲାଗିଛି ପାରା। ଅସହ୍ୟ ହେବାରେ ଲାଗିଛି ଜୀବନଯାତ୍ରା। ପ୍ରବଳ ଥଣ୍ଡାକୁ ଜାଡ଼ ଅସ୍ତବ୍ୟସ୍ତ କରିଦେଉଛି। ରାତି ପହିଲେ ସୂର୍ଯ୍ୟ କିରଣ ସଞ୍ଜ ନଇଁଲେ ନିଆଁ ଭରସାରେ ଚାଲିଛି ଜୀବନ।

ଦିନକୁ ଦିନ ତାପମାତ୍ରା ଖସିବା ସହ ଶୀତ ବଢୁଛି। ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଶୀତର ପ୍ରକୋପ ଏହିଭଳି ଆରମ୍ଭ ହୋଇଥିବା ବେଳେ ଆଗକୁ ଅସହ୍ୟ ଶୀତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଶୀତ ତାର ରାଜୁତି ଆରମ୍ଭ କରିଦେଇଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ବେଳେ ଗରିବ ଅସହାୟ ବୃଦ୍ଧ ବୃଦ୍ଧାମାନେ ବିଶେଷ ଭାବେ ପ୍ରଭାବିତ ହୋଇ ଅତି କଷ୍ଟରେ ରାତି ବିତାଉଛନ୍ତି। ସାହି ଗଳି କନ୍ଦିରେ ସ୍ଥାନେ ସ୍ଥାନେ ନିଆଁ ଜାଳି ରାତିସାରା ନିଆଁ ଭରସାରେ ରାତି କାଟୁଥିବା ବେଳେ ଦିନରେ ସୁର୍ଯ୍ୟଙ୍କ ଉତ୍ତାପରେ ଦିନ କାଟୁଛନ୍ତି। ଶୀତ ଯାହାକୁ ବାଧୁଛି କଷ୍ଟ ଦେଉଛି ତ କାହାକୁ ଆନନ୍ଦ ଦେଉଛି। ଶୀତର ମଜା ନେବା ପାଇଁ ବାହାର ରାଜ୍ୟରୁ ବାହାର ଜିଲ୍ଲାରୁ ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଆସୁଥିବା ଦେଖିବାକୁ ମିଳୁଛି।

ଆହୁରି ତଳକୁ ଖସିବ ପାରଦ

ଆହୁରି ପଢ଼ନ୍ତୁ:College Girl Death ଜୀବନ ଯୁଦ୍ଧରେ ହାରିଗଲେ କଲେଜ ଛାତ୍ରୀ, ଏମ୍‌ସକୁ ଏୟାର ଲିଫ୍‌ଟ ପାଇଁ ଥିଲା ଯୋଜନା

ଗତକାଲି ରବିବାର ଛୁଟି ଦିନ ହେତୁ ଶହ ଶହ ପର୍ଯ୍ୟଟକ ସ୍ଥାନୀୟ ଅଞ୍ଚଳକୁ ବୁଲିବାକୁ ଆସିବା ସହ ବଣଭୋଜି କରି ବେଶ ଆନନ୍ଦିତ ହେଉଥିବା ଦେଖୁବାକୁ ମିଳିଛି। ଶୀତ ଏବଂ ଜାଡ଼ରେ ଗୋଡ଼ହାତ କୋଲ ମାରିବା ସହ କଲିଜା ଥରି ଗଲାଭଳି ଜାଡ଼ ଗରିବଙ୍କ ପାଇଁ ଅସହ୍ୟ ହୋଇଯାଉଛି।ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ଭଳି ଜାଡ଼ ରହିବା ସହ ଆହୁରି ତଳକୁ ଖସିବ ପାରଦ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି।

ଆହୁରି ପଢ଼ନ୍ତୁ: Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!

ଘୁ.ଉଦୟଗିରିରେ ଗତକାଲି ୪.୪ ଡିଗ୍ରି ପାରଦ ଥିବା ବେଳେ ଆଜି ୪.୩ ଡିଗ୍ରି ରେକର୍ଡ କରାଯାଇଛି। ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଲଗାତାର ଚିହ୍ନଟ ହୋଇଥିବା ବେଳେ ଆଜିର ତାପମାତ୍ରା ଚଳିତ ବର୍ଷର ଶୀତ ଋତୁର ସବୁଠାରୁ କମ୍ ତାପମାତ୍ରା ଆଜି ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe