‘ସୁଭଦ୍ରା’ ମାର୍ଗଦର୍ଶିକାକୁ ସରଳ କରିବାକୁ ଦାବି

‘ସୁଭଦ୍ରା’ ଯୋଜନା ଯୋଜନା ଆବେଦନ ପାଇଁ ମହିଳାଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା। କୋରାପୁଟ ଜିଲ୍ଲାର ଏବେ ସହର ଠାରୁ ଆରମ୍ଭ କରି ଗାଁରେ ଥିବା ଜନସେବା କେନ୍ଦ୍ର, ବ୍ୟାଙ୍କ, ବ୍ୟାଙ୍କ କିଓସ୍କ, ଡାକଘର ଓ ଆଧାର ସଂଶୋଧନ କେନ୍ଦ୍ରରେ ଅସମ୍ଭାଳ ଭିଡ଼।  ରାତିରୁ ଲୋକମାନେ ଆସି ଚପଳ, ପଥର ଥୋଇ ଧାଡ଼ି ବାନ୍ଧୁଛନ୍ତି।

kpt

କୋରାପୁଟ:  ‘ସୁଭଦ୍ରା’ ଯୋଜନା ଯୋଜନା ଆବେଦନ ପାଇଁ ମହିଳାଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା। କୋରାପୁଟ ଜିଲ୍ଲାର ଏବେ ସହର ଠାରୁ ଆରମ୍ଭ କରି ଗାଁରେ ଥିବା ଜନସେବା କେନ୍ଦ୍ର, ବ୍ୟାଙ୍କ, ବ୍ୟାଙ୍କ କିଓସ୍କ, ଡାକଘର ଓ ଆଧାର ସଂଶୋଧନ କେନ୍ଦ୍ରରେ ଅସମ୍ଭାଳ ଭିଡ଼।  ରାତିରୁ ଲୋକମାନେ ଆସି ଚପଳ, ପଥର ଥୋଇ ଧାଡ଼ି ବାନ୍ଧୁଛନ୍ତି। ବିଶେଷକରି ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ୍ରେ ମୋବାଇଲ ନମ୍ବର ସଂଯୋଗକୁ ନେଇ ମହିଳାମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ମହିଳା ଆଧାରକାର୍ଡ ସଂଶୋଧନ ସମୟରେ ଏକାଧିକ ସମସ୍ୟାର ସାମ୍ନା କରୁଛନ୍ତିI ଏପରିକି କିଛି ମହିଳାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ତେଣୁ ଏହି ନିୟମକୁ ନେଇ ମହିଳାଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ୧୭ ତାରିଖରେ ଯୋଜନାର ପ୍ରଥମ କିସ୍ତି ମିଳିବାକୁ ଥିବାରୁ ୧୪ ଦିନ ମଧ୍ୟରେ ଆଧାରରେ ମୋବାଇଲ ନମ୍ବର ସଂଯୋଗ ହୋଇ ପାରିବ କି ନାହିଁ ତାକୁ ନେଇ ସାଧାଣରେ ସନ୍ଦେହ ସୃଷ୍ଟି ହୋଇଛି।

kpt

ମୋବାଇଲ୍ ସଂଯୋଗ ନିଶ୍ଚିତ ଆବଶ୍ୟକ ବୋଲି କୁହାଯାଇଛି। ମାତ୍ର ଅନେକ ମହିଳାଙ୍କର ଆଧାର ସହ ମୋବାଇଲ ନମ୍ବର ସଂଯୋଗ ହୋଇନାହିଁ। କିଛି ଗରିବ ଲୋକମାନଙ୍କର ମୋବାଇଲ ନମ୍ବର ଯୋଡ଼ିନଥିଲେ। ଯେଉଁ ମୋବାଇଲ ନମ୍ବର ଯୋଡ଼ିଥିଲେ, ତାହା ଏବେ ଅଧିକାଂଶ ଲୋକଙ୍କ ପାଖରେ ନାହିଁ। ସେହିଭଳି ବହୁ ହିତାଧିକାରୀଙ୍କ ଆଧାରକାର୍ଡରେ ସ୍ଵାମୀ ଓ ପିତାଙ୍କ ନାମ ବଦଳରେ ଭିନ୍ନ ନାମ ରହିଯାଇଛି। ଠିକଣାକୁ ନେଇ ମଧ୍ୟ କିଛି ସମସ୍ୟା ରହିଛି। ତେଣୁ ଆଧାର ସଂଶୋଧନ କେନ୍ଦ୍ରରେ ଏସବୁ ସଂଶୋଧନ କରିବା ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ଆଉ କିଛି ମହିଳା ଆଧାର ଓ ମୋବାଇଲ ସଂଯୋଗ ଅବହେଳା ଯୋଗୁଁ କରି ନାହାନ୍ତି । ଯାହାକୁ ନେଇ ସମସ୍ୟା ବୃଦ୍ଧି ପାଇଛି I ଏହି ପ୍ରକ୍ରିୟା ଯୋଗୁଁ ମାତ୍ରାଧି କ ସମସ୍ୟା ଉପୁଜୁଥିାବାରୁ କେବଳ ବ୍ୟାଙ୍କ୍ ଆକାଉଣ୍ଟ୍ ଲିଙ୍କ ବ୍ୟତୀତ ଏହି ନିଯମରେ କୋହଳ କରାଯାଉ ବୋଲି ଦାବି କରାଯାଉଛି । ବହୁ ମହିଳା ଅନେକ ବର୍ଷ ଧରି ଆଧାର ସଂଶୋଧନ କରିନାହାନ୍ତି।  

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏକ ସମୟରେ ଦୁଇଟି ସଂଶୋଧନ କରାଯାଇ ପାରିବନି। ପୁଣି ଏବେ ସଂଶୋଧନ କଲେ, ତାହା ଠିକ୍ ହେବାକୁ ୮ରୁ ୧୫ ଦିନ ସମୟ ଲାଗୁଛି।  ଯାହା ମହିଳାମାନଙ୍କ ପାଇଁ ଅଡ଼ଆ ହୋଇଛି।  ତେଣୁ ଏହି ଜଟିଳ ସମସ୍ୟାଗୁଡ଼ିକୁ ସହଜ ଓ ସରଳ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe