ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ଅର୍ଦ୍ଧ ଦଗ୍ଧ ଵୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛିI ଘର ଭିତରୁ ବୃଦ୍ଧାଙ୍କ ଅଧା ପୋଡ଼ା ମୃତଦେହ ଉଦ୍ଧାର କରିଛି ଅମ୍ବIଦଳା ପୁଲିସ। ମୃତ ବୃଦ୍ଧା ଜଣଙ୍କ ହେଲେ ଅମ୍ବାଦଳା ଥାନା ଅମ୍ଲାଭଟା ପଞ୍ଚାୟତ ଷ୍ଟେସନ କୁମୁଡ଼ାବାଲି ଗ୍ରାମର ଚନ୍ଦନ ତୁଳା ଡଙ୍ଗରି।

Advertisment

ଘରେ ଏକୁଟିଆ ରହୁଥିଲେ

ତାଙ୍କ ପରିବାରରେ କେହି ନଥିବା ବେଳେ ସେ ଘରେ ଏକୁଟିଆ ରହୁଥିଲେ। 

ଘଟଣା ସ୍ଥଳରେ ଅମ୍ବଦଳା ପୁଲିସ ଓ ବିଷମକଟକ ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି। କେଉଁ ପରିସ୍ଥିତିର ନିଆଁ ଲାଗିଲା ଓ ବୃଦ୍ଧା ଜଣଙ୍କର ପୋଡ଼ି ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି।

ବିବାହିତା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ଶବ ଉଦ୍ଧାର

କୋରାପୁଟ ସହରର ଓଏମପି କଲୋନିରେ ବିବାହିତା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ଶବ ଉଦ୍ଧାର ଘଟଣାରେ ଯବାନକୁ ବାନ୍ଧିଥିଲା ଟାଉନ ପୁଲିସ। ପୁଲିସ ଆଗରେ ସତ ମାନିଥିଲା ଯବାନ। ନିଜ ସ୍ତ୍ରୀକୁ ଲୁହା ରଡ୍‌ରେ ମାଡ ମାରିବା ପରେ ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ରଚିଥିଲା ଷଢ଼ଯନ୍ତ୍ର। ହତ୍ୟା ପରେ ଗ୍ୟାସର ପାଇପ ଖୋଲି ନିଆଁ ଲଗାଇ ଘର ବାହାରକୁ ଚାଲି ଆସିଥିଲା। ପରେ ଘରୁ ବାହାରକୁ ଧୂଆଁ ବାହାରିବା ପରେ ପଡ଼ୋଶୀଙ୍କୁ ନେଇ ବଞ୍ଚାଇବା ପାଇଁ ପୁଣି ଥରେ ଉଦ୍ୟମ କରିଥିଲା ସ୍ବାମୀ।

ଆହୁରି ପଢ଼ନ୍ତୁ: Minor Pregnant Accused Arrested ଦଶମଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ: ପାଞ୍ଚମାସର ଗର୍ଭବତୀ ହେବା ପରେ ଘଟଣା ପଦାକୁ ଆସିଲା, ବନ୍ଧା ହେଲା ଅଭିଯୁକ୍ତ

ଗତ ଅକ୍ଟୋବର ୮ ତାରିଖ ରାତିରେ ପ୍ରଥମ ଆଇଆରବି ବାଟାଲିଆନରେ କାର୍ଯ୍ୟରତ ଯବାନ ଶିବ ଶଙ୍କର ପାତ୍ର ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ପଣ୍ଡାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଯବାନ ଶିବ ଶଙ୍କର ରାଗିଯାଇ ଏକ ଲୁହାରୋଡରେ ସ୍ତ୍ରୀ ପ୍ରିୟଙ୍କାଙ୍କ ମୁଣ୍ଡକୁ ମାଡ ମାରିଥିଲା। ସ୍ତ୍ରୀ ପ୍ରିୟଙ୍କା ତଳେ ଅଚେତ ହୋଇ ପଡିଯିବା ପରେ ଡାକ୍ତର ଖାନାକୁ ନେବା ବଦଳ‌ରେ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ପାଇଁ ଗ୍ୟାସ ସିଲିଣ୍ଡରର ପାଇପ ଖୋଲି ନିଆଁ ଲଗାଇ ବାହାରକୁ ଚାଲି ଆସିଥିଲା। ସେହି ସମୟରେ ତାଙ୍କ ମା ଓ ଶିଶୁ କନ୍ୟା ବାହାରେ ଥିଲେ। କିଛି ସମୟ ପରେ ଘରୁ ଧୁଆଁ ବାହାରିବା ପରେ ପୁଣି ପଡ଼ୋଶୀଙ୍କୁ ନେଇ ସ୍ତ୍ରୀକୁ ଉଦ୍ଧାର କରିବା ପାଇଁ ଘରକୁ ପଶିଥିଲେ। ପରେ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିବା ସହ ପ୍ରିୟଙ୍କାଙ୍କ ଅର୍ଦ୍ଧ ଦଗ୍ଧ ଶବ ଉଦ୍ଧାର ହୋଇଥିଲା।

ଆହୁରି ପଢ଼ନ୍ତୁ: Vigilance Raid Ranger ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭଜିଲାନ୍ସ ଚଢ଼ାଉ

ପ୍ରିୟଙ୍କାଙ୍କ ବାପା ଆନ୍ଧ୍ରର ଟେକିଲି ଗ୍ରାମର ତାରିଣି ପଣ୍ଡା ଥାନାରେ ଏତଲା ଦେବା ପରେ ଟାଉନ ଥାନା କେସ ନଂ ୨୫୧/୨୫ ରେ ହତ୍ୟା,ଯୌତୁକ ନିର୍ଯାତନା , ପ୍ରମାଣ ନଷ୍ଟ କରିବା ଭଳି ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଟାଉନ ପୁଲିସ ଥାନା ଅଧିକାରୀ ସତ୍ୟା ନନ୍ଦ ପାତ୍ର ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲେ।

ମୃତକ ପ୍ରିୟଙ୍କାଙ୍କ ସ୍ବାମୀ ଶିବ ଶଙ୍କରକୁ ଉଠାଇ ଆଣି ପଚରାଉଚରା କରିବା ପରେ ଶିବ ଶଙ୍କର ନିଜେ ଘଟଣା ସଂକ୍ରାନ୍ତରେ ସବୁ ସତ ଗୋଟି ଗୋଟି କରି ପ୍ରକାଶ କରିଥିଲା। ପୁଲିସ ପକ୍ଷରୁ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ଆଜି ହତ୍ୟାକା‌ଣ୍ଡରେ ବ୍ୟବହୃତ ଲୁହା ରୋଡକୁ ଜବତ କରିଛି ପୁଲିସ। ଶବ ବ୍ୟବଛେଦ ପ‌ରେ ପ୍ରିୟଙ୍କା ଶବକୁ ପ୍ରିୟଙ୍କାଙ୍କ ବାପା ଘର ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଯବାନ ଶିବ ଶଙ୍କର ପାତ୍ରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ସୂଚନା ଥାଉକି, ଯବାନ ଶିବ ଶଙ୍କର ପାତ୍ର  ଗତ ବର୍ଷ ଫେବ୍ରୁଆରି ମାସରେ ଟେକିଲିରେ ପ୍ରିୟଙ୍କାକୁ ବିବାହ କରିଥିଲା।