ହକି ଇଣ୍ଡିଆ ନିଲାମୀ: ହରମନପ୍ରୀତ ଦାମୀ ଖେଳାଳି, ଏହି ଦଳରେ ଖେଳିବେ ଅମିତ

ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏ)ର ଆଗାମୀ ସଂସ୍କରଣ ୨୦୨୪-୨୫ ପାଇଁ ରବିବାର ଠାରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ଦିବସୀୟ ଏହି ନିଲାମର ପ୍ରଥମ ଦିନରେ ଭାରତୀୟ ହକି ଦଳର ଅଧିନାୟକ ହରମାନପ୍ରୀତ ସିଂ ସବୁଠାରୁ ଦାବୀ ଖେଳାଳି ହୋଇଛନ୍ତି।

harmanpreet and Amit

ନୂଆଦିଲ୍ଲୀ: ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏ)ର ଆଗାମୀ ସଂସ୍କରଣ ୨୦୨୪-୨୫ ପାଇଁ ରବିବାର ଠାରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ଦିବସୀୟ ଏହି ନିଲାମର ପ୍ରଥମ ଦିନରେ ଭାରତୀୟ ହକି ଦଳର ଅଧିନାୟକ ହରମାନପ୍ରୀତ ସିଂ ସବୁଠାରୁ ଦାବୀ ଖେଳାଳି ହୋଇଛନ୍ତି। ଓଡ଼ିଆ ପୁଅ ଅମିତ ରୋହିଦାସ ତାମିଲନାଡୁ ଡ୍ରାଗନ୍ସରେ ସାମିଲ ହୋଇଛନ୍ତି। ତାଙ୍କୁ ପ୍ରାୟାଜକ ଦଳ ୪୮ ଲକ୍ଷ ଟଙ୍କାରେ ନେଇଛି।

ହରମନପ୍ରୀତଙ୍କୁ ପଂଜାବର ସୋରମାନ ହକି କ୍ଲବ ତାଙ୍କୁ ୭୮ ଲକ୍ଷ ଟଙ୍କା ଦେଇ ନିଜ ଦଳରେ ସାମିଲ କରିଛି। ପ୍ରଥମ ଦିନରେ, ୮ଟି ଫ୍ରାଞ୍ଚାଇଜ୍ ମଧ୍ୟରେ ଖେଳାଳି ନିଲାମ ନେଇ ପ୍ରତିଯୋଗିତା ହୋଇଛି। ନିଲାମୀର ପ୍ରଥମ ଦିନରେ  ଗୁରୁଜନ୍ତ ସିଂ (୧୯ ଲକ୍ଷ) ମଧ୍ୟ ନିଲାମୀରେ ସାମିଲ ହୋଇଛନ୍ତି। ପ୍ରଥମାର୍ଦ୍ଧରେ ଷ୍ଟାର ଡ୍ରାଗ-ଫ୍ଲିକର ଏବଂ ଭାରତୀୟ ଅଧିନାୟକ ହରମାନପ୍ରୀତ ସିଂଙ୍କୁ ଜେଏସ୍‌ଡବ୍ଲ୍ୟୁ  ସ୍ପୋର୍ଟସ ମାଲିକାନା ସୁରମା ହକି କ୍ଲବ ସ୍ୱାକ୍ଷର କରିଥିଲା।

ଅଭିଷେକ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି। ବେଙ୍ଗଲ ଟାଇଗର ତାଙ୍କ ପାଇଁ ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ହାର୍ଦ୍ଦିକ ସିଂଙ୍କୁ ୟୁପି ରୁଦ୍ର ୭୦ ଲକ୍ଷ ଟଙ୍କାରେ କିଣିଥିଲେ। ଅମିତ ରୋହିଦାସ (ତାମିଲନାଡୁ ଡ୍ରାଗନ୍ସ- ୪୮ ଲକ୍ଷ), ଜୁରାଜ ସିଂ (ବଙ୍ଗଳା ଟାଇଗର - ୪୮ ଲକ୍ଷ) ଏବଂ ସୁମିତ (ହାଇଦ୍ରାବାଦ ହରିକାନ୍ସ - ୪୬ ଲକ୍ଷ)ରେ ନିଲାମ ହୋଇଛନ୍ତି।  

ପ୍ରଥମ ଦିନରେ ବିକ୍ରି ହୋଇଥିବା ଖେଳାଳିଙ୍କ ତାଲିକା
ଗୁରୁଜନ୍ତ ସିଂ - ସୁରମା ହକି କ୍ଲବ, ୧୯ ଲକ୍ଷ
ମନଦୀପ ସିଂ - ଟିମ୍ ଗୋନାସିକା, ୨୫ ଲକ୍ଷ
ମନପ୍ରୀତ ସିଂ - ଟିମ୍ ଗୋନାସିକା, ୪୨ ଲକ୍ଷ
ସୁଖଜିତ୍ ସିଂ - ବଙ୍ଗଳା ଟାଇଗରର୍ସ, ୪୨ ଲକ୍ଷ
ଅମିତ ରୋହିଦାସ - ତାମିଲନାଡୁ ଡ୍ରାଗନ୍ସ, ୪୮ ଲକ୍ଷ
ନୀଳକଣ୍ଠ ଶର୍ମା- ହାଇଦ୍ରାବାଦ ତୁଫାନଡ, ୩୪ ଲକ୍ଷ  
ସଞ୍ଜୟ - କାଲିଙ୍ଗ ଲାନ୍ସର୍ସ, ୩୮ ଲକ୍ଷ
ଲଲିତ କୁମାର ଉପାଧ୍ୟାୟ- ୟୁପି ରୁଦ୍ରାସ, ୨୮ ଲକ୍ଷ
ବିବେକ ସାଗର ପ୍ରସାଦ - ସୁରମା ହକି କ୍ଲବ, ୪୦ ଲକ୍ଷ
ହାର୍ଦ୍ଦିକ ସିଂ - ୟୁପି ରୁଦ୍ରାସ, ୭୦ ଲକ୍ଷ
ହରମାନପ୍ରୀତ ସିଂ - ସୁରମା ହକି କ୍ଲବ, ୭୮ ଲକ୍ଷ
ସୁମିତ - ହାଇଦ୍ରାବାଦ ତୁଫାନ, ୪୬ ଲକ୍ଷ  
ଅଭିଷେକ - ବଙ୍ଗଳା ଟାଇଗର, ୭୨ ଲକ୍ଷ
ଯୁଗରାଜ ସିଂ - ବଙ୍ଗଳା ଟାଇଗର, ୪୮ ଲକ୍ଷ
କୃଷ୍ଣ ବି ପୃଥକ୍ - କାଲିଙ୍ଗ ଲାନ୍ସର୍ସ, ୩୨ ଲକ୍ଷ
ଶ୍ୟାମଶର ସିଂ - ଦିଲ୍ଲୀ ଏସଜି ପାଇପର୍, ୪୨ ଲକ୍ଷ
ଜରମନପ୍ରୀତ ସିଂ - ଦିଲ୍ଲୀ ଏସ୍‌ଜି ପାଇପର୍ସ, ୪୦ ଲକ୍ଷ
ରାଜକୁମାର ପାଲ - ଦିଲ୍ଲୀ ଏସଜି ପାଇପର୍ସ, ୪୦ ଲକ୍ଷ
ଡେଭିଡ ହାର୍ଟ (ଆୟରଲାଣ୍ଡ) - ତାମିଲନାଡୁ ଡ୍ରାଗନ୍ସ, ୩୨ ଲକ୍ଷ ଟଙ୍କା
ଜୀନ୍-ପଲ୍ ଡାନେନବର୍ଗ (ଜର୍ମାନୀ) - ହାଇଦ୍ରାବାଦ ତୁଫାନ, ୨୭ ଲକ୍ଷ ଟଙ୍କା
ଅଲିଭର୍ ପେନ୍ (ଗ୍ରେଟ୍‌ବିଟେନ୍‌) - ଟିମ୍ ଗୋନାସିକା, ୧୫ ଲକ୍ଷ
ପିରମିନ୍ ବ୍ଲକ୍ (ନେଦରଲାଣ୍ଡସ୍‌) - ବଙ୍ଗଳା ଟାଇଗର, ୨୫ ଲକ୍ଷ ଟଙ୍କା
ଟୋମାସ୍ ସାଣ୍ଟିଆଗୋ (ଆର୍ଜେଣ୍ଟିନା)- ଦିଲ୍ଲୀ ଏସ୍‌ଜି ପାଇପର୍ସ, ୧୦ ଲକ୍ଷ
ଭିନ୍ସେଣ୍ଟ ୱାନାଶ (ବେଲଜିୟମ) -ସୁରମା ହକି କ୍ଲବ, ୨୩ ଲକ୍ଷ ଟଙ୍କା
ସୁରଜ କରକେରା - ଟିମ୍ ଗୋନାସିକା, ୨୨ ଲକ୍ଷ
ପୱନ - ଦିଲ୍ଲୀ ଏସ୍‌ ପାଇପର୍ସ, ୧୫ ଲକ୍ଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe