ହାଟଡିହି: ବନ୍ଧା ହେଲେ କୋଟିପତି ପିଇଓ ଜିତେନ୍ଦ୍ର କୁମାର ଜେନା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କେନ୍ଦୁଝରଜିଲ୍ଲା ହାଟଡିହି ବ୍ଲକ୍‌ ବଞ୍ଚୋ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ଜିତେନ୍ଦ୍ର କୁମାର ଜେନାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆଜି କେନ୍ଦୁଝର ସ୍ୱତନ୍ତ କୋର୍ଟରେ ତାଙ୍କୁ ହାଜର କରାଯିବ।   

Advertisment

ସୂଚନାଯୋଗ୍ୟ, ଗତକାଲି କେନ୍ଦୁଝରଜିଲ୍ଲା ହାଟଡିହି ବ୍ଲବନ୍ଧା ହେଲେ କୋଟିପତି ପିଇଓ ଜିତେନ୍ଦ୍ର କୁମାର ଜେନାକ୍‌ ବଞ୍ଚୋ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ଜିତେନ୍ଦ୍ର କୁମାର ଜେନାଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା। ହାଟଡିହି ବ୍ଲକ୍‌ ବିରଞ୍ଚିପୁରଠାରେ ୩୩୦୦ ବର୍ଗଫୁଟର ଗୋଟିଏ ତିନିମହଲା କୋଠା, ହାଟଡିହିର ବସନ୍ତିଆ ବଜାର ଜଗନ୍ନାଥପୁର ମୌଜାରେ ଥିବା ୫୦୦୦ ବର୍ଗଫୁଟର ଗୋଟିଏ ନୂଆ ଦୁଇମହଲା କୋଠାବିଶିଷ୍ଟ ମାର୍କେଟ୍‌ କମ୍ପ୍ଲେକ୍ସ, ବସନ୍ତିଆ ବଜାରସ୍ଥିତ ମା’ ସରସ୍ବତୀ ସେଲ୍‌ସ ନାମରେ ଭଡ଼ାସୂତ୍ରରେ ଲାଗିଥିବା ଦୁଇଟି ଗୋଦାମ ଘର, ବିଦ୍ୟାଧରପୁରରେ ଥିବା ସରସ୍ବତୀ ସେଲ୍‌ସ ନାମକ ଇଲେକ୍ଟ୍ରୋନିକ୍ସ ଦୋକାନ, ଚଣ୍ଡିଆ ଓ ବିରଞ୍ଚିପୁରରେ ଥିବା ୬ଟି ପ୍ଲଟ୍, ପାଖାପାଖି ୧୦୦ ଗ୍ରାମ୍‌ ସୁନା, ଗୋଟିଏ ଚାରିଚକିଆ ଗାଡ଼ି, ଦୁଇଟି ବାଇକ୍‌, ବ୍ୟାଙ୍କ ଏବଂ ପୋଷ୍ଟାଲ୍‌ ଜମା ରହିଛି। ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ବଢ଼ିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାଯାଇଛି।

ଆହୁରି ପଢନ୍ତୁ: Abhijit Majumdar Discharge ଦୁଇ ଦିନ ଭିତରେ ଏମ୍ସରୁ ଡିସଚାର୍ଜ ହେବେ ସଙ୍ଗୀତକାର ଅଭିଜିତ ମଜୁମଦାର

ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକ ଭିଜିଲାନ୍ସ ବିଭାଗର ୪ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟରଙ୍କ ସମେତ ୪୦ଜଣ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ। କେନ୍ଦୁଝର ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ଜାରି କରିଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ଉ କରାଯାଇଥିଲା। ମଙ୍ଗଳବାର ଭୋର୍‌ରୁ ଚଢ଼ଉ ଆରମ୍ଭ ହୋଇଥିଲା।

ଆହୁରି ପଢନ୍ତୁ: Student Death Annual Sports ସୁନ୍ଦରଗଡ଼ରେ ଅଭାବନୀୟ: ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଟଳିପିଡ଼ିଲେ ଏକାଦଶ ଶ୍ରେଣୀର ଛାତ୍ର

୨୦୦୯ରେ ପଦୋନ୍ନତି ପାଇଥିଲେ ଜିତେନ୍ଦ୍ର କୁମାର ଜେନା

ଜିତେନ୍ଦ୍ର ଦୀର୍ଘ ବର୍ଷ ହେବ ହାଟଡିହି ବ୍ଲକ୍‌ର ବାଲିବରେଇ, ବଡ଼ରମ୍ପାସ ଓ ଏବେ ବଞ୍ଚୋରେ ପିଇଓ ଭାବେ କାର୍ଯ୍ୟ କରିଆସୁଛନ୍ତି। ମରୈଗାଁସ୍ଥିତ ନିଜ ଘର, ବସନ୍ତିଆ ମାର୍କେଟ୍‌ କମ୍ପ୍ଲେକ୍ସ, ପତ୍ନୀଙ୍କ ନାମରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ଜଗନ୍ନାଥପୁରରେ ଥିବା ଦୋକାନ, ଗୋଦାମ ଘର, ବନ୍ତଳାସ୍ଥିତ ପୈତୃକ ଘର, ବଞ୍ଚୋ ସହ ବାଲିବରେଇ ପଞ୍ଚାୟତ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି। ପିଇଓ ଶ୍ରୀ ଜେନା ୧୨.୮.୧୯୯୫ ରେ ହଦଗଡ଼ ପଞ୍ଚାୟତ ସଂପାଦକ ଭାବେ ମାସିକ ୨୨ଶହ ଟଙ୍କା ବେତନରେ ନିଯୁକ୍ତି ପାଇଥିଲେ। ୨୦୦୯ରେ ପଦୋନ୍ନତି ପାଇ ସମଣା, କେ.ବାଲିପାଳ, ଢେଙ୍କାର ପିଇଓ ହୋଇଥିଲେ।