ସୁନ୍ଦରଗଡ଼: ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲରେ ଅଘଟଣ। ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଟଳିପିଡ଼ିଲେ ଏକାଦଶ ଶ୍ରେଣୀର ଛାତ୍ର । ମୃତକ ହେଲେ ଜୟଦୀପ ସାଗର ବେକ୍ ଓରଫ ସିଲୁ।

Advertisment

୪୦୦ ମିଟର ଦୌଡ଼ରେ ସାମିଲ ଥିଲେ ଜୟଦୀପ

ଜୟଦୀପ ୪୦୦ ମିଟର ଦୌଡ଼ରେ ସାମିଲ ହୋଇ ଦୌଡ଼ୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ତାପରେ ତାଙ୍କୁ ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ର ଜଣକ ଭବାନୀପୁର ଗାଁର ଓ ସେ ଇଏମଆରଏସରେ ୧୧ ଶ୍ରେଣୀରେ ପାଠ ପଢୁଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢନ୍ତୁ: Delhi Court Order: ପତ୍ନୀ ରୋଜଗାର କଲେ ବି ସ୍ୱାମୀ ପିଲାମାନଙ୍କ ଦାୟିତ୍ବରୁ ମୁକ୍ତ ହୋଇପାରିବେ ନାହିଁ: ଦିଲ୍ଲୀ ହାଇକୋର୍ଟ

ସ୍କୁଲରେ ବାର୍ଷିକ କ୍ରୀଡ଼ା ଚାଲିଥିଲା । ପିଲାଟା ୪ ଶହ ମିଟର ରିଲେ ରେସ ରେ ଭାଗ ନେଇ ଦୌଡୁଥିଲା ହେଲେ ପ୍ରଥମ ରାଉଣ୍ଡ ଦୌଡୁ ଦୌଡୁ ହଠାତ ଟଳି ପଡ଼ିଲା।  ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଲୟର ଛାତ୍ର ଜୟଦୀପ ସାଗର ବେକଙ୍କ ଏପରି ଆକସ୍ମିକ ଭାବେ ଜୀବନ ଚାଲି ଯାଇଛି । ଭବାନୀପୁର ଅଞ୍ଚଳର ଜୟଦୀପ ଚଳିତ ବର୍ଷ ବିଦ୍ୟାଳୟ ରେ ଏକାଦଶ ଶ୍ରେଣୀରେ ଆଡ଼ମିସନ ନେଇଥିଲା । ମାତ୍ର ୬ ମାସ ହୋଇଥିଲା ସ୍କୁଲରେ । ଆଜି ଦୌଡ଼ ପ୍ରତିଯୋଗୀତାରେ ଭାଗ ନେଇ ଦୌଡୁ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ ।

ତାଙ୍କୁ ତୁରନ୍ତ ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ଅଣାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତେ ଆଶ୍ଚର୍ଯ୍ୟର କଥା ଯେ ଏମିତି ହଠାତ୍ ଜଣେ ସୁସ୍ଥ ସବଳ ପିଲାର ମୃତ୍ୟୁ କେମିତି ହୋଇପାରେ । 
ପୁଅର ମୃତ୍ୟୁ ଖବର ଶୁଣିଲା ପରେ ତାଙ୍କର ମାଆ ଙ୍କ କାନ୍ଦି କାନ୍ଦି ଅବସ୍ଥା ବେହାଲ୍ ହୋଇଯାଇଛି । ମେଡିକାଲରେ ସାଙ୍ଗସାଥୀ, ମାଆ ବାପା, ବିଦ୍ୟାଳୟର ଅଧ୍ୟକ୍ଷା, ଜିଲ୍ଲା ମଙ୍ଗଳ ଅଧିକାରୀ, ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ପ୍ରମୁଖ ପହଞ୍ଚିଥିଲେ।