ପାତାଳୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର ‘ପାତାଳୀ ଶ୍ରୀକ୍ଷେତ୍ର’ରେ ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ତଥା ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ମହା ଦିବ୍ୟସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

Patali Jagannath

Patali Jagannath Photograph: (sambad.in)

ଉଲୁଣ୍ଡା: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର ‘ପାତାଳୀ ଶ୍ରୀକ୍ଷେତ୍ର’ରେ ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ତଥା ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ମହା ଦିବ୍ୟସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅଦ୍ୟ ସକାଳ ୫ ଟାରେ ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ପରେ ଖେଚୁଡ଼ି ଭୋଗ ଅର୍ପଣ କରାଯାଇଥିଲା। 

ସକାଳ ୮ ଟାରେ ମଙ୍ଗଳାର୍ପଣ ଓ ବେଶ କରାଯାଇଥିଲା। ତାପରେ ଶ୍ରୀଜିଉମାନଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନବେଦିକୁ ବିଜେ କରାଯାଇଥିଲା। ପୂର୍ବରୁ ରୀତିନୀତି ଅନୁସାରେ ପାହାଡ ପାଦଦେଶରେ ଥିବା ସୁନା କୂଅରୁ ଅଣାଯାଇଥିବା ପବିତ୍ର ଜଳକୁ ଚନ୍ଦନ, ଅଗୁରୁ, କର୍ପୁର, କେଶର ଆଦି ଦିବ୍ୟ ସୁବାସିତ ପଦାର୍ଥ ଦେଇ ମନ୍ତ୍ରପୂତ କରାଯାଇଥିଲା।

ସ୍ନାନଯାତ୍ରା ଅବସରରେ ସକାଳ ୫ ଟାରେ ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ପରେ ଖେଚୁଡ଼ି ଭୋଗ ଅର୍ପଣ କରାଯାଇଥିଲା। ସକାଳ ୮ ଟାରେ ମଙ୍ଗଳାର୍ପଣ ଓ ବେଶ କରାଯାଇଥିଲା। ତାପରେ ଶ୍ରୀଜିଉମାନଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନବେଦିକୁ ବିଜେ କରାଯାଇଥିଲା। 

ପୂଜାର୍ଚ୍ଚନା ପରେ ଶ୍ରୀ ବଳଭଦ୍ରଙ୍କୁ ୩୩, ଶ୍ରୀ ଜଗନ୍ନାଥଙ୍କୁ ୩୫, ଦେବୀ ସୁଭଦ୍ରାଙ୍କୁ  ୨୨ ଏବଂ ଶ୍ରୀ ସୁଦର୍ଶନଙ୍କୁ ୧୮ ରୂପା ପୂର୍ଣ୍ଣ କୁମ୍ଭ ଜଳରେ ମହାସ୍ନାନ କରାଯାଇଥିଲା। ତାପରେ ଶ୍ରୀଜୀଉମାନଙ୍କର ଦିବ୍ୟ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ଭୋଗ, ଆଳତୀ ପୂଜାର୍ଚ୍ଚନା ପରେ ଏହି ଦିବ୍ୟ ଦୁର୍ଲଭ ବେଶକୁ ଭକ୍ତଜନ ଦର୍ଶନ କରିଥିଲେ। ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଶ୍ରୀଜୀଉମାନଙ୍କର ଅଣସର ବିଜେ କରାଯାଇଥିଲା।

ପ୍ରକାଶଥାଉ କି ଆଜି ଠାରୁ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ ନିଷେଧ ଅଛି। ସେବାୟତ ସଂଘର ସଭାପତି ଗୋପାଲ ପଣ୍ଡା ଙ୍କ ନେତୃତ୍ୱରେ ସମସ୍ତ ସେବାୟତ ରୀତିନୀତିରେ ସହଯୋଗ କରିଥିଲେ। ପୂଜା କାର୍ଯ୍ୟ ପଣ୍ଡିତ ବିଶ୍ୱେଶ୍ୱର୍ ପାଢ଼ୀ, ଗୁଣାକର ପଣ୍ଡା ସମ୍ପାଦନ କରିଥିବା ବେଳେ ଯଜ୍ଞାଚାର୍ଯ୍ୟ ପଣ୍ଡିତ ଦେବାର୍ଚ୍ଚନ ଦାଶ ଓ କର୍ତ୍ତା ଭାବରେ ଗଡତିଆ ଚମରା ଅମାତ୍ କାର୍ଯ୍ୟ ନିର୍ବାହ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ପାତାଳୀ କ୍ଷେତ୍ର ଟ୍ରଷ୍ଟ ସଦସ୍ୟ ସହଯୋଗ କରିଥିଲେl

Subarnapur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe