ହାତୀବେଶ ଦର୍ଶନ କଲେ ଭକ୍ତ, ଜୁନ ୧୨ରୁ ଶ୍ରୀଅଲରାନାଥ ପୀଠରେ ଭିଡ଼ ଲଗାଇବେ ଶ୍ରଦ୍ଧାଳୁ

Advertisment

ସେବାୟତମାନେ ଠାକୁରମାନଙ୍କୁ ବଡ଼ ସୁନ୍ଦର ଭା‌ବେ ହାତୀବେଶରେ ସଜାଇଛନ୍ତି। ଶ୍ରୀଜିଉମାନେ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସ୍ନାନଯାତ୍ରା ବିଳମ୍ବିତ ରାତିଯାଏଁ ଜାରି ରହିପାରେ ବୋଲି ସୂଚନା ମିଳିଛି।

ସେବାୟତମାନେ ଠାକୁରମାନଙ୍କୁ ବଡ଼ ସୁନ୍ଦର ଭା‌ବେ ହାତୀବେଶରେ ସଜାଇଛନ୍ତି। ଶ୍ରୀଜିଉମାନେ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସ୍ନାନଯାତ୍ରା ବିଳମ୍ବିତ ରାତିଯାଏଁ ଜାରି ରହିପାରେ ବୋଲି ସୂଚନା ମିଳିଛି।

Alaranath darshan

Alaranath darshan Photograph: (sambad.in)

ପୁରୀ/ବ୍ରହ୍ମଗିରି: ମହାପ୍ରଭୁଙ୍କ ସ୍ନାନଯାତ୍ରା ଜାରି ରହିଛି। ଶ୍ରୀଜିଉମାନେ ସୁନାକୂଅରୁ ୧୦୮ ଗରା ସୁବାସିତ ଜଳରେ ଗାଧୋଇଛନ୍ତି। ମନ୍ଦିର ନିକଟ ସୁନାକୂଅକୁ ଯଥାବିଧି ପୂଜା କରାଯିବା ପରେ ସେବାୟତମାନେ ସେଥିରୁ ୧୦୮ ଗରା ଶୀତଳ ଜଳ ବୋହି ଆଣି ଚତୁର୍ଦ୍ଧାମୂର୍ତ୍ତିଙ୍କ (ଶ୍ରୀଜଗନ୍ନାଥ-୩୫ ଗରା, ବଳଭଦ୍ର-୩୩ ଗରା, ସୁଭଦ୍ରା-୨୨ଗରା, ସୁଦର୍ଶନ-୧୮ ଗରା) ଉପରେ ଢ଼ାଳି ସ୍ନାନ କରାଇଥିଲେ। ଏହି ପବିତ୍ର ଦେବସ୍ନାନ ପରେ ଚାରି ଠାକୁରଙ୍କ ମନଲୋଭା ହାତୀବେଶ  ଅନୁଷ୍ଠିତ ହୋଇଛି। ସେବାୟତମାନେ ଠାକୁରମାନଙ୍କୁ ବଡ଼ ସୁନ୍ଦର ଭା‌ବେ ହାତୀବେଶରେ ସଜାଇଛନ୍ତି। ଶ୍ରୀଜିଉମାନେ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସ୍ନାନଯାତ୍ରା ବିଳମ୍ବିତ ରାତିଯାଏଁ ଜାରି ରହିପାରେ ବୋଲି ସୂଚନା ମିଳିଛି।

ପବିତ୍ର ଦେବସ୍ନାନ ପରେ ଚାରି ଠାକୁରଙ୍କ ମନଲୋଭା ହାତୀବେଶ  ଅନୁଷ୍ଠିତ ହୋଇଛି। ସେବାୟତମାନେ ଠାକୁରମାନଙ୍କୁ ବଡ଼ ସୁନ୍ଦର ଭା‌ବେ ହାତୀବେଶରେ ସଜାଇଛନ୍ତି। ଶ୍ରୀଜିଉମାନେ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସ୍ନାନଯାତ୍ରା ବିଳମ୍ବିତ ରାତିଯାଏଁ ଜାରି ରହିପାରେ ବୋଲି ସୂଚନା ମିଳିଛି।

ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ବଡ଼ଠାକୁରଙ୍କ ଏହି ମାନବୀୟ ତଥା ଦିବ୍ୟଲୀଳାର ଆୟୋଜନ ହୋଇଛି। ରତ୍ନବେଦିରେ ସକାଳର ସମସ୍ତ ପୂଜା ଓ ନୀତିକାନ୍ତି ପରେ ବଡ଼ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା, ଚକ୍ରରାଜ ସୁଦର୍ଶନଙ୍କୁ ସାଙ୍ଗରେ ଧରି ବଡ଼ଠାକୁର ଜଗନ୍ନାଥ ସ୍ନାନ‌ବେଦିକୁ ପହଣ୍ଡି ବିଜେ କରିଥିଲେ। 

ସ୍ନାନଯାତ୍ରା ଶେଷ ହେବା ପରେ ଠାକୁରଙ୍କୁ ଅଣସର ଘରକୁ ନିଆଯିବ। ଆସନ୍ତାକାଲି (ଜୁନ ୧୨)ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ବ୍ରହ୍ମଗିରିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ବ୍ୟାପକ ‌ପୁଲିସ ମୁତୟନ ହେବେ। ୭ ପ୍ଲାଟୁନ ପୁଲିସ୍ ସହ ଜଣେ ସେକ୍‌ସନ ଫୋର୍ସ ସାଦା ପୋଷାକରେ ରହିବେ। ସେହିପରି ଜଣେ ଅତିରିକ୍ତ ପୁଲିସ ଅଧୀକ୍ଷକ, ୪ ଜଣ ଡିଏସ୍‌ପି, ୩ ଜଣ ଇନ୍‌ସପେକ୍ଟ, ୧୭ ଜଣ ଏସ୍‌ଆଇ/ଏଏସ୍‌ଆଇ, ୪ ଜଣ ହାବିଲଦାର, ୬ ଜଣ କନଷ୍ଟେବଳ, ୫୬ ଜଣ ଗୃହରକ୍ଷୀ, ୧୦ ଜଣ ଟ୍ରାଫିକ ପୁଲିସ ଉପସ୍ଥିତ ରହିବେ।

ସୁରକ୍ଷା ପାଇଁ ବେରିକେଡ ଲାଗିସାରିଛି। ଅଲାରନାଥଙ୍କ ସାଧାରଣ ଦର୍ଶନ ସକାଳ ୬ଟାରୁ ଆରମ୍ଭ ହେବ। ମହାପ୍ରଭୁଙ୍କର ଏହି ପୀଠରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କର ଭିଡ଼ ରହିବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

Puri Jagannath temple

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe