ଅବ୍ୟବସ୍ଥା ଘେରରେ ଭିନ୍ନକ୍ଷମ ଶିବିର: ବିନା ବିଦ୍ୟୁତ୍‌ରେ କେମିତି ପରୀକ୍ଷା କଲେ ଡାକ୍ତର

Advertisment

ବାମନଘାଟୀ ଓ ପାଞ୍ଚପୀଡ଼ ଉପଖଣ୍ଡର ଭିନ୍ନକ୍ଷମମାନଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟକ ମାସର ତୃତୀୟ ଶୁକ୍ରବାର ଶିବିର ଆୟୋଜିତ କରାଯାଇଥାଏ। ଏହି ଶିବିରରେ ଭିନ୍ନକ୍ଷମମାନଙ୍କୁ ଅଣଦେଖା କରିବା ସହିତ କୌଣସି ବ୍ୟବସ୍ଥା କରାଯାଇନାହିଁ`

ବାମନଘାଟୀ ଓ ପାଞ୍ଚପୀଡ଼ ଉପଖଣ୍ଡର ଭିନ୍ନକ୍ଷମମାନଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟକ ମାସର ତୃତୀୟ ଶୁକ୍ରବାର ଶିବିର ଆୟୋଜିତ କରାଯାଇଥାଏ। ଏହି ଶିବିରରେ ଭିନ୍ନକ୍ଷମମାନଙ୍କୁ ଅଣଦେଖା କରିବା ସହିତ କୌଣସି ବ୍ୟବସ୍ଥା କରାଯାଇନାହିଁ`

ରାଇରଙ୍ଗପୁର: ଅନ୍ଧାରରେ ହେଲା ଭିନ୍ନକ୍ଷମ ଶିବିର। ଡିଜିଟାଲ ଇଣ୍ଡିଆ ଯୁଗରେ ଭିନ୍ନକ୍ଷମଙ୍କ ପାଇଁ ବିନା ବିଦ୍ୟୁତ୍ ରେ କେମିତି ପରୀକ୍ଷା କଲେ ବାରିପଦାରୁ ଆସିଥିବା ଡାକ୍ତର? ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହତାବ ଭବନଠାରେ ଅନୁଷ୍ଠିତ ଭିନ୍ନକ୍ଷମ ଶିବିରରେ। 

ସୂଚନା ଅନୁଯାୟୀ ଜିଲ୍ଲାର ବାମନଘାଟୀ ଓ ପାଞ୍ଚପୀଡ଼ ଉପଖଣ୍ଡର ଭିନ୍ନକ୍ଷମମାନଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟକ ମାସର ତୃତୀୟ ଶୁକ୍ରବାର ଶିବିର ଆୟୋଜିତ କରାଯାଇଥାଏ। ତେବେ ଏହି ଶିବିରରେ ଭିନ୍ନକ୍ଷମମାନଙ୍କୁ ଅଣଦେଖା କରିବା ସହିତ କୌଣସି ବ୍ୟବସ୍ଥା କରାଯାଇନାହିଁ, ଯାହା ଫଳରେ ଶତାଧିକ କିଲୋମିଟର ଦୁରନ୍ତାରୁ ଆସୁଥିବା ଭିନ୍ନକ୍ଷମ, ତାଙ୍କ ଆସିଥିବା ଅଭିଭାବକ ଓ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ଅସନ୍ତୋଷ ହୋଇଥିବା ପରିଲକ୍ଷିତ ହୋଇଛି।

publive-image

ଉକ୍ତ ଶିବିର ଉପଖଣ୍ଡ ସୋସିଆଲ ସେକୁରିଟି ଅଫିସରଙ୍କ ଦ୍ୱାରା କରାଯାଉଥିବା ବେଳେ ଶିବିରରେ ପିଇବା ପାଇଁ ପାନୀୟ ଜଳ ଥିଲା କିନ୍ତୁ ଗ୍ଲାସ୍ ନଥିଲା, ବିଦ୍ୟୁତ କି ଜେନେରେଟର ବ୍ୟବସ୍ଥା ନଥିଲା, ହୁଇଲ ଚେୟାର ମଧ୍ୟ ନଥିଲା ଏବଂ ବିଦ୍ୟୁତ ନଥିବାରୁ ଡାକ୍ତରମାନେ କେମିତି ପରୀକ୍ଷା କଲେ ଏବଂ ଭଲ ଭାବେ ପରୀକ୍ଷା ନହେବାରୁ ଡାକ୍ତର ମାନେ ଭିନ୍ନକ୍ଷମ ମାନଙ୍କୁ ବାରିପଦାକୁ ଯିବାକୁ କହୁଛନ୍ତି। ତେବେ ଗୋଟିଏ ପଟେ ସରକାର ଭିନ୍ନକ୍ଷମମାନଙ୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଶିବିର ଆୟୋଜିତ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଉକ୍ତ ସ୍ଥାନରେ ଅନୁପସ୍ଥିତ ରହିବା ଲୋକଙ୍କୁ ଅସନ୍ତୋଷ କରିଛି। 

ଏଭଳି କ୍ଷେତ୍ରରେ ଉକ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରତିକ୍ରିୟା ମାଗିବାରୁ ସନ୍ତୋଷଜନକ ଉତ୍ତର ରଖିନଥିଲେ। ଉକ୍ତ ଶିବିରରେ ମୋଟ ୩୬୯ ଜଣ ଦିବ୍ୟଜ୍ଞ ଆସିଥିବା ବେଳେ ୨୦୧ ଜଣଙ୍କୁ ପ୍ରମାଣ ପତ୍ର ମିଳିଥିବା ବେଳେ ଅନ୍ୟ ମାନଙ୍କୁ ବାରିପଦାରେ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ବିଦ୍ୟୁତ ନଥିବା ଯୋଗୁଁ ୩୮ ଡିଗ୍ରୀ ଉତ୍ତାପରେ ଛୋଟୋପୋଟ ହେଲେ ଦିବ୍ୟାଜ୍ଞ। ତେବେ କାହା ଅବହେଳା ପାଇଁ ଏମିତି ହେଲା ବୋଲି ପ୍ରଶ୍ନ ଉଠୁଛି?

Health | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe