ନକ୍ସଲ ପ୍ରଭାବିତ ଅଞ୍ଚଳରେ ଜନସଂପର୍କ ଓ ମାଗଣା ସ୍ବାସ୍ଥ୍ୟ ଶିବିର

ସୀମାନ୍ତ ଛତିଶଗଡର ସୁକମା ରେଞ୍ଜ ସେକ୍ଟର ସିଆରପିଏଫ ଇନ୍ସପେକ୍ଟର ଜେନେରାଲ ରାଜେଶ ଅଗ୍ରୱାଲ ଏବଂ ଡେପୁଟି ଇନ୍ସପେକ୍ଟର ଜେନେରାଲ ଆନନ୍ଦ ସିଂ ରାଜପୁରୋହିତଙ୍କ ନେତୃତ୍ବରେ ନକ୍ସଳ ପ୍ରଭାବିତ ସୁକମାରେ ଜନସଂପର୍କ ଶିବିରର ଆୟୋଜନ ହୋଇଛି।

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ରେଞ୍ଜ ସେକ୍ଟର ସିଆରପିଏଫ ଇନ୍ସପେକ୍ଟର ଜେନେରାଲ ରାଜେଶ ଅଗ୍ରୱାଲ ଏବଂ ଡେପୁଟି ଇନ୍ସପେକ୍ଟର ଜେନେରାଲ ଆନନ୍ଦ ସିଂ ରାଜପୁରୋହିତ ଏବଂ ସେକ୍ଟର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଏନ କେ ସିଂଙ୍କ ମାର୍ଗ ଦର୍ଶନରେ ଏବଂ କମାଣ୍ଡାଣ୍ଟ ରତନକାନ୍ତ ବେହେରା ଏବଂ ଡେପୁଟି କମାଣ୍ଡାଣ୍ଟ ଟି ସାମସନ୍ ରାଜୁ, ଆର.ଆର ଚୌଧୁରୀ ଏବଂ ଅଶ୍ୱାନୀ କୁମା, ରାକେଶ କୁମାର ଠାକୁର ଏବଂ ସହାୟକ କମାଣ୍ଡାଣ୍ଟ ସାରଙ୍ଗ ସାହେବ୍ରୋଙ୍କ ନେତୃତ୍ୱରେ ସିଆରପିଏଫ ଏ,ବି,ସି ଏବଂ ଇ ଦ୍ବିତୀୟ ସିଆରପିଏଫ ବାଟାଲିୟନ ଦ୍ୱାରା ଜନ ସଂପର୍କ ଶିବିର ଏବଂ ମାଗଣା ମେଡିକାଲ କ୍ୟାମ୍ପ ଆୟୋଜିତ ହୋଇଥିଲା। 

publive-image

ଏହା ନକ୍ସଲ ପ୍ରଭାବିତ ଅଞ୍ଚଳର ସୁକମା ଜିଲ୍ଲାର କହେର ଦୁଲେର ଗ୍ରାମରେ କରାଯାଇଥିଲା। ଏହି ଜନସଂପର୍କ ଶିବିରରେ ୫୦୦ରୁ ଉର୍ଦ୍ଧ୍ବ ଆଦିବାସୀ ଯୁବକ, ବାଳିକା, ପୁରୁଷ, ମହିଳା ଏବଂ ଶିଶୁ କହେର ଦୁଲେର ଏବଂ ଏହାର ଆଖପାଖ ଗାଁ ଯଥା କଡତୀ ପାରା, ମଡପେ ପାରା, ପାଟା ଡୁଲେର୍, ମଡପେ ଡୁଲର୍, ମାରକନଗୁଡା, ମେଟାଗୁଡା ଭଳି ବହୁ ଗ୍ରାମର ଲୋକେ ଏହାର ସୁଯୋଗ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ସାଇକେଲ, ଟିଭି, କମ୍ବଳ, ପାଣି ଟାଙ୍କି, ସୋଲାର ଲ୍ୟାଣ୍ଡେନ, ଫାଉଡ଼ା, ଗେନ୍ତି, ହାଣ୍ଡି, ଡେକଚା, ଇସ୍ପାତ ପ୍ଲେଟ, ଷ୍ଟିଲ ଗ୍ଲାସ, ସାର୍, ଲୁଙ୍ଗି, ଗାମୁଛା, ଚପଲ, ପିଲାମାନଙ୍କର ସ୍କୁଲ ବ୍ୟାଗ, ସ୍କୁଲ ଡ୍ରେସ, ନୋଟବୁକ୍, ଚିତ୍ରାଙ୍କନ ଉପକରଣ, କ୍ରିକେଟ୍ କିଟ୍, ଭଲିବଲ୍ କିଟ୍ ଏବଂ ଫୁଟବଲ୍ କିଟ୍ ଇତ୍ୟାଦି ଜିନିଷ ବଣ୍ଟନ କରାଯାଇଥିଲା।

ଜନସଂପର୍କ ଶିବିରରେ ଗ୍ରାମବାସୀଙ୍କ ପାଇଁ ଏକ ସନ୍ତୁଳିତ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଅଭାବୀ ଲୋକଙ୍କୁ ଘରୋଇ ସାମଗ୍ରୀ ବଣ୍ଟନ କରିବା ଏବଂ ପିଲାମାନଙ୍କୁ ଶିକ୍ଷା, ଲେଖା ଏବଂ କ୍ରୀଡା ଉପକରଣ ଯୋଗାଇବା ଏବଂ ସେମାନଙ୍କୁ କୃଷି ଉପକରଣ ଯୋଗାଇ ସାଧାରଣ ଲୋକଙ୍କ ଆୟ ବୃଦ୍ଧି କରିବା ଏବଂ ସେମାନଙ୍କୁ କୃଷି କାର୍ଯ୍ୟ ପାଇଁ ଉତ୍ସାହିତ କରିବା ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସଂଯୋଗ କରିବା ତଥା ସେମାନଙ୍କୁ ସଚେତନ କରାଇବା। ଶେଷରେ କମାଣ୍ଡାଣ୍ଟ ରତିକାନ୍ତ ବେହେରା ଏହି କାର୍ଯ୍ୟକ୍ମରରେ ଅଂଶଗ୍ରହଣ କରିଥିବା ସମସ୍ତ ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe