‘ମସ୍ତିଷ୍କ ହେଉଛି ଶରୀରର କମାଣ୍ଡ୍‌ ଓ ସମନ୍ବିତ କେନ୍ଦ୍ର’

Advertisment

ଆପୋଲୋ ହସପିଟାଲ ପକ୍ଷରୁ ବିଶ୍ବ ମସ୍ତିଷ୍କ ଦିବସ ପାଳିତ ହୋଇଯାଇଛି। ହସପିଟାଲର ବିଶେଷଜ୍ଞ ଡାକ୍ତର ଚଳିତବର୍ଷର ବିଷୟବସ୍ତୁ ‘ସବୁ ବୟସର ଲୋକଙ୍କ ପାଇଁ ମସ୍ତିଷ୍କ ସ୍ୱାସ୍ଥ୍ୟ’ ଉପରେ ବିସ୍ତୃତ ଆଲୋକପାତ କରିଥିଲେ।

ଆପୋଲୋ ହସପିଟାଲ ପକ୍ଷରୁ ବିଶ୍ବ ମସ୍ତିଷ୍କ ଦିବସ ପାଳିତ ହୋଇଯାଇଛି। ହସପିଟାଲର ବିଶେଷଜ୍ଞ ଡାକ୍ତର ଚଳିତବର୍ଷର ବିଷୟବସ୍ତୁ ‘ସବୁ ବୟସର ଲୋକଙ୍କ ପାଇଁ ମସ୍ତିଷ୍କ ସ୍ୱାସ୍ଥ୍ୟ’ ଉପରେ ବିସ୍ତୃତ ଆଲୋକପାତ କରିଥିଲେ।

4fcc2760-b107-4526-9b62-0dd88fb532f8

ରାଉରକେଲା: ଆପୋଲୋ ହସପିଟାଲ ପକ୍ଷରୁ ବିଶ୍ବ ମସ୍ତିଷ୍କ ଦିବସ ପାଳିତ ହୋଇଯାଇଛି। ହସପିଟାଲର ବିଶେଷଜ୍ଞ ଡାକ୍ତର ଚଳିତବର୍ଷର ବିଷୟବସ୍ତୁ ‘ସବୁ ବୟସର ଲୋକଙ୍କ ପାଇଁ ମସ୍ତିଷ୍କ ସ୍ୱାସ୍ଥ୍ୟ’ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସ୍ନାୟୁ ବିଶେଷଜ୍ଞ ଡା. ଦୀପ୍ତିରଞ୍ଜନ ତ୍ରିପାଠୀ, ଡା. ଆୟୁଷ୍ମାନ ଶତପଥୀ, ଡା. ଅଖିଳ ନନ୍ଦ ଓ ‌‌ରେଡିଓଲୋଜିଷ୍ଟ ଡା. ସତ୍ୟକାମ ମିଶ୍ର ପ୍ରମୁଖ ଦିବସ ପାଳନର ଆବଶ୍ୟକତା ଓ ଗୁରୁତ୍ବ ଉପରେ କହିଥିଲେ। ଆଲୋଚନା କହିଥିଲେ ଯେ, ପ୍ରାୟ ସମୟରେ ଆମେ ମୁଣ୍ଡ ଆଘାତକୁ ଅଣଦେଖା କରିଥାଉ। ଯାହାକି ପରବର୍ତ୍ତୀ ସମୟରେ ବିପଦକୁ ଆମନ୍ତ୍ରଣ କରିଥାଏ।

ମସ୍ତିଷ୍କ ହେଉଛି ମଣିଷ ଶରୀରର କମାଣ୍ଡ୍‌ ଓ ସମନ୍ବିତ କେନ୍ଦ୍ର। ମସ୍କିଷ୍କର ଅସଂଖ୍ୟ କାର୍ଯ୍ୟକାରିତା ରହିଛି। ସେ ସବୁ ବିଷୟରେ ଆମେ ଏ ପର୍ଯ୍ୟନ୍ତ ଅଜ୍ଞ। ବାସ୍ତବରେ ମସ୍ତିଷ୍କ ସ୍ବାସ୍ଥ୍ୟ ହେଉଛି ଏଭଳି ଏକ ପ୍ରସଙ୍ଗ, ଯାହାର ପ୍ରକୃତ ସଜ୍ଞା ଏଯାଏ ବାହାରିପାରିନି। କିନ୍ତୁ ମସ୍ତିଷ୍କର ସର୍ବାଧିକ ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଛୁଆଟିଏ ମା’ ପେଟରେ ଥିବାଠାରୁ ବୃଦ୍ଧ ହେବା ପର୍ଯ୍ୟନ୍ତ, ସବୁବେଳେ ଏହାର ଉପଯୁକ୍ତ ଯତ୍ନ ନିଆଯିବା ଉଚିତ।

ଶରୀରର ଅନ୍ୟ କୌଣସି କୋଷ କ୍ଷତି ହେଲେ ତାକୁ ପୁନର୍ଜୀବିତ କରାଯାଇପାରିବ। କିନ୍ତୁ ମସ୍ତିଷ୍କର ସ୍ନାୟୁକୋଷ ମଲେ, ତାକୁ ବଞ୍ଚାଇ ହୁଏନି। ଏଣୁ ମସ୍ତିଷ୍କ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ରହୁ। ନିଦ ଓ ମସ୍ତିଷ୍କ ସ୍ବାସ୍ଥ୍ୟର ସଂପର୍କ ବିଷୟରେ କହିଲେ, ଆଜିକାଲି ଟିଭି, ମୋବାଇଲ୍‌, ମ୍ୟୁଜିକ୍‌ ଆଦି ବିଭିନ୍ନ କାରଣରୁ ନିଦ ପ୍ରଭାବିତ ହେଉଛି। ଏଥିପ୍ରତି ସଜାଗ ରହିବା ଜରୁରୀ। ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ରହୁ। ଜୀବନଶୈଳୀରେ ପରିବର୍ତ୍ତନ ହିଁ ସ୍ବଳ୍ପ ନିଦ ନିରାକରଣର ପ୍ରମୁଖ ଅସ୍ତ୍ର। ମସ୍ତିଷ୍କର ମଧ୍ୟ ବ୍ୟାୟାମ ହେବା ଉଚିତ। 

ମସ୍ତିଷ୍କାଘାତ ବିଷୟରେ କହିଲେ, ଏହାର ସାମାନ୍ୟ ଲକ୍ଷଣ ଦେଖାଯିବାମାତ୍ରେ କାଳବିଳମ୍ବ ନ କରି ଡାକ୍ତରଖାନାକୁ ଆଣନ୍ତୁ। ବିଭିନ୍ନ ସମୟରେ ଲକ୍ଷଣ ଦେଖାଯିବା ସତ୍ତ୍ବେ ଅଣଦେଖା କରାଯାଇଥାଏ। ଯଦ୍ବାରା ଧନଜୀବନହାନି ଘଟିଥାଏ। ଏ ଦିଗରେ ସଚେତନ ହୋଇ ଏଡାକୁ ପ୍ରାଥମିକତା ଦିଅନ୍ତୁ। ଯଦ୍ବାରା କୌଣସି ପ୍ରକାର ଅଘଟଣକୁ ଏଡ଼ାଇ ଦିଆଯାଇପାରିବ। ଦ୍ବିତୀୟ ଅଧିବେଶନରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ବ୍ୟକ୍ତିବିଶେଷ ସ୍ବାସ୍ଥ୍ୟ ସଂପର୍କିତ ବିଭିନ୍ନ ପ୍ରଶ୍ନ କରିଥିବାବେଳେ ବିଶେଷଜ୍ଞ ଡାକ୍ତରମାନେ ବିସ୍ତୃତଭାବେ ବୁଝାଇଥିଲେ। ହସପିଟାଲର ମାର୍କେଟିଂ ବିଭାଗ ମୁଖ୍ୟ ଡିଜିଏମ୍‌ ସିଦ୍ଧାର୍ଥ ନନ୍ଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ନେହା ସରକାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Business

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe