ଶିରିଗିଡ଼ା ଗ୍ରାମରେ ଡାଇରିଆ: ଗ୍ରାମରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ

Advertisment

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଶିରିଗିଡ଼ା ଗ୍ରାମରେ ଡାଇରିଆ ବ୍ୟାପିଥିବା ଜଣାପଡ଼ିଛି। ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଗୋଡ଼ିବନ୍ଧ ସ୍ବାସ୍ଥ୍ର କେନ୍ଦ୍ରକୁ ୪/୫ ଜଣ ରୋଗୀ ଆସିଥିଲେ। ଏବଂ ଆଉ କିଛି ରୋଗୀ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ।

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଶିରିଗିଡ଼ା ଗ୍ରାମରେ ଡାଇରିଆ ବ୍ୟାପିଥିବା ଜଣାପଡ଼ିଛି। ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଗୋଡ଼ିବନ୍ଧ ସ୍ବାସ୍ଥ୍ର କେନ୍ଦ୍ରକୁ ୪/୫ ଜଣ ରୋଗୀ ଆସିଥିଲେ। ଏବଂ ଆଉ କିଛି ରୋଗୀ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ।

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଶିରିଗିଡ଼ା ଗ୍ରାମରେ ଡାଇରିଆ ବ୍ୟାପିଥିବା ଜଣାପଡ଼ିଛି। ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଗୋଡ଼ିବନ୍ଧ ସ୍ବାସ୍ଥ୍ର କେନ୍ଦ୍ରକୁ ୪/୫ ଜଣ ରୋଗୀ ଆସିଥିଲେ। ଏବଂ ଆଉ କିଛି ରୋଗୀ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ। ଯାହାକୁ ନେଇ ଗୋଡ଼ିବନ୍ଧ ଏବଂ ତାଳଚେର ଉପଖଣ୍ଡ ଚିକିତ୍ସାଳୟର ଅଧିକାରୀ ସନ୍ଦେହ କରିଥିଲେ ଏବଂ ଏହାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲେ। 

publive-image

ଆଜି ଏହି ଘଟଣାକୁ ଗୁରୁତର ସହ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନେଇଥିଲା। ଯାହାକି ଗୋଡ଼ିବନ୍ଧ ସ୍ବାସ୍ଥ୍ୟ ଅଧିକାରୀ ଏବଂ ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ଡାକ୍ତର ଶିରିଗିଡ଼ା ଗ୍ରାମରେ ପହଞ୍ଚିଥିଲେ। ଏବଂ ଗ୍ରାମରେ ସମସ୍ତ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ରୋଗୀମାନଙ୍କୁ ଔଷଧ ଖାଇବାକୁ ଦେଇଥିଲେ। ଏଥି ସହିତ ଗ୍ରାମରେ ଥିବା ପ୍ରାୟ ୫୦/୬୦ ଖୋଲା କୂପକୁ ବିଶୋଧନ କରାଇଥିବା ଜଣା ପଡ଼ିଛି।

ଏ ନେଇ ତାଳଚେର ଗୋଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ସମ୍ବିତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଗତକାଲି ଶିରିଗିଡ଼ା ଗ୍ରାମରୁ କିଛି ଡାଇରିଆ ରୋଗୀ ଚିକିତ୍ସାଳୟକୁ ଆସିଥିଲେ। ଯାହାକୁ ଆମେ ସନ୍ଦେହ କରି ଆଜି ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ଚିକିତ୍ସା କରିବା ସହିତ ଔଷଧ ଖାଇବାକୁ ଦେଇଛୁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe