ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକାରୀ ହୋଇପାରୁନି ସ୍ବାସ୍ଥ୍ୟ ସେବା ଓ ଯୋଜନା!

ଗତ ମାର୍ଚ୍ଚ ୧୦ ତାରିଖରୁ ମାଲକାନଗିରି ଜିଲ୍ଲାର ଜାତୀୟ ସ୍ଵାସ୍ଥ୍ୟ ମିସନରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ଭୁବନେଶ୍ୱରର ଲୋୟାର ପି ଏମ ଜି ଛକରେ ଜନସ୍ୱାସ୍ଥ୍ୟ ପରିଚାଳନା ପଦବି ଏବଂ ସ୍ଥାୟୀକରଣ ନେଇ ଆନ୍ଦୋଳନ ଜାରି ରଖିଛନ୍ତି।

NRHM workers strike

NRHM workers strike Photograph: (sambad.in)

ମାଲକାନଗିରି: ଗତ ମାର୍ଚ୍ଚ ୧୦ ତାରିଖରୁ ମାଲକାନଗିରି ଜିଲ୍ଲାର ଜାତୀୟ ସ୍ଵାସ୍ଥ୍ୟ ମିସନରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ମିସନ ପରିଚାଳନା କମିଟିର ସଭାପତି ବିକାଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ସଦର ଏବଂ ବ୍ଲକରେ କାର୍ଯ୍ୟ ରତ ୮୯ କର୍ମଚାରୀ କାର୍ଯ୍ୟ ବନ୍ଦ କରି ଭୁବନେଶ୍ୱରର ଲୋୟାର ପି ଏମ ଜି ଛକରେ ଜନସ୍ୱାସ୍ଥ୍ୟ ପରିଚାଳନା ପଦବି ଏବଂ ସ୍ଥାୟୀକରଣ ଇତ୍ୟାଦି ଦୁଇ ଦଫା ଦାବି ନେଇ ରାଜରାସ୍ତାରେ ଗଣଧାରଣାରେ ବସିଛନ୍ତି।

ରଙ୍ଗର ପର୍ବ ହୋଲିକୁ ମଧ୍ୟ ବର୍ଜନ କରି ରାଜରାସ୍ତାରେ କର୍ମଚାରୀମାନେ ନିଜର ଦାବି ପୂରଣ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି। ଦୀର୍ଘ ୨୦ ବର୍ଷ ଧରି ନିଜର କରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ବିଭିନ୍ନ୍ନ ଯୋଜନାରେ ପୁରସ୍କାର ପାଇ ମଧ୍ୟ ଏଯାବତ ସରକାର ଏମାନଙ୍କର କୌଣସି ଦାବିକୁ କର୍ଣ୍ଣପାତ କରୁନାହାନ୍ତି।

ଜିଲ୍ଲା ସଦର ଏବଂ ବ୍ଲକରେ କାର୍ଯ୍ୟରତ ୮୯ କର୍ମଚାରୀ କାର୍ଯ୍ୟ ବନ୍ଦ କରି ଭୁବନେଶ୍ୱରର ଲୋୟାର ପି ଏମ ଜି ଛକରେ ଜନସ୍ୱାସ୍ଥ୍ୟ ପରିଚାଳନା ପଦବି ଏବଂ ସ୍ଥାୟୀକରଣ ନେଇ ରାଜରାସ୍ତାରେ ଗଣଧାରଣାରେ ବସିଛନ୍ତି।

ପ୍ରକାଶ ଥାଉ କି ଏହି ଠିକା କର୍ମଚାରୀମାନେ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଯଥା ମାତୃ ଏବଂ ଶିଶୁ ମୃତ୍ୟ ହାର ହ୍ରାସ, ଜନନୀ ଶିଶୁ ସୁରକ୍ଷା ଯୋଜନା, ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ, ଯକ୍ଷ୍ମା,କୁଷ୍ଠ ମ୍ୟାଲେରିଆ, ଫାଇଲେରିଆ ରୋଗର ନିରାକରଣ ପରିଚାଳନା, ମାନସିକ ରୋଗ, ଅଣସଂକ୍ରମକ ରୋଗର ପରିଚାଳନା, ଆଉଟ ବ୍ରେକ ପରିଚାଳନା,ଦୈନଦିନ ଚିକିତ୍ସାଳୟ ପରିଚାଳନା,ରୋଗୀ ପରାମର୍ଶ, ଆଶା ପୈଠ ଇତ୍ୟାଦି ସେବାରେ ଲିପ୍ତ ରହିଛନ୍ତି। 

ତଏବ ଆନ୍ଦୋଳନ ଯୋଗୁଁ ଉକ୍ତ କାର୍ଯ୍ୟ ସହିତ ଭାରତ ସରକାରଙ୍କ ୧୦୦ ଦିନର ଯକ୍ଷ୍ମା ନିୟନ୍ତ୍ରଣ କମ୍ପେନ,୪୦ ଦିନର ଅଣସଂକ୍ରମକ ରୋଗ ଚିହ୍ନଟ ଏବଂ ପରିଚାଳନା,ଆୟୁଷ୍ମାନ ଭାରତ ବୀମା କାର୍ଡ ବଣ୍ଟନ,ସିକେଲ ସେଲ ରୋଗର ପରିଚାଳନା, ଅଂଶୁଘାତ ପରିଚାଳନା,ସମସ୍ତ ପୋର୍ଟାଲ ରିପୋର୍ଟିଂ ବାଧାପ୍ରାପ୍ତ ହେଉଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ସଭାପତି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି।

Malkangiri | Health

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe