କଟକ/ଭୁବନେଶ୍ବର: ପୁଲିସ ଏସଆଇ କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟି ଓ ସୁରେଶର ନାୟକଙ୍କ ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ମାମଲାରେ ଆଜି ହିଁ ଶୁଣାଣି ହେବ। ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ ହୋଇଥିବା ବେଳେ ଆଜି କୋର୍ଟ ଏହାର ଶୁଣାଣି କରିବେ । ଜେରା ବେଳେ ଉଭୟ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ ସତ କହୁନଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି ।
ସିନେମା ଶୈଳୀରେ ଶଙ୍କର ପୃଷ୍ଟିକୁ ଧରାଯାଇଥିଲା
ସୂଚନାଯୋଗ୍ୟ, ଓଡ଼ିଶା ପୁଲିସ ଏସ୍ଆଇ କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି(୩୨)କୁ ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କରାଯାଇଥିଲା। ତାଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ପୁଲିସ୍ ତାର ଫର୍ଚୁନର୍ କାର୍ (ଓଡି୦୭ ଏୟୁ ୯୭୭) ଓ ଦୁଇଟି ମୋବାଇଲ୍ ଜବତ କରିଛି। ଏହାଛଡ଼ା ତାର ପାସପୋର୍ଟ ବି ଜବତ କରାଯାଇଛି। ବାରମ୍ବାର ନିଜର ଲୋକେସନ୍ ବଦଳାଉଥିଲା ଶଙ୍କର ପୃଷ୍ଟି। ଡିଏସ୍ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ସିନେମା ଶୈଳୀରେ ଶଙ୍କର ପୃଷ୍ଟିକୁ ଧରାଯାଇଥିଲା।
ଆହୁରି ପଢ଼ନ୍ତୁ: Dead Body woman Rescued: ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପୁଅ ଆଣିଲେ ହତ୍ୟା ଅଭିଯୋଗ
ଗାଜିଆବାଦରେ ଥିବା ଶଙ୍କରର ଘରେ କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ ଚଢ଼ଉ କରିଥିବା ବେଳେ ସେ ସେଠାରୁ ନେପାଳ ଫେରାର ହୋଇ ଯାଇଥିଲା। ଗାଜିଆବାଦ ଘରେ ସ୍ତ୍ରୀ ଓ ପିଲାଙ୍କୁ ରଖିଥିଲା ଶଙ୍କର। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା।ଡିଏସ୍ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାକୁ ନେପାଳ ସୀମାରୁ କାବୁ କରିଥିଲେ। ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଗାଜିଆବାଦରୁ ଗୋଟିଏ ଫର୍ଚୁନର୍ ଗାଡ଼ି ଜବତ କରାଯାଇଥିଲା। ସେଠାରେ ଶଙ୍କରର ପତ୍ନୀ ଓ ପିଲାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରୁଥିବା ବେଳେ ଅନ୍ୟ ଏକ ଟିମ୍ ଶଙ୍କରକୁ ଧରି ଓଡ଼ିଶା ଆସିଥିଲେ। ଶଙ୍କରର ଦୁଇ ପ୍ରମୁଖ ସହଯୋଗୀ ମୁନା ମହାନ୍ତି ଏବଂ ଅରବିନ୍ଦ ଦାସ ଗିରଫ ହୋଇଛନ୍ତି। ଏଥିସହ କେଳେଙ୍କାରୀ ଧରାପଡ଼ିବା ପରେ ଆଇନଗତ ଏବଂ ଅନ୍ୟ ସହାୟତା କରିଥିବା ଶ୍ରୀକାନ୍ତ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ ସାହୁ ଓ ଅଭିମନ୍ୟୁ ଦୋରାଙ୍କ ମଧ୍ୟ ଗିରଫ କରାଯାଇଛି । ତେଣେ ଏହି ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସୁରେଶ ନାୟକକୁ ପୁଲିସ ବାନ୍ଧିଥିଲା।
ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’
ସହଯୋଗ କରୁନାହାନ୍ତି ଶଙ୍କର ପୃଷ୍ଟି ଓ ସୁରେଶ ନାୟକ
ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କୁ ଗତ ୪ ତାରିଖରେ କୋର୍ଟ ଚାଲାଣ କରାଯାଇଥିଲା । ଶଙ୍କର ପୃଷ୍ଟି ଓ ସୁରେଶ ନାୟକ ଏସ୍ଆଇ କେଳେଙ୍କାରୀର ମାଷ୍ଟର ମାଇଣ୍ଡ। ଗିରଫ ହେବା ଦିନ ଏୟାରପୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଇଥିଲା ଶଙ୍କର । ହଜାରେ କୋଟିର କେଳେଙ୍କାରୀ ଖୋଲିବାକୁ କହିଥିଲା। ମାତ୍ର ତଦନ୍ତ ବେଳେ କିଛି ସହଯୋଗ କରୁନଥିବା କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି। ଯାହାକୁ ନେଇ ତାର ପଲିଗ୍ରାଫ ଟେଷ୍ଟ ନେଇ ଆବେଦନ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/10/s-s-2025-11-10-12-08-40.png)