ପାଣିପାଗ ବିଭାଗର ଚେତାବନୀ: ୪୪ଡିଗ୍ରି ଟପିପାରେ ରାଜ୍ୟର ତାପମାତ୍ରା

Advertisment

କିଛି ଦିନ ହେଲା ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସାରା ଓଡ଼ିଶା ଆହୁରି ଜଳିବ ବୋଲି ଆକଳନ କରାଯାଉଛି। ଅସମ୍ଭାଳ ତାତି ଓ ଅସହ୍ୟ ଗୁଳୁଗୁଳିକୁ ନେଇ ପାଣିପାଗ ବିଭାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି କରିଛି।

Updated On

କିଛି ଦିନ ହେଲା ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସାରା ଓଡ଼ିଶା ଆହୁରି ଜଳିବ ବୋଲି ଆକଳନ କରାଯାଉଛି। ଅସମ୍ଭାଳ ତାତି ଓ ଅସହ୍ୟ ଗୁଳୁଗୁଳିକୁ ନେଇ ପାଣିପାଗ ବିଭାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି କରିଛି।

ଅଦ୍ୟତନ ହୋଇଛି
weather

weather Photograph: (sambad.in)

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ହେଲା ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସାରା ଓଡ଼ିଶା ଆହୁରି ଜଳିବ ବୋଲି ଆକଳନ କରାଯାଉଛି। ଅସମ୍ଭାଳ ତାତି ଓ ଅସହ୍ୟ ଗୁଳୁଗୁଳିକୁ ନେଇ ପାଣିପାଗ ବିଭାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି କରିଛି। ଆଗାମୀ ୩ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରି ତାପମାତ୍ରା ବଢ଼ିବାର ସମ୍ଭାବନା ଥିବା ବେଳେ ତାପମାତ୍ରା ୪୪ ଡିଗ୍ରି ଟପିପାରେ।

ଏହି ଖବର ପଢ଼ନ୍ତୁ: ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ

ପାଣିପାଗ ବୈଜ୍ଞାନିକ ସଂଜୀବ ଦ୍ବିବେଦୀ କହିଛନ୍ତି, ବିଭାଗ ୧୩ରୁ ୧୫ ତାରିଖ ୩ ଦିନ ପାଇଁ  ହିଟ ୱେଭି ବା ଗ୍ରୀଷ୍ମ ପ୍ରବାହ ଜାରି କରିଛି। ୧୩ ତାରିଖରେ ଉପକୂଳ ଓଡିଶା ଓ ତାର ପାଶ୍ୱବର୍ତୀ ୯ ଜିଲ୍ଳାକୁ ହିଟ ୱେଭ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି। ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡ଼ିଶାର ୧୧ ଜିଲ୍ଲା ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ।

ସେହିପର ଆସନ୍ତାକାଲି ଉପକୂଳ ଓଡ଼ିଶାର ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜକେନ୍ଦୁଝର ଏହି ୧୩ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ୧୪ ତାରିଖରେ ୧୩ ଓ ୧୫ ତାରିଖରେ ୧୪ ଜିଲ୍ଲାକୁ ହିଟ ୱେଭ ସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି। 

ଅନ୍ୟପଟେ ଗତ ୨୪ ଘଂଟାରେ ରାଜ୍ୟରେ ପ୍ରବଳ ଗରମ ସହ କାଁଭାଁ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ସର୍ବାଧିକ  ୪୩.୨  ଡିଗ୍ରି  ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ା-ହୀରାକୁଦରେରେ ୪୧.୬, ରାଉରକେଲାରେ ୪୦.୪, ଚାନ୍ଦବାଲିରେ ୩୯.୭ ଓ ବାଲେଶ୍ବରରେ ମଧ୍ୟ ୩୯.୭ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। 

Weather | IMD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe