ପାଣିପାଗ: ଜୁନ୍ ୧ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଙ୍ଗ୍‌ ଜାରି

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗ ‌ଏନେଇ ଅରେଞ୍ଜ ୱାର୍ଣ୍ଣିଙ୍ଗ୍‌ ଜାରି କରିଛି।

Heavy Rain

Heavy Rain Photograph: (sambad.in )

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗ ‌ଏନେଇ ଅରେଞ୍ଜ ୱାର୍ଣ୍ଣିଙ୍ଗ୍‌ ଜାରି କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆଗାମୀ ପାଞ୍ଚ ଦିନ ଯାଏଁ ଓଡ଼ିଶାରେ ଅନେକ ଜାଗାରେ ବର୍ଷା ଲାଗି ରହିବ। ତେଣୁ ଆଗାମୀ ତିନି ଦିନ ପ୍ରଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଗଭୀର ସମୁଦ୍ର ଭିତରକୁ ନଯିବା ପାଇଁ ସେମାନଙ୍କୁ ବାରଣ କରାଯାଇଛି। ଏଥି ସହିତ ଆଗାମୀ ତିନିଦିନ ପାଇଁ ରାଜ୍ୟରେ ଅନେକ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଙ୍ଗ୍‌ ଜାରି କରାଯାଇଛି। 

ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା ଜୁନ ୧ ଯାଏଁ ସାରା ରାଜ୍ୟରେ ବଜ୍ରପାତ ଓ ବର୍ଷା ନେଇ ଆକଳନ କରିଛି। ଆଜି ୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବର୍ଷା ପୂର୍ବରୁ ପ୍ରତିଷେଧକ ପଦକ୍ଷେପ ନେବାକୁ ଏଥିରେ ପରାମର୍ଶ ଦିଆଯାଇଛି।  

  • ଅରେଞ୍ଜ, ୟେଲୋ ୱାର୍ଣ୍ଣିଂ ଥିଲେ ବେଶୀ ସତର୍କ
  • ପ୍ରାଶାସନିକ ପ୍ରସ୍ତୁତିକୁ ଅଧିକ ଫୋକସ୍‌ କର
  • ପାଣିପାଗ ଉପରେ ନଜର ରଖିବାକୁ ପରାମର୍ଶ
  • ଘଡ଼ଘଡ଼ି, ବିଜୁଳି ମାରିଲେ ଘରେ ରୁହନ୍ତୁ
  • ବର୍ଷା ସମୟରେ ବାହାରକୁ ଯାଆନ୍ତୁ ନାହିଁ
  • ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଆନ୍ତୁନି
  • ବର୍ଷାଜନିତ କ୍ଷୟକ୍ଷତି ହେଲେ ଆକଳନ କର
  • ବଜ୍ରାଘାତଜନିତ କ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ସକାଳୁ ପାରାଦ୍ୱୀପରେ ଅଧିକ ବର୍ଷା ରେକର୍ଡ ହେଇଛି। ପାଗ ପୁରା ଅନୁକୂଳ ରହିଛି। ଦୁଇ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଆଶା କରାଯାଉଛି। 

Weather | IMD | Manorama Mohanty

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe