ଧାମରା: ବାତ୍ୟା ‘ଦାନା’ର ପ୍ରଭାବରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଏଣେ ଧାମରା ମୁହାଣରେ ଟି ଟ୍ରଲର୍ ଓ ଗୋଟିଏ ଡଙ୍ଗା ଫସିରହିଥିବାର ସୂଚନା ମିଳୁଛି। ଉଭୟ ଟ୍ରଲର୍ ପଶ୍ଚିମବଙ୍ଗର ବୋଲି କୁହାଯାଉଛି। ତେବେ ବାତ୍ୟା ପରର ସ୍ଥିତିକୁ ନେଇ ସଜାଗ ରହିଛି ପ୍ରଶାସନ। ତେଣେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି।
ଏଣେ ବାତ୍ୟା ‘ଦାନା’ ଦ୍ବାରା ପ୍ରଭାବିତ ୧୧ଟି ଜିଲ୍ଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାପାଳଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଲୋଚନା କରିଛନ୍ତି। ପୂର୍ବାହ୍ନରେ ପୁଣି ସ୍ଥିତିର ସମୀକ୍ଷା କରିବେ। ଲୋକଙ୍କୁ ଆଶ୍ବାସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଯେଉଁ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ନେଇ ବାତ୍ୟା ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିଲେ ତାହା ଶତ ପ୍ରତିଶତ କାର୍ଯ୍ୟକାରୀ କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ମିଳିତ ପ୍ରୟାସରେ ଆମେ ସମସ୍ତେ ମିଶି ଏ ବାତ୍ୟାର ସଫଳ ମୁକାବିଲା କରିପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Follow Us