ମାଲକାନଗିରିରେ ଲଗାଣ ବର୍ଷା ଜାରି; କାଲିମେଳାରୁ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି ଜିଲ୍ଲାରେ କିଛିଦିନ ହେଲା ବର୍ଷା ଜାରି ରହିଛି। କାଲିମେଳା ବ୍ଲକରେ ଥିବା କନ୍ୟାଶ୍ରମ ‌ପୋଲ ଉପରେ ୨ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି। ପୋଲଉପରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପଡ଼ିଆ ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Kalimela

କାଲିମେଳା: ମାଲକାନଗିରି ଜିଲ୍ଲାରେ ବିଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। କାଲିମେଲା ଅଞ୍ଚଳରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କନ୍ୟାଶ୍ରମ ପୋଲ ଉପରେ ଶୁକ୍ରବାର ଦିନ ପାଣି ପ୍ରବାହିତ ହେଉଛି। ଧୀରେଧୀରେ ବନ୍ୟା ଜଳସ୍ତର ବଢୁ ଥିବା ବେଳେ ଅପରାହ୍ଣ ସାଢ଼େ ୩ଟାରେ ପୋଲ ଉପରେ ୨ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି।

କନ୍ୟାଶ୍ରମ ପୋଲ ଉପରେ ଶୁକ୍ରବାର ଦିନ ପାଣି ପ୍ରବାହିତ ହେଉଛି। ଧୀରେଧୀରେ ବନ୍ୟା ଜଳସ୍ତର ବଢୁ ଥିବା ବେଳେ ଅପରାହ୍ଣ ସାଢ଼େ ୩ଟାରେ ପୋଲ ଉପରେ ୨ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି।

ତେବେ କିଛି ଅମାନିଆ ବାଇକ ଓ ଅଟୋ ଚାଳକ ପୋଲ ଉପରେ ବିପଦପୂର୍ଣ୍ଣ ଭାବରେ ଯାତାୟତ କରୁଥିବାର ଦେଖିବାକୁ ମିଳିଛି। ଏକ ସପ୍ତାହ ମଧ୍ୟରେ ୩ ଥର ବୁଡ଼ିଲାଣି ଏହି କନ୍ୟା ଶ୍ରମ ପୋଲ। ପୋଲଟି କମ ଉଚ୍ଚ ଥିବାରୁ ପଟେରୁ ନଦୀରେ ବନ୍ୟା ହେଲେ ଏହା ବୁଡ଼ିଯାଉଛି। ପୋଲ ଟି ବାରମ୍ବାର ବୁଡିବା ଯୋଗୁଁ କାଲିମେଳାରୁ ଛତିଶଗଡ ସହ ପଡିଆ ବ୍ଲକକୁ ଯାତାୟାତ ପ୍ରଭାବିତ ହେଉଛି। ଫଳରେ ଲୋକମାନେ ନାହିଁ ନ ଥିବା ଅସୁ ବିଧାର ସମ୍ମୁଖୀନ ହେଇ ଆସୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe